ବିରାଟ୍‌ କୋହଲି ଆମ ଗ୍ରହର ଶ୍ରେଷ୍ଠ କ୍ରିକେଟର: ୱାର୍ଣ୍ଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 25, 2018

ବିରାଟ୍‌ କୋହଲି ଆମ ଗ୍ରହର ଶ୍ରେଷ୍ଠ କ୍ରିକେଟର: ୱାର୍ଣ୍ଣ

ମେଲ୍‌ବୋର୍ଣ୍ଣ:ରାତି ପାହିଲେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଐତିହାସିକ ମେଲ୍‌ବର୍ଣ୍ଣ ବକ୍ସିଂ ଡେ’ ଟେଷ୍ଟ ମ୍ୟାଚ୍‌। ବର୍ତ୍ତମାନ ସିରିଜ୍‌ ୧-୧ ସ୍ଥିତିରେ ଥିବାରୁ ଏହି ମ୍ୟାଚ୍‌ ଅନେକ ଗୁରୁତ୍ୱ ବହନ କରୁଥିବାବେଳେ ଏହା ଶ୍ରେଷ୍ଠ ବକ୍ସିଂ ଡେ’ ମ୍ୟାଚ୍‌ ହେବ ବୋଲି ଭବିଷ୍ୟବାଣୀ କରିଛନ୍ତି କିମ୍ବଦନ୍ତୀ ସ୍ପିନର ଶେନ୍‌ ୱାର୍ଣ୍ଣ।

ଏହା କେବଳ ସିରିଜ୍‌ର ସ୍ଥିତି ପାଇଁ ଶ୍ରେଷ୍ଠ ହେବ ତାହା ନୁହେଁ, ଏଥି ସହିତ ଆମ ଗ୍ରହର ଶ୍ରେଷ୍ଠ କ୍ରିକେଟର ବିରାଟ କୋହଲି ଏହି ମ୍ୟାଚ୍‌ ଖେଳୁଥିବାରୁ ଏହା ଶ୍ରେଷ୍ଠ ହେବ।

ସେ କହିଛନ୍ତି, “ପିଲାବେଳୁ ସମସ୍ତେ ସ୍ୱପ୍ନ ଦେଖନ୍ତି ମେଲ୍‌ବର୍ଣ୍ଣରେ କିଛି କରିସ୍ମା ଦେଖାଇବେ, କିନ୍ତୁ ଏହା କମ୍‌ ଲୋକଙ୍କ ଭାଗ୍ୟରେ ଜୁଟେ। ବର୍ଷ ପରେ ବର୍ଷ ଏହି ଦିନ ମ୍ୟାଚ୍‌ ପାଇଁ ଚର୍ଚ୍ଚା ଲାଗିରହିଥାଏ। କିନ୍ତୁ ଏଥର ଏହି ମ୍ୟାଚ୍‌ ଶ୍ରେଷ୍ଠ ହେବ। ଏଥିପାଇଁ ଶ୍ରେଷ୍ଠ ହେବ ଯେ ଏହା ଆମ ଦେଶରେ ଖେଳାଯାଇଥିବା ଶ୍ରେଷ୍ଠ ଟେଷ୍ଟ ସିରିଜ୍‌।”

ସେ ଆହୁରି କହିଥିଲେ, ଏହା ଅନ୍ୟ ଏକ କାରଣ ପାଇଁ ଶ୍ରେଷ୍ଠ, ତାହା ହେଉଛି ପୃଥିବୀର ଶ୍ରେଷ୍ଠ କ୍ରିକେଟର ବିରାଟ କୋହଲି ଏବଂ ଅଷ୍ଟ୍ରେଲୀୟ ଅଧିନାୟକ ଟିମ୍‌ ପେନ୍‌ଙ୍କ ପାଇଁ। ସମାନ ସମାନ ଗାଲ ମଧ୍ୟରେ ଲଢ଼େଇ, ପୈସା ଅସୁଲ୍‌ ମ୍ୟାଚ୍‌ ହେବ।

ସୂଚନାଯୋଗ୍ୟ ଯେ, ଏଠାରେ ହିଁ ୱାର୍ଣ୍ଣ ତାଙ୍କ ବୋଲିଂ କ୍ୟାରିୟରର ୭୦୦ତମ ୱିକେଟ୍‌ ହାସଲ କରିଥିଲେ। ସେ ଏହି ସହରକୁ ବିଶ୍ୱର କ୍ରୀଡ଼ା ରାଜଧାନୀ ବୋଲି କୁହନ୍ତି। ଅଷ୍ଟ୍ରେଲିଆ କ୍ରିକେଟ୍‌ର ଏହା ଶ୍ରେଷ୍ଠ ଭେନ୍ୟୁ, ତେଣୁ ଏଠାକୁ ପ୍ରତିବର୍ଷ ସେ ଆସନ୍ତି। ଷ୍ଟାଣ୍ଡରେ ୮୦ ହଜାର ଦର୍ଶକ ଏବଂ ରେଡିଓ ଓ ଟିଭିରେ ଲକ୍ଷ ଲକ୍ଷ ଦର୍ଶକଙ୍କ ପାଇଁ ଏହା ଅପୂର୍ବ ମୁହୂର୍ତ୍ତ ବୋଲି ସେ କହିଛନ୍ତି।



from Odisha Reporter http://bit.ly/2Q1nCCk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages