ଦୋକାନୀ ଉପରକୁ ଗରମ ତେଲ ଫିଙ୍ଗିଲେ ଗ୍ରାହକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 7, 2018

ଦୋକାନୀ ଉପରକୁ ଗରମ ତେଲ ଫିଙ୍ଗିଲେ ଗ୍ରାହକ

nayagarh

ନୟାଗଡ଼ (ସତ୍ୟନାରାୟଣ ସୁର ଜଗଦେବ): ଦୋକାନରେ ଗହଳି ଥିଲା। ଗ୍ରାହକଙ୍କ ଅର୍ଡର ପୂରା କରିବାରେ ବ୍ୟସ୍ତ ଥା’ନ୍ତି ଦୋକାନୀ। ଏହି ସମୟରେ ଜଣେ ଗ୍ରାହକଙ୍କୁ ଚାହା ଦେବାରେ ଡେରି ହୋଇଥିଲା। ବାସ୍‌ ଏତିକିରେ ଗ୍ରାହକଙ୍କ ରାଗ ପଞ୍ଚମ ହୋଇ ଗଲା। ଭୁଲି ଯାଇଥିଲେ ହିତାହିତ ଜ୍ଞାନ। ଆଉ କଡ଼େଇରେ ଥିବା ଗରମ ତେଲକୁ ଦୋକାନୀଙ୍କ ଉପରେ ଫିଙ୍ଗି ଦେଲେ। ଏପରି ଘଟଣା ଘଟିଛି ନୟାଗଡ଼ ଜିଲ୍ଲାର ବକଳବନ୍ଧ ଗାଁରେ। ଗୁରତର ଅବସ୍ଥାରେ ଦୋକାନୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଭିଯୋଗ ହେବା ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରି ପଚରାଉଚରା କରୁଛି।

ଅଭିଯୋଗ ଅନୁସାରେ, ବକଳବନ୍ଧ ଗାଁର କୃଷ୍ଣ ଚନ୍ଦ୍ର ସାହୁ ଏକ ଛୋଟିଆ ଜଳଖିଆ ଦୋକାନ କରି ନିଜର ଗୁଜୁରାଣ ମେଣ୍ଟାଉଛନ୍ତି। ଆଜି ସକାଳେ ପାଖ ଗାଁର ଯୁଗଳ ବରାଦ ନାମକ ବ୍ୟକ୍ତି ଚାହା ପିଇବା ପାଇଁ ତାଙ୍କ ଦୋକାନକୁ ଆସିଥିଲେ। ଦୋକାନରେ ଗହଳି ଥିବାରୁ ତାଙ୍କୁ ଚାହା ଦେବାରେ କୃଷ୍ଣ ଟିକେ ବିଳମ୍ବ କରିଥିଲେ। ଏଥିରେ ଉତକ୍ଷିପ୍ତ ଯୁଗଳ ତାଙ୍କ ସହ ଝଗଡ଼ା କରିଥିଲେ ଓ ତା’ସହିତ ଦୋକାନରେ ଭଙ୍ଗାରୁଜା କରିଥିଲେ। ଏତିକିରେ ତାଙ୍କ ରାଗ ଶାନ୍ତ ହୋଇ ନଥିଲା। ନିକଟରେ ଥିବା କଡ଼େଇ ଉଠାଇ ସେଥିରେ ଥିବା ଗରମ ତେଲକୁ ସେ କୃଷ୍ଣଙ୍କ ଉପରକୁ ଫୋପାଡ଼ି ଦେଇଥିଲେ।

ପରିବାର ଲୋକେ କୃଷ୍ଣଙ୍କୁ ଉଦ୍ଧାର କରି ନୟାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ତାଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କ ଶରୀରର ୪୫ ଭାଗ ପୋଡ଼ି ଯାଇଥିବା ଡାକ୍ତର କହିଛନ୍ତି।



from Odisha Reporter https://ift.tt/2QGPgZN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages