
ନୂଆଦିଲ୍ଲୀ: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ୩ଟି ଦ୍ୱୀପର ନାମ ପରିବର୍ତ୍ତନ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର। ରୋଜ୍, ନେଲ୍ ଓ ହାବଲକ୍ ଦ୍ୱୀପର ନାଁ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନିଆଯାଇଛି। ରୋଜ୍ ଦ୍ୱୀପର ନାଁ ପରିବର୍ତ୍ତନ କରାଯାଇ ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ନେଲ୍ ନାଁ ଶହିଦ୍ ଓ ହାବଲକ୍ର ନାଁ ସ୍ୱରାଜ ଦ୍ୱୀପ ରଖାଯିବାକୁ ସ୍ଥିର ହୋଇଛି।
ମାର୍ଚ୍ଚ ୨୦୧୭ରେ ବିଜେପି ନେତା ଏଲ୍ଏ ଗଶେଶନ ରାଜ୍ୟସଭାରେ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ହାବଲକ୍ ଦ୍ୱୀପ ନାଁ ପରିବର୍ତ୍ତନ କରିବାକୁ ପ୍ରସ୍ତାବ ଦେଇଥିଲେ। ସେ କହିଥିଲେ, ଏହି ଦ୍ୱୀପର ନାଁ ୧୮୫୭ ମସିହାରେ ଭାରତୀୟ ଦେଶଭକ୍ତଙ୍କ ବିରୋଧରେ ଲଢ଼ିଥିବା ଜଣେ ବ୍ୟକ୍ତିଙ୍କ ନାଁରେ ରହିଛି, ଯାହା ଲଜ୍ଜାର ବିଷୟ।
ସୂଚନାଯୋଗ୍ୟ, ହାବଲକ୍ ଦ୍ୱୀପର ନାଁ ବ୍ରିଟିଶ୍ ଜେନାରାଲ ସାର ହେନରୀ ହାବଲକ୍ଙ୍କ ନାମ ଅନୁସାରେ ରଖାଯାଇଥିଲା। ୧୯୪୩ ମସିହାରେ ସୁଭାଷ ଚନ୍ଦ୍ର ବୋଷ ଏଠାରେ ଆଜାଦ୍ ହିନ୍ଦର ଅସ୍ଥାୟୀ ସରକାର ସ୍ଥାପନ କରିଥିଲେ।
from Odisha Reporter http://bit.ly/2LAg3SC
No comments:
Post a Comment