
ନୂଆଦିଲ୍ଲୀ: ଇସ୍ରୋ ପକ୍ଷରୁ ଆରମ୍ଭ ହୋଇଥିବା ‘ଗଗନଯାନ’ କାର୍ଯ୍ୟକ୍ରମ ମାଧ୍ୟମରେ ୩ ଜଣ ଭାରତୀୟ ମହାକାଶ ବିଜ୍ଞାନୀଙ୍କୁ ୭ ଦିନ ପାଇଁ ମହାକାଶକୁ ପଠାଯିବ। ୨୦୨୨ ସୁଦ୍ଧା ଏହା ଚୂଡ଼ାନ୍ତ ରୂପ ନେବ।
ଏହି କାର୍ଯ୍ୟକ୍ରମ ପାଇଁ କେନ୍ଦ୍ର ସରକାର ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ। ଇସ୍ରୋର ଗଗନଯାନ କାର୍ଯ୍ୟକ୍ରମ ଦ୍ୱାରା ଭାରତ ବିଶ୍ୱର ୪ର୍ଥ ରାଷ୍ଟ୍ର ଭାବେ ମହାକାଶକୁ ମାନବ ପଠାଇବାର ସଫଳତା ହାସଲ କରିବ। ଏହି ଗଗନଯାନ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୨ ତମ ସ୍ୱାଧୀନତା ଦିବସ ଦିନ ଘୋଷଣା କରିଥିଲେ। ଆଜି କେନ୍ଦ୍ର କ୍ୟାବିନେଟ୍ ଏହାକୁ ମଞ୍ଜୁରୀ ଦେଇଥିବା ଆଇନ୍ମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଛନ୍ତି।
ସୂଚନା ଅନୁଯାୟୀ, ଇସ୍ରୋର ସବୁଠାରୁ ବଡ଼ ରକେଟ୍ ଜିଏସ୍ଏଲ୍ଭି-ଏମକେ-୩ରେ ୩ ଜଣ ଭାରତୀୟଙ୍କୁ ମହାକାଶକୁ ପଠାଯିବ। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଏହି ପରୀକ୍ଷଣ ହେବ। ଇସ୍ରୋ ୪୦ ମାସ ମଧ୍ୟରେ ତା’ର ପ୍ରଥମ ମିଶନ ଶେଷ କରିବ। ଏଥିରେ ୨ଟି ମାନବବିହୀନ ଫ୍ଲାଇଟ୍ ଏବଂ ଗୋଟିଏ ମାନବ ଯୁକ୍ତ ବିମାନ ମହାକାଶକୁ ପଠାଇବାକୁ ଲକ୍ଷ୍ୟ ରଖାଯାଇଛି।
from Odisha Reporter http://bit.ly/2ETp3BL
No comments:
Post a Comment