ଜାଣନ୍ତୁ, ବୟସ ଅନୁଯାୟୀ ଆପଣଙ୍କ ପିଲାର ଓଜନ କେତେ ରହିବା ଆବଶ୍ୟକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 29, 2018

ଜାଣନ୍ତୁ, ବୟସ ଅନୁଯାୟୀ ଆପଣଙ୍କ ପିଲାର ଓଜନ କେତେ ରହିବା ଆବଶ୍ୟକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ସବୁ ବାପା ମା’ ଚାହାନ୍ତି, ସେମାନଙ୍କ ପିଲା ସୁସ୍ଥ ରହୁ। ତେବେ ଅଧିକାଂଶ ସମୟରେ ଦେଖା ଯାଏ,ବାପା ମା’ ପିଲାଙ୍କର ସମସ୍ତ ପ୍ରକାର ଯତ୍ନ ନେବା ସତ୍ତ୍ୱେ ସେମାନେ ଦୁର୍ବଳ ହୋଇଥା’ନ୍ତି ଏବଂ ଆଉ କିଛି ପିଲା ମେଦବହୁଳତାର ଶିକାର ହୁଅନ୍ତି। ସାଧାରଣତଃ ମା’ମାନେ ଭାବନ୍ତି ଯେ ସେମାନଙ୍କ ପିଲାର ଓଜନ ଅଧିକ ରହିଲେ ସେ ସୁସ୍ଥ ରୁହେ। ହେଲେ ଏହା ଠିକ୍‌ ନୁହେଁ। ପିଲାଙ୍କ ବୟସ ଅନୁଯାୟୀ ସେମାନଙ୍କର ଏକ ନିର୍ଦ୍ଦିଷ୍ଟ ପରିମାଣର ଓଜନ ରହିବା ଆବଶ୍ୟକ। ପିଲାର ଶରୀରର ଓଜନ କମିବା ଯେତେ ଖରାପ, ଓଜନ ଅଧିକ ହେବା ମଧ୍ୟ ସେପରି ଖରାପ। ଯଦି ଏଥିପ୍ରତି ଧ୍ୟାନ ଦିଆ ନ ଯାଏ ତେବେ ଆପଣଙ୍କ ପିଲା ହୁଏତ ଭବିଷ୍ୟତରେ କୌଣସି ରୋଗର ଶିକାର ହୋଇପାରେ।

ଏବେ ଆସନ୍ତୁ ଜାଣିବା, ବୟସ ଅନୁଯାୟୀ ପିଲାଙ୍କ ଓଜନ କେତେ ରହିବା ଆବଶ୍ୟକ।

ନବଜାତ ଶିଶୁ- ପୁଅ ହେଉ କି ଝିଅ, ପ୍ରତଇ ନବଜାତ ଶିଶୁଙ୍କ ଓଜନ ୩ରୁ ୩.୩ କିଲୋ ହେବା ଉଚିତ୍‌। ଏହା ହିଁ ସୁସ୍ଥ ପିଲାର ସଂକେତ।

୨ ମାସ ବୟସ – ୨ ମାସରେ ପୁଅର ଓଜନ ୫.୬ କିଲୋ ଓ ଝିଅର ଓଜନ ୫.୩ କିଲୋ ରହିବା ଉଚିତ୍‌।

୩ରୁ ୫ ମାସ ବୟସ- ଏହି ବୟସରେ ପୁଅର ଓଜନ ୬.୪ ରୁ ୭.୫ କିଲୋ ଓ ଝିଅର ଓଜନ ୬ କିଲୋରୁ ୭.୧ କିଲୋ ହେବା ଆବଶ୍ୟକ।

୬ ମାସରୁ ୮ ମାସ-  ପୁଅର ଓଜନ ୭.୯ରୁ ୮.୬ କିଲୋ ଓ ଝିଅର ଓଜନ ୭.୫ ରୁ ୮.୨ କିଲୋ ହେବା ଉଚିତ୍‌।

୯ ମାସ ରୁ ୧୧ ମାସ- ଏହି ବୟସରେ ପୁଅର ଓଜନ ୮.୯ ରୁ ୯.୪ କିଲୋ ଓ ଝିଅର ଓଜନ ୮.୫ରୁ ୯ କିଲୋ ହେବା ଆବଶ୍ୟକ।

୧ ବର୍ଷର ଶିଶୁ-  ବର୍ଷକର ପୁଅର ଓଜନ ୯.୬ କିଲୋ ଓ ଝିଅର ଓଜନ ୯.୨ କିଲୋ ରହିବା ଭଲ।

୨ ବର୍ଷର ଶିଶୁ-  ଏହି ବୟସରେ ପୁଅର ଓଜନ ୧୨.୫ କିଲୋ ଓ ଝିଅର ଓଜନ ୧୨ କିଲୋ ରହିବା ଉଚିତ୍‌।

୩ ବର୍ଷର ଶିଶୁ- ପୁଅର ଓଜନ ୧୪.୩ କିଲୋ ଓ ଝିଅର ଓଜନ ୧୪ କିଲୋ ହେବା ଉଚିତ୍‌।

୪ ବର୍ଷର ଶିଶୁ-  ଏହି ବୟସରେ ପୁଅର ଓଜନ ୧୬.୬ କିଲୋ ଓ ଝିଅର ଓଜନ ୧୫.୪ କିଲୋ ରହିବା ଉଚିତ୍‌।

୫ ବର୍ଷର ଶିଶୁ-  ଏହି ବୟସରେ ପୁଅର ଓଜନ ୧୮.୪ ଓ ଝିଅର ଓଜନ ୧୭.୯ କିଲୋ ରହିବା ଉଚିତ୍‌।

୬ ବର୍ଷର ଶିଶୁ-  ପୁଅର ଓଜନ ୨୦.୬ କିଲୋ ଓ ଝିଅର ଓଜନ ୧୯.୯ କିଲୋ ରହିବା ଆବଶ୍ୟକ।

୭ ବର୍ଷର ଶିଶୁ-  ପୁଅର ଓଜନ ୨୨.୯ କିଲୋ ଓ ଝିଅର ଓଜନ ୨୨.୪ କିଲୋ ରହିବା ଉଚିତ୍‌।

୮ ବର୍ଷର ଶିଶୁ-  ଏହି ବୟସରେ ପୁଅର ଓଜନ ୨୫.୮ ଓ ଝିଅର ଓଜନ ୨୫.୬ କିଲୋ ରହିବା ଆବଶ୍ୟକ।

୯ ବର୍ଷର ଶିଶୁ- ଏହି ବୟସରେ ପୁଅର ଓଜନ ୨୮.୬ କିଲୋ ଓ ଝିଅର ଓଜନ ୨୮.୧ କିଲୋ ରହିବା ଆବଶ୍ୟକ।

୧୦ ବର୍ଷର ଶିଶୁ- ଏହି ବୟସରେ ପୁଅର ଓଜନ ୩୨ କିଲୋ ଓ ଝିଅର ଓଜନ ୩୧.୫ କିଲୋ କୁ ରହିବା ଉଚିତ୍‌। 



from Odisha Reporter http://bit.ly/2BLgLYz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages