
ଖୋର୍ଦ୍ଧା( ବଳରାମ ଲେଙ୍କା): ଖୋର୍ଦ୍ଧା ଜିଲ୍ଲା ରାଜସୁନାଖଳା ନିକଟ ଜାମନ୍ଦା ପୋଖରୀରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ଉତ୍ତମ ସାହୁ।
ତାଙ୍କ ଘର ଯାଜପୁର ଅଞ୍ଚଳରେ ବୋଲି ଜଣାପଡ଼ିଛି। ସେ ରାଜସୁନାଖଳରେ ଏକ ଗ୍ୟାରେଜରେ ମିସ୍ତ୍ରୀ ଭାବେ କାମ କରୁଥିଲେ।
ଆଜି ସକାଳେ ତାଙ୍କ କ୍ଷତାକ୍ତ ମୃତଦେହ ପୋଖରୀରେ ଭାସୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ପୁଲିସ୍କୁ ଖବର ଦିଆଯାଇଥିଲା। ବୋଲଗଡ଼ ପୁଲିସ୍ ଏବଂ ଅଗ୍ନିଶମ ବାହିନୀ ମୃତଦେହକୁ ପାଣିରୁ ଉଦ୍ଧାର କରିଥିଲେ।
କେଉଁ ପରିସ୍ଥିତିରେ ଉତ୍ତମଙ୍କ ମୃତ୍ୟୁ ଘଟିଲା, ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡ଼ିବ ବୋଲି ପୁଲିସ୍ କହିଛି।
from Odisha Reporter http://bit.ly/2GJMnUl
No comments:
Post a Comment