ହକି ବିଶ୍ୱକପ୍ ପାଇଁ ବଜେଟ୍ ଥିଲା ୮୨ କୋଟି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 23, 2018

ହକି ବିଶ୍ୱକପ୍ ପାଇଁ ବଜେଟ୍ ଥିଲା ୮୨ କୋଟି

vishal

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଶ୍ୱକପ୍ ହକି ସରି ଯାଇଛି। ଭୁବନେଶ୍ୱରରେ ଏହା ସଫଳତାର ସହିତ ଆୟୋଜିତ ହୋଇଯାଇଛି। ଏହି ବିଶ୍ୱକପ୍‌ ପାଇଁ ୮୨ କୋଟି ଟଙ୍କାର ବଜେଟ୍ ରହିଥିଲା। ଆଜି ଏହି ସୂଚନା ଦେଇଛନ୍ତି କ୍ରୀଡ଼ା ସଚିବ ବିଶାଲ ଦେବ।

ଭୁବନେଶ୍ୱରରେ ୨୦ତମ ଅଲ୍ ଓଡ଼ିଶା ନାଲ୍‌କୋ ଓପନ୍ ଟେନିସ୍ ଟୁର୍ଣ୍ଣାମେଣ୍ଟର ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେବା ଅବସରରେ କ୍ରୀଡ଼ା ସଚିବ ଏହି ସୂଚନା ଦେଇଥିଲେ।

ସେ କହିଥିଲେ, ଆସନ୍ତା ବର୍ଷ ଭୁବନେଶ୍ୱରରେ ବିଶ୍ୱ ହକି ସିରିଜ୍‌ ଆୟୋଜନ କରିବାର ଯୋଜନା ରହିଛି। ଏହା ସହିତ ଆଉ କିଛି ଅନ୍ତର୍ଜାତୀୟ ମ୍ୟାଚ୍ ପାଇଁ ମଧ୍ୟ ଯୋଜନା ରହିଛି।

ଭୁବନେଶ୍ୱରରେ ଅନୁଷ୍ଠିତ ବିଶ୍ୱକପ୍ ହକିରେ ବେଲ୍‌ଜିୟମ୍ ଚାମ୍ପିଅନ୍ ହୋଇଥିଲା। ନେଦରଲ୍ୟାଣ୍ଡସ୍‌କୁ ପେନାଲ୍‌ଟି ଶୁଟ୍‌ଆଉଟ୍‌ରେ ପରାସ୍ତ କରି ଦଳ ପ୍ରଥମ ଥର ପାଇଁ ଏହି କପ୍ ହାତେଇଥିଲା।

ଅନ୍ୟପକ୍ଷରେ ଭାରତୀୟ ଦଳ କ୍ୱାର୍ଟର ଫାଇନାଲ୍‌ରୁ ବିଦା ହୋଇଯାଇଥିଲା। କ୍ୱାର୍ଟର ଫାଇନାଲ୍‌ରେ ଦଳ ଶକ୍ତିଶାଳୀ ନେଦରଲ୍ୟାଣ୍ଡସ୍‌ ଠାରୁ ହାରି ଯାଇଥିଲା।



from Odisha Reporter http://bit.ly/2EKc59n

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages