
ନରୱେ: କାର୍ ଚୋରି କରିବାକୁ ଯାଉଥିବା ଜଣେ ୧୭ ବର୍ଷୀୟ ବାଳକ ପୁଲିସ୍କୁ ନିଜେ ଡାକିବାକୁ ବାଧ୍ୟ ହୋଇଛି। ଆଜ୍ଞା ହଁ ,ଏଭଳି ଅଜବ ଘଟଣା ଦେଖିବାକୁ ମିଳିଛି ନରୱେରେ। ପୁଲିସ୍ ତାଙ୍କଠାରୁ ସୂଚନା ପାଇ ଘଟଣାସ୍ଥଳକୁ ଆସି ତାଙ୍କୁ ଉଦ୍ଧାର କରିବା ସହିତ ପୁଲିସ ଷ୍ଟେସନ୍କୁ ନେଇଯାଇଛି।
ପୁଲିସ୍ ନିଜେ ଏପରି ଘଟଣା ସମ୍ପର୍କରେ ଟ୍ୱିଟ୍ କରି ଜଣାଇଛି। ପୁଲିସ୍ କହିଛି, “ଜଣେ ୧୭ ବର୍ଷୀୟ ବାଳକ ଗୋଟିଏ କାର ଭିତରୁ କଲ୍ କରିଥିଲା ଯାହାକୁ ସେ ଚୋରି କରିବାକୁ ଚାହୁଁଥିଲା। ସେ କାର୍ରେ ପଶିବା ପରେ ଆଉ ଡୋର୍ ଖୋଲି ବାହାରି ପାରିଲା ନାହିଁ। ସେ ଯେହେତୁ ଆମକୁ ଆଗରୁ ଜାଣିଛି, ଭାବିଲା ଆମକୁ ଡାକିଲେ ହିଁ ଆମେ ତାକୁ ସାହାଯ୍ୟ କରିପାରିବୁ।”
ପୁଲିସ୍ ପକ୍ଷରୁ ପରିହାସ ଛଳରେ କୁହାଯାଇଛି, “ସେ ଭାବିଲା ଆମକୁ ଡାକିବା ଠିକ୍ ହେବ। ଆମ ଉପରେ ବୋଧେ ତା’ର ଅଗାଧ ବିଶ୍ୱାସ। ଠିକ୍ ଯେମିତି ଘନିଷ୍ଠ ସାଙ୍ଗମାନଙ୍କୁ ବିଶ୍ୱାସ କରାଯାଏ।”
from Odisha Reporter http://bit.ly/2EXOxOr
No comments:
Post a Comment