
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ୨୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିବା ଅବସରରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ବିଜେପିରେ ମିଶିବେ ବୋଲି ଚର୍ଚ୍ଚା ଜୋର ଧରିଛି। ଏପରି ଚର୍ଚ୍ଚାକୁ ନିଜେ ବୈଜୟନ୍ତ ଖଣ୍ଡନ କରିଥିବା ବେଳେ ବିଜେପି ମଧ୍ୟ ନିଜ ପ୍ରତିକ୍ରିୟା ରଖିଛି।
ଏକ ସାମ୍ବାଦିକ ସମ୍ବିଳନୀରେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଏହି କଳ୍ପନାଜଳ୍ପନାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ବିଜେପିରେ ବର୍ତ୍ତମାନ କୌଣସି ମିଶ୍ରଣ ପର୍ବ ନଥିବା ସେ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ବିଜେପିକୁ ଯେତେବେଳେ ଯିଏ ଆସିବ ଆପଣଙ୍କ ସାମ୍ନାରେ ଛିଡ଼ା କରିବୁ।
ଏହା ପୂର୍ବରୁ ବିଜେପିରେ ମିଶିବାର ବର୍ତ୍ତମାନ କୌଣସି ଯୋଜନା ନଥିବା ବୈଜୟନ୍ତ ସ୍ପଷ୍ଟ କରିଥିଲେ। ସେ କହିଥିଲେ, “ଯେ ପର୍ଯ୍ୟନ୍ତ ମୋ ‘ନିଷ୍ପତ୍ତି’ଟା ଫାଇନାଲ୍ କରିନି, ତାରିଖ ବିଷୟରେ ଆଲୋଚନା କରି କିଛି ଲାଭନାହିଁ। ୨୦୧୯ରେ ଲୋକେ ଚାହିଁଲେ ନିଶ୍ଚୟ ନିର୍ବାଚନ ଲଢ଼ିବି।”
from Odisha Reporter http://bit.ly/2rODNth
No comments:
Post a Comment