ଆବୁଧାବିରେ ବୋଇତ ବନ୍ଦାଣ ଉତ୍ସବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 7, 2018

ଆବୁଧାବିରେ ବୋଇତ ବନ୍ଦାଣ ଉତ୍ସବ

abudhabi

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନଭେମ୍ବର ୩୦ ତାରିଖରେ ଆବୁଧାବିରେ “ଓଡ଼ିଆ ସମାଜ ଆବୁଧାବି” ପକ୍ଷରୁ ‘ବୋଇତ ବନ୍ଦାଣ ଉତ୍ସବ ୨୦୧୮’ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଗ୍ଲୋବାଲ୍‌ ଇଣ୍ଡିଆନ୍‌ ଇଣ୍ଟରନ୍ୟାସ୍‌ନାଲ୍‌ ସ୍କୁଲ୍‌ ପ୍ରେକ୍ଷାଳୟରେ ଏହି ଉତ୍ସବ ପାଳିତ ହୋଇଥିଲା।

ଏହି ଉତ୍ସବରେ ବିଏପିଏସ୍‌ର ଅକ୍ଷରତୀର୍ଥ ସ୍ୱାମୀ ଓ ପରମାନନ୍ଦନ ସ୍ୱାମୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ପେଟ୍ରୋମେନ୍‌ କମ୍ପାନୀର ମୁଖ୍ୟ ପ୍ରବନ୍ଧକ ବି.କେ. ସିଂ, ଗ୍ଲୋବାଲ୍‌ ଇଣ୍ଡିଆନ୍‌ ଇଣ୍ଟରନ୍ୟାସ୍‌ନାଲ୍‌ ସ୍କୁଲ୍‌ର ପରିଚାଳକ ଶ୍ରୀ ରାଜେନ୍ଦ୍ରନ୍‌ ଓ ଗୋଲ୍ଡ ଏମ୍ପାୟାର ସଂସ୍ଥାର ପ୍ରବନ୍ଧକ ଶୁଭମ୍‌ ମିଶ୍ର ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଉତ୍ସବରେ ଅତିଥିମାନେ ଓଡ଼ିଶାର ନୌବାଣିଜ୍ୟର ଇତିହାସ ସହିତ ଏହାର କଳା ଓ ସଂସ୍କୃତି ଉପରେ ଆଲୋକପାତ କରିଥିଲେ।

ଅନୁଷ୍ଠାନର ସଦସ୍ୟ, ସଦସ୍ୟା ଓ ପିଲାମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ‘ବୋଇତ ବନ୍ଦାଣ’ ଉପରେ ଆଧାରିତ ନୃତ୍ୟ ସହିତ ଓଡ଼ିଶୀ ନୃତ୍ୟ ଆଦି ପରିବେଷଣ କରାଯାଇଥିଲା।

abu2ଉତ୍ସବ ପ୍ରାରମ୍ଭରେ ‘ବୋଇତ ବନ୍ଦାଣ’ ଉପରେ ଆଧାରିତ ଏକ ଡକ୍ୟୁମେଣ୍ଟାରୀ ପ୍ରଦର୍ଶିତ କରାଯାଇଥିଲା। ଏହା ଓଡ଼ିଶାର ପୁରାତନ ନୌବାଣିଜ୍ୟର ଗୌରବଗାଥାକୁ ସମସ୍ତଙ୍କୁ ମନେ ପକାଇ ଦେଇଥିଲା।

abu3ଅନୁଷ୍ଠାନର ସଭାପତି ପ୍ରଦୀପ କୁମାର ରଥଙ୍କ ତତ୍ତ୍ୱାବଧାନରେ ଉପଦେଷ୍ଟା ଅଶୋକ ମହାନ୍ତି, ଅଶୋକ ପଣ୍ଡା ଓ ହିମାଂଶୁ ଦାସଙ୍କ ପରାମର୍ଶରେ ଅରୁଣ ମଲିକ୍, ସିଦ୍ଧାର୍ଥ ଦାସ, ବାଳକୃଷ୍ଣ ବିଶୋଇ, ମାନସ, କମଳ କୁମାର ପଣ୍ଡା, ପ୍ରତୀକ ଦାସ, ସୁଧାଂଶୁ ପାତ୍ର, ଅବଦୁଲ୍‌ ରାଉଫ୍, ସୁବର୍ଣ୍ଣ ବେହେରା ଓ ସୁଶୋଭନ୍‌ ଦାସଙ୍କ ଦ୍ୱାରା ଉତ୍ସବ ପରିଚାଳିତ ହୋଇଥିଲା।

ଅମୂଲ୍ୟ ସାହୁ, ସତ୍ୟବ୍ରତ ପାତ୍ର, ରବି ନାରାୟଣ ଦାସ, ପ୍ରଦୀପ ସାହୁ, ସୁଧୀର ପଣ୍ଡା, ସିର୍ଦ୍ଧାଥ ସାବତ, ସୌଗତ ନାୟକ, ରଣଜିତ୍ ଦାଶ, ସଂଜୀବ ପଟେଲ ଓ କାର୍ତ୍ତିକ ସିଂ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ଏହି ଉତ୍ସବରେ ପାଞ୍ଚ ଶହରୁ ଅଧିକ ପ୍ରବାସୀ ଓଡ଼ିଆ ଯୋଗ ଦେଇଥିଲେ।



from Odisha Reporter https://ift.tt/2QF9Zgt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages