ତାମିଲ ଅଫିସର ହେବେ ଓଡ଼ିଆ ବିଶ୍ୱବିଦ୍ୟାଳୟର ସର୍ବେସର୍ବା! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 27, 2018

ତାମିଲ ଅଫିସର ହେବେ ଓଡ଼ିଆ ବିଶ୍ୱବିଦ୍ୟାଳୟର ସର୍ବେସର୍ବା!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ଭାଷା ଓ ସାହିତ୍ୟ କ୍ଷେତ୍ରରେ ମାଇଲଖୁଣ୍ଟ ହେବାକୁ ଯାଉଥିବା ପ୍ରସ୍ତାବିତ ଓଡ଼ିଆ ବିଶ୍ୱବିଦ୍ୟାଳୟ ଦାୟିତ୍ୱରେ ଜଣେ ଅଣଓଡ଼ିଆ ଅଫିସର ରହିବେ। ଅକ୍ଟୋବର ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଜିଲ୍ଲାର ସାକ୍ଷୀଗୋପାଳସ୍ଥିତ ବକୁଳ ବନରେ ଏହି ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କରିଥିଲେ।

ପ୍ରସ୍ତାବିତ ଓଡ଼ିଆ ବିଶ୍ୱବିଦ୍ୟାଳୟର ରୂପରେଖ ଓ ଓଡ଼ିଶାର ସଂସ୍କୃତି-ପରମ୍ପରା କିଭଳି ଅକ୍ଷୂଣ୍ଣ ରହିବ ସେ ଦିଗରେ ଓଡ଼ିଆ ଭାଷା ବିଶେଷଜ୍ଞମାନଙ୍କ ସହ ପରାମର୍ଶ ନକରି ରାଜ୍ୟ ସରକାର ଏବେ ଆର.ବାଲକ୍ରଷ୍ଣନଙ୍କ ଭଳି ଜଣେ ଅବସରପ୍ରାପ୍ତ ତାମିଲ ଅଫିସରଙ୍କୁ ଦାୟିତ୍ୱ ନ୍ୟସ୍ତ କରିଛନ୍ତି। ସୂଚନା ଅନୁସାରେ, ଓଡ଼ିଆ ଭର୍ଚୁଆଲ ଏକାଡେମୀ ସ୍ଥାପନରେ ସେ ପ୍ରମୁଖ ଭୂମିକା ତୁଲାଇଥିବା ଦାବି କରି ଓଡ଼ିଆ ଭାଷା ଓ ସଂସ୍କୃତି କ୍ଷେତ୍ରରେ କାର୍ଯ୍ୟ କରିବା ପାଇଁ ବାଲକ୍ରିଷ୍ଣନ୍ ନିଜ ଆଡ଼ୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଥିବା ନିଜର ପ୍ରଭାବ ମାଧ୍ୟମରେ ଶ୍ରୀ ବାଲକ୍ରିଷ୍ଣନଙ୍କୁ ଏବେ ଏକାଧିକ ଦାୟିତ୍ୱ ନ୍ୟସ୍ତ ହୋଇଛି। ସେ ଗତ ନଭେମ୍ବର ୩୦ତାରିଖରେ ସରକାରୀ ଚାକିରିରୁ ଅବସର ନେଇଥିଲେ। ସେ ଖୁବଶୀଘ୍ର ଏସବୁ ଦାୟିତ୍ୱ ତୁଲାଇବେ ବୋଲି ଜଣାପଡ଼ିଛି।

ନିର୍ଭରଯୋଗ୍ୟ ସୂତ୍ର ଅନୁସାରେ ଶ୍ରୀ ବାଲକ୍ରିଷ୍ଣନ୍ ପ୍ରସ୍ତାବିତ ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳପତି ଭାବେ କାର୍ଯ୍ୟ କରିବାକୁ ଇଚ୍ଛା ବ୍ୟକ୍ତ କରିଥିଲେ। କିନ୍ତୁ ଏହି ନିଯୁକ୍ତିକୁ ବିରୋଧ ହେବାର ଆଶଙ୍କା ଥିବାରୁ ସରକାର ତାଙ୍କୁ ପରୋକ୍ଷ ଭାବେ ବିଶ୍ୱବିଦ୍ୟାଳୟ କାର୍ଯ୍ୟ ତଦାରଖ ଦାୟିତ୍ୱ ନ୍ୟସ୍ତ କରିଛନ୍ତି।ସମ୍ପ୍ରତି ସରକାରରେ ଅତି ପ୍ରଭାବଶାଳୀ ଥିବା ନିଜର ଜଣେ ଶିଷ୍ୟ ଅଫିସରଙ୍କ ପ୍ରଭାବ ଓ ଚାପି ଯୋଗୁ ଶ୍ରୀ ବାଲକ୍ରିଷ୍ଣନଙ୍କୁ ରାଜ୍ୟ ସରକାର ଏହି ପୁରସ୍କାର ଦେଇଛନ୍ତି ବୋଲି ପାୱାର କରିଡରରେ ଚର୍ଚ୍ଚା ହେଉଛି।



from Odisha Reporter http://bit.ly/2RihFpf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages