ଫିଲ୍ମ ନିର୍ମାତା ଦିଲୀପ ପଟ୍ଟନାୟକଙ୍କ ପରଲୋକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 29, 2018

ଫିଲ୍ମ ନିର୍ମାତା ଦିଲୀପ ପଟ୍ଟନାୟକଙ୍କ ପରଲୋକ

dillip

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜାତୀୟ ଫିଲ୍ମ ପୁରସ୍କାରରେ ସମ୍ମାନିତ ବିଶିଷ୍ଟ ଫିଲ୍ମ ନିର୍ମାତା ଦିଲୀପ ପଟ୍ଟନାୟକଙ୍କର ଶନିବାର ବିଳମ୍ବିତ ରାତିରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ହୋଇଥିଲା। ଶ୍ରୀ ପଟ୍ଟନାୟକ ପ୍ରାୟ ଦୁଇମାସ ଧରି ଅସୁସ୍ଥ ଥିଲେ। ସେ ଅବିବାହିତ ଥିଲେ।

ଇଂରାଜୀରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ପରେ ଶ୍ରୀ ପଟ୍ଟନାୟକ ଦୀର୍ଘ ଦିନ ଧରି ଫିଲ୍ମ ନିର୍ମାଣ ଓ ସିନେକ୍ସଟାସୀ ଫିଲ୍ମ ସୋସାଇଟି ସହ ପ୍ରତ୍ୟକ୍ଷ ଭାବେ ଜଡ଼ିତ ଥିଲେ। ପରବର୍ତ୍ତୀ ସମୟରେ ସେ ପୁନେ ଫିଲ୍ମ ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶନା ବିଭାଗରୁ ସ୍ନାତକ ଡିଗ୍ରୀ ଲାଭ କରିଥିଲେ।

୨୦୧୧ ମସିହାରେ ପ୍ରଖ୍ୟାତ ଶାସ୍ତ୍ରୀୟ ସଙ୍ଗୀତ ଶିଳ୍ପୀ ସୁନନ୍ଦା ପଟ୍ଟନାୟକଙ୍କ ସଙ୍ଗୀତ ସାଧନା ଉପରେ ସେ ନିର୍ମାଣ ଜରିଥିବା ବୃତ୍ତଚିତ୍ର ‘ନୀଳମାଧବ’ଶ୍ରେଷ୍ଠ ବୃତ୍ତଚିତ୍ର ଭାବେ ବିବେଚିତ ହୋଇ ଜାତୀୟ ଫିଲ୍ମ ପୁରସ୍କାର ଲାଭ କରିଥିଲା।

dilip1ଶ୍ରୀ ପଟ୍ଟନାୟକ ୨୦୧୬ ମସିହା ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ଅଫ ଇଣ୍ଡିଆର ଇଣ୍ଡିଆନ ପ୍ୟାନୋରାମା ବିଭାଗ ପାଇଁ ଫିଲ୍ମ ଚୟନ ଜୁରୀର ସଦସ୍ୟ ମଧ୍ୟ ଥିଲେ। ଶ୍ରୀ ପଟ୍ଟନାୟକ ଦିବଙ୍ଗତ ଫିଲ୍ମ ନିର୍ମାତା ନୀରଦ ମହାପାତ୍ରଙ୍କ ଘନିଷ୍ଠ ସହଯୋଗୀ ଥିଲେ।

ଶ୍ରୀ ପଟ୍ଟନାୟକଙ୍କ ବିଯୋଗରେ ଫିଲ୍ମ ଜଗତ ଓ ତାଙ୍କ ଶୁଭେଚ୍ଛୁ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି।



from Odisha Reporter http://bit.ly/2RoxtqH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages