ଇନ୍ଧନ ଭର୍ତ୍ତି ବେଳେ ବିମାନ ଦୁର୍ଘଟଣା, ୬ ନୌସେନା ନିଖୋଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 5, 2018

ଇନ୍ଧନ ଭର୍ତ୍ତି ବେଳେ ବିମାନ ଦୁର୍ଘଟଣା, ୬ ନୌସେନା ନିଖୋଜ

ଟୋକିଓ: ଜାପାନ୍ ସୀମାବର୍ତ୍ତୀ ଅଞ୍ଚଳରେ ୨ ଆମେରିକୀୟ ଯୁଦ୍ଧ ବିମାନ ମଝି ଆକାଶରେ ଇନ୍ଧନ ଭର୍ତ୍ତି କରିବା ଅଭ୍ୟାସ ଚାଲୁ ରଖିଥିବାବେଳେ ଘଟିଥିବା ଦୁର୍ଘଟଣା କାରଣରୁ ୬ ଜଣ ଆମେରିକୀୟ ନୌବାହିନୀ ସଦସ୍ୟ ନିଖୋଜ ଅଛନ୍ତି।

ଜାପାନ ପକ୍ଷରୁ ପୂର୍ଣ୍ଣ ସହଯୋଗ ଯୋଗାଇଦିଆଯାଇଛି ଏବଂ ୭ ଜଣଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ମାତ୍ର ଜଣେ ଉଦ୍ଧାର ହୋଇପାରିଛନ୍ତି। ବର୍ତ୍ତମାନ ମଧ୍ୟ ଖୋଜିବା ପ୍ରକ୍ରିୟା ଏବଂ ଉଦ୍ଧାର କାର୍ଯ୍ୟ ଚାଲୁ ରହିଥିବା ଜାପାନ ଏବଂ ଆମେରିକା ପକ୍ଷରୁ ସୂଚନା ଦିଆଯାଇଛି।

ସ୍ଥାନୀୟ ସମୟ ଭୋର ୨ଟା ବେଳକୁ ଏହି ଘଟଣା ଘଟିଥିଲା। ଜାପାନ ସୀମାବର୍ତ୍ତୀ ଉପକୂଳ ଅଞ୍ଚଳରୁ ୩୨୨ କିଲୋମିଟର ଦୂର ଅଞ୍ଚଳରେ ଘଟିଛି।

ଦୁଇଟି ବିମାନ ମଧ୍ୟରୁ କେସି-୧୩୦ ହରକ୍ୟୁଲେସ୍‌ ଇନ୍ଧନ ଭର୍ତ୍ତି ବିମାନ ହୋଇଥିବାବେଳେ ଏଫ/ଏ-୧୮ ହର୍ଣ୍ଣେଟ୍‌ ଫାଇଟର ଜେଟ୍‌ ଥିଲା। ଏହା ଇୱାକୁନି ଏୟାର ଷ୍ଟେସନ୍‌ରୁ ଉଡ଼ାଣ ଭରିଥିଲା ଏବଂ ଅଭ୍ୟାସ ଚାଲୁ ରଖିଥିଲା।

ଉଦ୍ଧାର କାର୍ଯ୍ୟରେ ଜାପାନ ପ୍ରମୁଖ ଭୂମିକା ଗ୍ରହଣ କରିଛି ଏବଂ ଦୁର୍ଘଟଣା ପଛର କାରଣ ଜାଣିବାପାଇଁ ତଦନ୍ତ ଆରମ୍ଭ ହୋଇସାରିଛି।



from Odisha Reporter https://ift.tt/2G0KaDr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages