ମେଲବର୍ଣ୍ଣକୁ ସାରା ଜୀବନ ମନେ ରଖିବେ ମୟଙ୍କ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 29, 2018

ମେଲବର୍ଣ୍ଣକୁ ସାରା ଜୀବନ ମନେ ରଖିବେ ମୟଙ୍କ

mayank

ମେଲବର୍ଣ୍ଣ: ଅଷ୍ଟ୍ରେଲିଆକୁ ୧୩୭ ରନ୍‌ରେ ହରାଇ ଭାରତ ମେଲବର୍ଣ୍ଣରେ ଖେଳା ଯାଇଥିବା ତୃତୀୟ ଟେଷ୍ଟ୍ ଜିତି ଯାଇଛି। ଏହି ବିଜୟ ସହିତ ଭାରତ ୪ଟି ମ୍ୟାଚ୍ ବିଶିଷ୍ଟ୍ ଏହି ସିରିଜ୍‌ରେ ୨-୧ରେ ଆଗୁଆ ରହିଛି। ଏହି ବିଜୟ ଦ୍ୱାରା ଭାରତର ମନୋବଳ ଦୃଢ଼ ହୋଇଛି। ଚତୁର୍ଥ ମ୍ୟାଚ୍‌କୁ ଜିତି ଟିମ୍ ଇଣ୍ଡିଆ ଇତିହାସ ରଚିବାକୁ ନିଶ୍ଚୟ ପ୍ରୟାସ କରିବ।

ମେଲବର୍ଣ୍ଣ ଟେଷ୍ଟରେ ବିଜୟ ପରେ ଟିମ୍‌ର ସମସ୍ତ ଖେଳାଳି ଉତ୍ସାହିତ ଅଛନ୍ତି। ଅଧିନାୟକ ବିରାଟ କୋହଲି, ରୋହିତ ଶର୍ମା, ଯଶପ୍ରୀତ୍ ବୁମ୍ରା ଓ ମହମ୍ମଦ ଶାମୀ ପ୍ରମୁଖ ଟ୍ୱିଟ୍ କରି ସେମାନଙ୍କ ଖୁସି ଜାହିର କରିଛନ୍ତି। ନବାଗତ ମୟଙ୍କ ଅଗ୍ରୱାଲ ମଧ୍ୟ ଏଥିରେ ସାମିଲ ଅଛନ୍ତି। ମୟଙ୍କଙ୍କ ପାଇଁ ମେଲବର୍ଣ୍ଣ ଟେଷ୍ଟ୍ ସବୁଦିନ ପାଇଁ ସ୍ୱତନ୍ତ୍ର ହୋଇ ରହିବ। କାରଣ ଏଥିରେ ସେ ଡେବ୍ୟୁ କରିଥିଲେ।

ଡେବ୍ୟୁ ମ୍ୟାଚ୍‌ରେ ସେ ହନୁମା ବିହାରୀଙ୍କ ସହିତ ମ୍ୟାଚ୍ ଓପନ୍ କରିଥିଲେ। ପ୍ରଥମ ଇନିଂସ୍‌ରେ ସେ ଆକର୍ଷଣୀୟ ୭୬ ରନ୍ କରିଥିଲେ। ୧୬୧ଟି ବଲ୍‌ରୁ ୮ଟି ଚୌକା ଓ ଗୋଟିଏ ଛକା ମାରି ସେ ୭୬ ରନ୍ କରିଥିଲେ। ଦ୍ୱିତୀୟ ଇନିଂସ୍‌ରେ ଚେତେଶ୍ୱର ପୂଜାରା ଓ ବିରାଟ କୋହଲିଙ୍କ ଭଳି ଖେଳାଳି ଖାତା ଖୋଲି ପାରି ନଥିବା ବେଳେ ସେ ୪୨ ରନ୍ କରିଥିଲେ। ୪ ଚୌକା ଓ ୨ ଛକା ମାରି ସେ ୪୨ ରନ୍ କରିଥିଲେ।

କେବଳ ନିଜ ସଫଳତା ପାଇଁ ଯେ ମେଲବର୍ଣ୍ଣ ତାଙ୍କ ପାଇଁ ସ୍ୱତନ୍ତ୍ର ହୋଇ ରହିବ, ତାହା ନୁହେଁ। ମେଲବର୍ଣ୍ଣ ବିଜୟ ସହିତ ଚଳିତ ଭାରତୀୟ ଟିମ୍ ନାଁରେ ଅନେକ ରେକର୍ଡ ଯୋଡ଼ି ହୋଇଯାଇଛି।

ଅଷ୍ଟ୍ରେଲିଆରେ ଭାରତ ପ୍ରଥମ ଥର ପାଇଁ ବକ୍ସିଂ ଡେ’ ଟେଷ୍ଟ୍ ଜିତିଛି। ଆଉ ମୟଙ୍କ ଏହି ବିଜୟର ଅଂଶ ହୋଇଛନ୍ତି। ୩୭ ବର୍ଷ ପରେ ଭାରତ ମେଲବର୍ଣ୍ଣରେ ଏକ ଟେଷ୍ଟ୍ ମ୍ୟାଚ୍ ଜିତିଛି। ଶେଷ ଥର ପାଇଁ ୧୯୮୧ରେ ଭାରତକୁ ଏହି ସଫଳତା ମିଳିଥିଲା। ଏହା ବି ମୟଙ୍କ ପାଇଁ ଏକ ଗୌରବର ବିଷୟର।

ସେହିଭଳି ୪୦ ବର୍ଷ ପରେ ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ ଟିମ୍ ଅଷ୍ଟ୍ରେଲିଆରେ ଗୋଟିଏ ଟେଷ୍ଟ୍ ସିରିଜ୍‌ରେ ଦୁଇଟି ମ୍ୟାଚ୍ ଜିତିଛି। ଏହା ପୂର୍ବରୁ ୧୯୭୭-୭୮ରେ ବିଶନ ସିଂହ ବେଦୀଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆରେ ଗୋଟିଏ ଟେଷ୍ଟ୍‌ ସିରିଜ୍‌ରେ ଦୁଇଟି ମ୍ୟାଚ୍ ଜିତିଥିଲା। ଏହି ସବୁ କାରଣରୁ ମୟଙ୍କଙ୍କ ପାଇଁ ମେଲବର୍ଣ୍ଣ ସବୁଦିନ ପାଇଁ ସ୍ୱତନ୍ତ୍ର ହୋଇ ରହିବ।

ଏକଥା ସେ ଟ୍ୱିଟ୍ କରି ବି କହିଛନ୍ତି। ମୟଙ୍କ ତାଙ୍କ ଟ୍ୱିଟର ପେଜ୍‌ରେ ଲେଖିଛନ୍ତି- ପ୍ରଥମ ସବୁବେଳେ ସ୍ୱତନ୍ତ୍ର। ପୁଣି ଅଷ୍ଟ୍ରେଲିଆରେ ଅଷ୍ଟ୍ରେଲିଆ ବିପକ୍ଷରେ। ତାହା ପୁଣି ବକ୍ସଂ ଡେ’ରେ। ଏହାଠୁ ଭଲ ପଦାର୍ପଣ ଆଉ କ’ଣ ଥାଇପାରେ। ସ୍ୱାଗତ କରିଥିବାରୁ ଓ ସମର୍ଥନ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ୍।



from Odisha Reporter http://bit.ly/2SsLjFV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages