ଆପଣଙ୍କ ଫ୍ରିଜ୍‌ରୁ ଦୁର୍ଗନ୍ଧ ବାହାରୁଛି କି? ପ୍ରତିକାର ପାଇଁ ଆପଣାନ୍ତୁ ଏହି ସବୁ ଉପାୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 5, 2018

ଆପଣଙ୍କ ଫ୍ରିଜ୍‌ରୁ ଦୁର୍ଗନ୍ଧ ବାହାରୁଛି କି? ପ୍ରତିକାର ପାଇଁ ଆପଣାନ୍ତୁ ଏହି ସବୁ ଉପାୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଖାଦ୍ୟ ସାମଗ୍ରୀକୁ ସତେଜ ରଖିବା ଲାଗି ଫ୍ରିଜ୍‌ରେ ରଖାଯାଏ। ହେଲେ, ଯଦି ଏହି ସବୁ ଖାଦ୍ୟ ସାମଗ୍ରୀ ଅଧିକ ଦିନ ଯାଏ ଫ୍ରିଜ୍‌ରେ ରୁହେ, ତେବେ ଫ୍ରିଜ୍ ଭିତରୁ ଦୁର୍ଗନ୍ଧ ବାହାରି ଥାଏ। କେବଳ ରନ୍ଧା ଖାଦ୍ୟ ନୁହେଁ, ପରିବା ଏବଂ ବିଭିନ୍ନ ଫଳ ମଧ୍ୟ ଫ୍ରିଜ୍‌ରେ ରହି ରହି ପଚିଯାଏ। ଆଉ ଏହି ଦୁର୍ଗନ୍ଧ ସେହି କାରଣରୁ ହିଁ ବାହାରିଥାଏ ଏବଂ ଏହା ସହଜରେ ଦୂର ହୋଇ ନ ଥାଏ। ଯଦି ଆପଣଙ୍କ ଫ୍ରିଜ୍‌ରେ ଏପରି ଦୀର୍ଘ ଦିନ ଧରି ଖାଦ୍ୟ ସାମଗ୍ରୀ ବା ପନିପରିବା ରହିବା କାରଣରୁ ଦୁର୍ଗନ୍ଧ ବାହାରୁଥାଏ, ତେବେ ଆଜି ଆମେ ଆପଣଙ୍କୁ ଏହି ଦୁର୍ଗନ୍ଧକୁ ଦୂର କରିବାର ରାସ୍ତା ବତାଇବୁ।

୧. ଫ୍ରିଜ୍‌ ଭିତରେ ରହି ନଷ୍ଟ ହୋଇ ଯାଇଥିବା ଖାଦ୍ୟ ସାମଗ୍ରୀ ବା ପରିବାକୁ ପ୍ରଥମେ ବାହାର କରନ୍ତୁ। ଯଦି ସମ୍ଭବ ଫ୍ରିଜ୍‌ର ସେଲ୍‌ଗୁଡ଼ିକୁ ଟିକେ ସର୍ଫ ପାଣି କିମ୍ବା ବାସନମଜା ଲିକ୍ୱିଡ୍‌ରେ ସଫା କରି ଦିଅନ୍ତୁ। ନ ହେଲେ, କଲିନ୍‌ ସ୍ପ୍ରେ ମାରି ପୋଛି ଦିଅନ୍ତୁ। ଏହା ଦ୍ୱାରା ଦୁର୍ଗନ୍ଧ ପଳାଇବ।

୨. ଯେଉଁ ପାଣିରେ ଫ୍ରିଜ୍‌ ସଫା କରୁଛନ୍ତି, ସେଥିରେ ପୋଦିନା ରସରୁ କିଛି ବୁନ୍ଦା ପକାଇ ଦିଅନ୍ତୁ। ଆପଣ ଚାହିଁଲେ, ଏକ ଗିନାରେ ଏହି ରସ ନେଇ ସବୁବେଳ ପାଇଁ ଫ୍ରିଜ୍‌ରେ ରଖିପାରିବେ। ଏହାଦ୍ୱାରା ଫ୍ରିଜ୍‌ରୁ ଦୁର୍ଗନ୍ଧ ଦୂର ହେବା ସହ ଏଥିରୁ ସୁଗନ୍ଧ ମଧ୍ୟ ବାହାରିବ।

୩. କିଛି ଖାଇବା ସୋଡ଼ାକୁ ଏକ ପାତ୍ରରେ ଫ୍ରିଜ୍‌ରେ ରଖିବା ଦ୍ୱାରା ମଧ୍ୟ ଏହି ଦୁର୍ଗନ୍ଧ ଦୂର ହୋଇଯିବ।

୪. ଖବରକାଗଜ ଫ୍ରିଜ୍‌ର ଦୁର୍ଗନ୍ଧକୁ ଦୂର କରିବାରେ ସାହାଯ୍ୟ କରେ। ଫ୍ରିଜ୍‌ରେ ଯେଉଁ ଜିନିଷ ରଖୁଛନ୍ତି, ସେ ସବୁକୁ ଖବରକାଗଜ ଗୁଡ଼ାଇ ରଖନ୍ତୁ କିମ୍ବା ଫ୍ରିଜ୍‌ରେ ଏକ ପେପର୍‌ ବଣ୍ଡଲ୍‌ ରଖି ଦିଅନ୍ତୁ। ଦୁର୍ଗନ୍ଧ ଦୂର ହୋଇଯିବ।

୫. ଲେମ୍ବୁ ମଧ୍ୟ ଫ୍ରିଜ୍‌ରୁ ଦୁର୍ଗନ୍ଧ ଦୂର କରିବାରେ ସାହାଯ୍ୟ କରେ। ଏକ ଗିନା ପାଣିରେ କିଛି ବୁନ୍ଦା ଲେମ୍ବୁ ରସ ପକାଇ ଫ୍ରିଜ୍‌ରେ ରଖନ୍ତୁ, ଦେଖିବେ ଦୁର୍ଗନ୍ଧ ଦୂର ହୋଇଯିବ।



from Odisha Reporter https://ift.tt/2Uq07Xc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages