ମହାରଥୀଙ୍କ ଦୁଃଖ ପ୍ରକାଶରେ ସନ୍ତୁଷ୍ଟ ନୁହନ୍ତି ବିରୋଧୀ, ଦାବି କଲେ ଇସ୍ତଫା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 28, 2018

ମହାରଥୀଙ୍କ ଦୁଃଖ ପ୍ରକାଶରେ ସନ୍ତୁଷ୍ଟ ନୁହନ୍ତି ବିରୋଧୀ, ଦାବି କଲେ ଇସ୍ତଫା

pradeep-maharathi

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୁଃଖ ପ୍ରକାଶ କରିବା ପରେ ବି ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ନେଇ ଥମୁନି ବିବାଦ। ମନ୍ତ୍ରୀଙ୍କ କ୍ଷମା ପ୍ରାର୍ଥନା ପ୍ରାୟୋଜିତ ଓ ସେ ଇସ୍ତଫା ନଦେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କଂଗ୍ରେସ କହିଥିବା ବେଳେ ବିଜେପି କହିଛି ଆଗକୁ ରାଜ୍ୟ ସରକାରଙ୍କ ବିରୋଧରେ ଏହାକୁ ଏକ ବଡ଼ ପ୍ରସଙ୍ଗ କରାଯିବ। ସେପଟେ ବିଜେଡି କହିଛି କ୍ଷମା ମାଗିବା ପରେ ଆଉ ବିବାଦ ବଢ଼ିବା ଅନୁଚିତ।

ପିପିଲି ପୀଡ଼ିତାଙ୍କୁ ନ୍ୟାୟ ମିଳିବ। ଦୋଷୀଙ୍କୁ କଠୋରରୁ କଠୋର ଦଣ୍ଡ ମିଳିବ। ୨୦୧୨ ଜାନୁଆରୀ ୧୮ ତାରିଖରେ ଏମିତି ନିର୍ଭର ପ୍ରତିଶ୍ରୁତି ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହେଲେ ପୀଡ଼ିତା ତ ବଞ୍ଚିଲେନି। ତାଙ୍କ ମୃତ୍ୟୁର ସାଢ଼େ ୬ ବର୍ଷ ପରେ ପ୍ରମାଣ ଅଭାବରୁ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଗଲେ ଅଭିଯୁକ୍ତ। ଆଉ କୋର୍ଟଙ୍କ ରାୟ ଆସୁ ଆସୁ କଟା ଘାଆରେ ଲୁଣ ଛିଞ୍ଚିଥିଲେ ମନ୍ତ୍ରୀ ପ୍ରଦୀପ ମହାରଥୀ।

ମହାରଥୀ କହିଥିଲେ-“ପୀଡ଼ିତା ପାଇଁ ମୁଁ ଦୁଃଖିତ। ରାୟକୁ ସମ୍ମାନ ଦେଉଛି। ସତ କେବେ ଲୁଚି ରହେନି। ସତ୍ୟର ବିଜୟ ହୋଇଛି। ସତ ସତ ଓ ମିଛ ମିଛ ଜଣାପଡ଼ିଛି। ପୀଡ଼ିତାକୁ ନ୍ୟାୟ ମିଳିଛି।”

ମହାରଥୀଙ୍କ ଏଭଳି ମନ୍ତବ୍ୟର ପ୍ରତିବାଦରେ ବିରୋଧୀ ରାସ୍ତାକୁ ଓହ୍ଲାଇଥିଲେ। ଇସ୍ତଫା ଦାବିରେ ଗର୍ଜିଥିଲେ କଂଗ୍ରେସ ଓ ବିଜେପି। ଚାପ ବଢ଼ିବାରୁ ନିର୍ବାଚନୀ ବର୍ଷରେ ଅକଳରେ ପଡ଼ିଗଲେ ସରକାର। କୁହାଯାଉଛି ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ତାଗିଦ୍ ପରେ ଡ୍ୟାମେଜ୍ କଣ୍ଟ୍ରୋଲ୍ ମୋଡକୁ ଯାଇ ନିଜ ଷ୍ଟାଇଲ୍‌ରେ ଦୁଃଖପ୍ରକାଶ କଲେ ମହାରଥୀ।

ମନ୍ତ୍ରୀଙ୍କ ଇସ୍ତଫା ଦାବିରେ କିନ୍ତୁ ନଛୋଡ଼ବନ୍ଦା ବିରୋଧୀ। ମନ୍ତ୍ରୀଙ୍କ କ୍ଷମାପ୍ରାର୍ଥନାକୁ ପ୍ରାୟୋଜିତ ବୋଲି କହି ଜୟପୁରରେ ଆଜି କଂଗ୍ରେସ ମହାରଥୀଙ୍କ କୁଶପୁତ୍ତଳିକା ଦାହ କରିଛି। ଚେତାଇ ଦେଇଛି ଇସ୍ତଫା ନଦେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ଓ ମନ୍ତ୍ରୀଙ୍କ ଘର ଆଗରେ ଧାରଣା ଦିଆଯିବ। ବିଜେପି ମଧ୍ୟ ଆଗକୁ ଏହାକୁ ମୁଦ୍ଦା କରିବ ବୋଲି କହିଛି।

ହେଲେ ବିଜେଡି ମୁଖପାତ୍ର ସମୀର ଦାଶ କହିଛନ୍ତି -“ମହାରଥୀ କ୍ଷମା ମାଗିବା ପରେ ଆଉ ବିବାଦ କରିବା ଅନୁଚିତ।”
ଏତେବଡ଼ ସମ୍ବେଦନଶୀଳ ଘଟଣାରେ ଦୋଷୀ ବିରୋଧରେ ତଥ୍ୟ ପ୍ରମାଣ ଯୋଗାଡ଼ରେ ବିଫଳତା ପାଇଁ କାଠଗଡ଼ାରେ ଅଛି କ୍ରାଇମ୍‌ବ୍ରାଞ୍ଚ। ଭୁବନେଶ୍ୱର ପ୍ରଥମ ଜିଲ୍ଲା ଦୌରାଜଜଙ୍କ କୋର୍ଟ ଦେଇଥିବା ରାୟକୁ ହାଇକୋର୍ଟରେ ଚାଲେଞ୍ଜ କରାଯିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି। ତେବେ ଏଠି ପ୍ରଶ୍ନ, ତଳ କୋର୍ଟକୁ ତଥ୍ୟ ପ୍ରମାଣ ଦେଇ ପାରିନଥିବା କ୍ରାଇମବ୍ରାଞ୍ଚ ଉପରକୋର୍ଟରେ କେମିତି ଓ କେଉଁଠୁ ଯୋଗାଡ଼ କରିବେ ପ୍ରମାଣ?



from Odisha Reporter http://bit.ly/2Ajkn42

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages