କଳିଙ୍ଗ ଷ୍ଟାଡିୟମ୍‌ରୁ ସେଲ୍‌ଫି ଉଠାଇ ଟ୍ୱିଟ୍‌ କଲେ ସଚିନ୍‌, ଲେଖିଲେ ଏମିତି କଥା   - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 16, 2018

କଳିଙ୍ଗ ଷ୍ଟାଡିୟମ୍‌ରୁ ସେଲ୍‌ଫି ଉଠାଇ ଟ୍ୱିଟ୍‌ କଲେ ସଚିନ୍‌, ଲେଖିଲେ ଏମିତି କଥା  

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):କଳିଙ୍ଗ ଷ୍ଟାଡିୟମ୍‌ରେ ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକର। ଉତ୍ସାହିତ ଦଶର୍କ। ଉତ୍ସବମୁଖର ପୂରା ମାହୋଲ। କଳିଙ୍ଗ ଷ୍ଟାଡିୟମରେ ଆଜି ନେଦରଲାଣ୍ଡ-ବେଲଜିୟମ ହକି ଫାଇନାଲ ମ୍ୟାଚ୍‌ ଥିବା ବେଳେ ଖେଳ ଦେଖିବାକୁ ପହଞ୍ଚିଛନ୍ତି ସଚିନ୍ । ତେଣୁ ସଚିନ୍‌ଙ୍କ ଟିକେ ଝଲକ୍‌ ପାଇବା ପାଇଁ ପ୍ରଶଂସକଙ୍କ ମଧ୍ୟରେ ନାହିଁ ନଥିବା ଉତ୍କଣ୍ଠା ଦେଖିବାକୁ ମିଳଛି। ତେବେ କଳିଙ୍ଗ ଷ୍ଟାଡିୟମ୍‌ରେ ସଚିନ୍‌ ପହଞ୍ଚି ସାରିଥିବା ବେଳେ ସେଲ୍‌ଫି ଉଠାଇ ନିଜ୍ ଟ୍ୱିଟ୍‌ର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ଆଉ ଲେଖିଛନ୍ତି “କଳିଙ୍ଗ ଷ୍ଟାଡିୟମରେ ମତୁଆଲା ପରିବେଶ। ମୁଁ ଏଠି ହକି ପାଇଁ ଏନର୍ଜୀକୁ ଦେଖିପାରୁଛି।”

ସୂଚନା ଯୋଗ୍ୟ ଯେ, ହକି ଫାଇନାଲ ଦେଖବାକୁ ସେ ଭୁବନେଶ୍ୱର ଆସୁଥିବା ଗତକାଲି ଟ୍ୱିଟ୍‌ କରି ଜଣାଇଥିଲେ। ସେ ଲେଖିଥିଲେ ଯେ, ସମଗ୍ର ଦେଶ ହକି ବିଶ୍ୱକପ୍‌କୁ ସମର୍ଥନ ଜଣାଉଥିବାର ଦେଖି ମୁଁ ଆନନ୍ଦ ଅନୁଭବ କରୁଛି। ଏପରି ବିଶ୍ୱସ୍ତରୀୟ ଆୟୋଜନ ପାଇଁ ସେ ଉଭୟ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ହକି ଇଣ୍ଡିଆକୁ ଧନ୍ୟବାଦ ଜଣାଇଥିଲେ। ସେ ଏହି ହକି ମହାକୁମ୍ଭକୁ ନିଜର ସମର୍ଥନ ଜଣାଇବା ପାଇଁ ସେ ଓଡ଼ିଶା ଆସୁଥିବା ଜଣାଇଥିଲେ। ସେ କହିଥିଲେ, “ମୁଁ ଆସନ୍ତାକାଲି ଭବ୍ୟ କଳିଙ୍ଗ ଷ୍ଟାଡିୟ ମ୍‌କୁ ଆସିବି, ସେଇଠି ଦେଖାହେବ।”



from Odisha Reporter https://ift.tt/2A44myZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages