ଏହି ୩ଟି ରାଶି ପାଇଁ ୨୦୧୯ ହେବ ସୌଭାଗ୍ୟଶାଳୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 21, 2018

ଏହି ୩ଟି ରାଶି ପାଇଁ ୨୦୧୯ ହେବ ସୌଭାଗ୍ୟଶାଳୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଉ କେଇ ଦିନର ଅପେକ୍ଷା। ବିଦାୟ ନେବ ୨୦୧୮, ପାଦ ଥାପିବ ୨୦୧୯। ଏଥିପାଇଁ ଏବେଠୁ ଲୋକଙ୍କ ମନରେ ଉତ୍ସାହ ଭରି ରହିଛି। ନବବର୍ଷ କେମିତି ପାଳିବେ, ସେଥିପାଇଁ ଲୋକମାନେ ଏବେଠୁ କଳ୍ପନା ଆରମ୍ଭ କରିସାରିଲେଣି। ହେଲେ ନୂଆ ବର୍ଷ ଆପଣଙ୍କ ଜୀବନରେ କ’ଣ ନେଇ ଆସୁଛି ତାହା ଦେଖିବାକୁ ରହିଲା।

ଶାସ୍ତ୍ରବିତ୍‌ଙ୍କ ଆକଳନ ମୁତାବିକ୍‌ ରାଶିଚକ୍ରର ୩ଟି ରାଶିର ଲୋକଙ୍କ ପାଇଁ ଶୌଭାଗ୍ୟଶାଳୀ ହେବ ନୂଆବର୍ଷ ୨୦୧୯।

୨୦୧୮ତୁଳନାରେ ୨୦୧୯ ସମସ୍ତ ରାଶିଗୁଡ଼ିକୁ ଭଲ ଫଳ ପ୍ରଦାନ କରୁଛି। ତେଣୁ ସବୁ ରାଶିର ଲୋକେ ନିଶ୍ଚିନ୍ତ ହୋଇ ଯାଆନ୍ତୁ। ଏହି ସମୟରେ ଆପଣଙ୍କ ଭାଗ୍ୟୋଦୟ ହେଉଛି। ସମସ୍ତ ରାଶିଗୁଡିକ ପାଇଁ ଏବେଠୁ ସକରାତ୍ମକ ସଂକେତ ମିଳିଥିବା ବେଳେ କନ୍ୟା, ବିଛା ଏବଂ ଧନୁ ରାଶିର ଲୋକମାନଙ୍କ ପାଇଁ ଅଧିକ ଭଲ ବୋଲି ଶାସ୍ତ୍ରବିତ୍‌ଙ୍କ ମତ।

ଧନୁ ରାଶି

ଏହି ରାଶିର ଲୋକମାନେ ଆସନ୍ତା ବର୍ଷ ସଫଳତା ହାସଲ କରିବେ। ୨୦୧୯ ଆପଣମାନଙ୍କ ପାଇଁ ଭାଗ୍ୟଶାଳୀ ହେବ। ଆସନ୍ତା ବର୍ଷ ଆପଣ ଅନେକ ବଡ଼ ପ୍ରେକଳ୍ପରେ କାମ କରିପାରନ୍ତି।

ବିଛା ରାଶି

ଆପଣଙ୍କ ପାଇଁ ଆଗାମୀ ବର୍ଷଟି ବହୁତ ଭଲ। ଅଟକି ଯାଇଥିବା ଅନେକ କାମ ଆଗାମୀ ବର୍ଷ ପୂର୍ଣ୍ଣ ହେବ। ଆପଣ କିଛି ବଡ଼ ସଫଳତା ହାସଲ କରିପାରନ୍ତି।

କନ୍ୟା ରାଶି

ଏହି ରାଶିର ଲୋକମାନଙ୍କ ପାଇଁ ଆଗାମି ବର୍ଷ ଅତ୍ୟନ୍ତ ଆନନ୍ଦମୟ ହେବ। ବହୁଦିନ ଧରି ମନରେ ସଞ୍ଚିଥିବା ଆଶାଟି ୨୦୧୯ ପୂରଣ କରିଦେବ। ଆପଣଙ୍କୁ ପରିଶ୍ରମର ଫଳ ତୁରନ୍ତ ମିଳିବ।



from Odisha Reporter http://bit.ly/2SfbSOu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages