
ନୂଆଦିଲ୍ଲୀ: ଛୁଟିଦିନ ଆସିଲେ ସମ୍ପକୀୟଙ୍କୁ ଭେଟିବାପାଇଁ ସମସ୍ତଙ୍କର ଅପେକ୍ଷା ଥାଏ। ସେହିଭଳି ଚଳିତ ଖ୍ରୀଷ୍ଟମାସରେ ଶୁଭ୍ରଜିତ ଅଷ୍ଟ୍ରେଲିଆରେ ରହୁଥିବା ଭଉଣୀଙ୍କୁ ଭେଟିବାକୁ ଯୋଜନା କରିଥିଲେ। କିନ୍ତୁ ଅଷ୍ଟ୍ରେଲିଆ ଏଭଳି ଏକ କାରଣରୁ ତାଙ୍କୁ ଭିସା ଦେବାକୁ ରାଜି ହେଲେନି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
This Christmas, @hereistash’s sister and brother in law were coming to spend time with family in Australia. This wouldn’t be a problem, except Shubajeet uses a wheelchair. Australia denied him a tourist visa on the grounds that he would put too much pressure on health services.
— Brianna Bell (@briannasbell) December 7, 2018
ଶୁଭ୍ରଜିତ ବହୁତ ଉତ୍ସୁକତାର ସହିତ ଭାରତରୁ ଅଷ୍ଟ୍ରେଲିଆ ଉଡ଼ାଣ ଭରିବାକୁ ଅପେକ୍ଷା କରିଥିଲେ। କିନ୍ତୁ ତାଙ୍କୁ ଅଷ୍ଟ୍ରେଲିଆ ପକ୍ଷରୁ ଆସିଥିଲା ନକାରାତ୍ମକ ଉତ୍ତର। କାରଣ ଥିଲା ଗୋଟିଏ ସେ ଦିବ୍ୟାଙ୍ଗ ଏବଂ ହ୍ୱିଲ୍ଚେୟାର ବ୍ୟବହାର କରନ୍ତି।
ବ୍ରିଆନ୍ନା ବେଲ୍ ନାମକ ଜଣେ ଟ୍ୱିଟର ବ୍ୟବହାରକାରୀଙ୍କ ଟ୍ୱିଟ୍ରୁ ଏହି ବିଷୟରେ ସୂଚନା ମିଳିଛି। ସେ ବର୍ଣ୍ଣନା କରିଛନ୍ତି, ସାମରିକ ସେବାରେ ଥିବାବେଳେ ଶୁଭ୍ରଜିତ ଗୋଡ଼ ହରାଇଥିଲେ। ସେ ଦୁଇ ସପ୍ତାହର ଯୋଜନା କରି ପର୍ଯ୍ୟଟକ ଭିସା ଆବେଦନ କରିଥିଲେ।
ଶୁଭ୍ରଜିତଙ୍କୁ ମନା କରି କୁହାଯାଇଥିଲା, ସେ ଦିବ୍ୟାଙ୍ଗ ହୋଇଥିବାରୁ ଅଷ୍ଟ୍ରେଲିଆର ସ୍ୱାସ୍ଥ୍ୟସେବା ଚାପ ବୃଦ୍ଧି କରିବେ। କିନ୍ତୁ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ତାଙ୍କର ଟ୍ରାଭେଲ୍ ଇନ୍ସ୍ୟୁରାନ୍ସ ଅଛି ଏବଂ ପାରାପ୍ଲେଜିଆରେ ଆକ୍ରାନ୍ତ ହେବାପରେ ସେ ଚିକିତ୍ସା ସମ୍ପୂର୍ଣ୍ଣ କରିସାରିଛନ୍ତି। ତେଣୁ ତାଙ୍କୁ ଅଷ୍ଟ୍ରେଲିଆ ଚିକିତ୍ସା ସେବାର କୌଣସି ସୁବିଧା ନେବାର ଆବଶ୍ୟକତା ନଥିଲା।
ଏହା ସ୍ପଷ୍ଟ କରିଦେଇଥିଲା, ଭିସା ନଦେବାର ଉଦ୍ଦେଶ୍ୟ ସ୍ୱାସ୍ଥ୍ୟସେବା ନୁହେଁ। ଏହା ଦିବ୍ୟାଙ୍ଗଙ୍କୁ ବୈଷମ୍ୟ ବୋଲି ସେ ଅଭିଯୋଗ ଆଣିଛନ୍ତି।
ଏହି ଟ୍ୱିଟ୍କୁ ଶୁଭ୍ରଜିତଙ୍କ ସ୍ତ୍ରୀ ଏବଂ ତାଙ୍କ ପରିବାର ଲୋକେ ମଧ୍ୟ ଶେୟାର କରିଛନ୍ତି। ବର୍ତ୍ତମାନ ତାଙ୍କ ପରିବାରଲୋକେ ଶୁଭ୍ରଜିତଙ୍କ ଅଷ୍ଟ୍ରେଲିଆ ସ୍ୱପ୍ନ ପୂରଣ ପାଇଁ ଅନ୍ୟ କ’ଣ ମାର୍ଗ ରହିଛି ଜାଣିବା ପ୍ରୟାସରେ ଅଛନ୍ତି।
My sister & brother in law moved (back) to Australia earlier this year. My bro-in-law’s family are coming to visit for Christmas from o/seas. Unfortunately, one member of the family has been denied a tourist visa due to being in a wheelchair. https://t.co/y13N4W46AG
— Natasha Robinson (@hereistash) December 7, 2018
@23khyati @navedqureshi @thecorpcommguy @tinucherian this guy is my husband @ShubhajeetM who’s been denied visa bec he’s disabled. Pl share. https://t.co/2XAJy6NcbQ
— Shikha (@IndiPRgirl) December 7, 2018
from Odisha Reporter https://ift.tt/2BVTUec
No comments:
Post a Comment