ମାଡ଼ି ଆସୁଛି ବାତ୍ୟା ‘ପେତାଇ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 16, 2018

ମାଡ଼ି ଆସୁଛି ବାତ୍ୟା ‘ପେତାଇ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ‘ପେତାଇ’। ବର୍ତ୍ତମାନ ଏହା ଆନ୍ଧ୍ରପ୍ରଦେଶର ମଛଲିପଟ୍ଟନମ୍‌ଠାରୁ ୫୩୦ କିଲୋମିଟର ଦୂରରେ ରହିଛି। ଆଉ କେଇ ଘଣ୍ଟା ପରେ ଏହା ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇ ଆସନ୍ତାକାଲି ଅପରାହ୍ଣରେ ସ୍ଥଳଭାଗରେ ମାଡ଼ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଅଧା ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।

ତେବେ ପେତାଇ ଆସିବା ପୂର୍ବରୁ ଅଶାନ୍ତ ହୋଇପଡ଼ିଛି ଆନ୍ଧ୍ର ଉପକୂଳ। କୂଳ ଳଙ୍ଘି ମାଡ଼ ହେଉଛି ବିରାଟ ବିରାଟ ଢେଉ। ଏହାସହ ତାଳ ଦେଇ ବଢୁଛି ବର୍ଷା ଓ ପବନ। ଉପକୂଳ ଆନ୍ଧ୍ରପ୍ରଦେଶରେ ଆଜି ପୂର୍ବାହ୍ନରୁ ତୁହାକୁ ତୁହା ବର୍ଷା ସହ ପବନ ଲାଗି ରହିଛି।

ବଙ୍ଗୋପସାଗରରେ ଘନୀଭୂତ ହୋଇ ସ୍ଥଳଭାଗକୁ ମାଡ଼ି ଆସୁଥିବା ଘୂର୍ଣ୍ଣିଝଡ଼ ପେତାଇ ପ୍ରଭାବରେ ଓଡ଼ିଶାରେ ଆଜି ଦିନ ତମାମ କୋହଲା ପାଗ ଲାଗିରହିଛିା ଆଜି ଓ ଆସନ୍ତାକାଲି ଗଜପତି, ରାୟଗଡ଼ା, ମାଲକାନଗିରି ଓ କୋରାପୁଟ ସମେତ ରାଜ୍ୟର ୧୫ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପେତାଇକୁ ଦୃଷ୍ଟିରେ ରଖି ରାଜ୍ୟର ସବୁ ବନ୍ଦରରେ ୨ ନମ୍ବର ସତର୍କ ସଙ୍କେତ ଜାରି କରାଯାଇଥିବା ଭୁବନେଶ୍ୱର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌.ଆର୍‌. ବିଶ୍ୱାସ କହିଛନ୍ତି।

pethaiଆତଙ୍କିତ ଅବସ୍ଥାରେ ଚାଷୀ

୨ ମାସ ତଳର ‘ତିତ୍‌ଲି’ ବାତ୍ୟାର ମାଡ଼ରେ ଅଣ୍ଟା ସଳଖି ଛିଡ଼ା ହୋଇପାରିନଥିବା ଚାଷୀ ‘ପେତାଇ’କୁ ନେଇ ଆତଙ୍କିତ ହୋଇପଡ଼ିଛନ୍ତି। ବିଶେଷ କରି ଗଜପତି ଜିଲ୍ଲାର ଚାଷୀ କେମିତି ଫସଲ ବଞ୍ଚାଇବେ, ତାକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି। କାରଣ ଅମଳ ଧାନ ଏବେ ବି କ୍ଷେତରେ ପଡ଼ିରହିଛି। ତଥାପି ତରବର ହୋଇ ଫସଲକୁ ବଞ୍ଚାଇବାକୁ ଉଦ୍ୟମ କରୁଛନ୍ତି। ସେହିପରି ଗୁଣୁପୁର, ଲମତାପୁଟ ଏବଂ କୋରାପୁଟର ଚାଷୀ ମଧ୍ୟ ଲାଗିପଡ଼ିଛନ୍ତି ଅମଳ ହୋଇଥିବା ଫସଲକୁ ସୁରକ୍ଷିତ ରଖିବାକୁ।

pethaiସରକାରୀ ପ୍ରସ୍ତୁତି ଆରମ୍ଭ

ପେତାଇକୁ ନେଇ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଖଳା ଏବଂ ମଣ୍ଡିରେ ଥିବା ଧାନର ସୁରକ୍ଷା ପାଇଁ ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଡେପୁଟୀ ରିଲିଫ୍ କମିଶନର ପ୍ରଭାତ ମହାପାତ୍ର। ଏହାସହ ସେମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି।

ସରକାରୀ ନିର୍ଦ୍ଦେଶ ପରେ ତତ୍ପର ହୋଇଉଠିଛି ଜିଲ୍ଲା ପ୍ରଶାସନ। ବିଭିନ୍ନ ସ୍ଥାନରେ ଡାକବାଜି ଯନ୍ତ୍ର ସହାୟତାରେ ଲୋକଙ୍କୁ ସଚେତନ କରାଯାଉଛି। ଗଜପତିରେ ତିତ୍‌ଲି ବାତ୍ୟାର ବିପନ୍ନଙ୍କୁ ସ୍କୁଲ ଏବଂ ଅଙ୍ଗନୱାଡି ଗୃହରେ ପୁଣି ଥଇଥାନ୍ କରିବାକୁ ଯୋଜନା କରାଯାଉଛି।



from Odisha Reporter https://ift.tt/2QD7rAj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages