
ନୂଆଦିଲ୍ଲୀ: ଅଗୁସ୍ତା ୱେଷ୍ଟଲ୍ୟାଣ୍ଡ ଦୁର୍ନୀତିରେ ମଧ୍ୟସ୍ଥି କୁହାଯାଉଥିବା ଖ୍ରୀଷ୍ଟିଆନ୍ ମିଶେଲ୍ଙ୍କ ଏକ ଚିଠିରୁ ଜଣାପଡ଼ିଛି ସାଂଘାତିକ ତଥ୍ୟ। ୨୦୦୯ ମସିହା ଅଗଷ୍ଟ ୨୮ ତାରିଖର ଏହି ଚିଠିରେ ସେ ଦର୍ଶାଇଛି ଏହି ଚୁକ୍ତି ପାଇଁ ଶୀର୍ଷ କଂଗ୍ରେସ ନେତାଙ୍କ ଦ୍ୱାରା ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଉପରେ ଚାପ ପକାଯାଉଥିଲା।
ଇଣ୍ଡିଆ ଟୁଡେ ପକ୍ଷରୁ ପ୍ରକାଶ କରାଯାଇଥିବା ଏକ ଚିଠିରେ ଦର୍ଶାଯାଇଛି ମିଶେଲଙ୍କର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ହେଲିକପ୍ଟର ଚୁକ୍ତି ସମ୍ପର୍କିତ ମନମୋହନ ସିଂହଙ୍କ ବୈଠକର ତଥ୍ୟ, ବରିଷ୍ଠ ମନ୍ତ୍ରୀ, ପ୍ରଶାସନିକ ଅଧିକାରୀ ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟ ପର୍ଯ୍ୟନ୍ତ ସବୁଠାରେ ପହଞ୍ଚ ଥିଲା। ସରକାରର ଉଚ୍ଚ ସ୍ତରରେ କ’ଣ ଘଟୁଛି ସବୁ କିଛି ଖବର ରଖିଥିଲେ ମିଶେଲ୍। ଆମେରିକାର ତତ୍କାଳୀନ ରାଷ୍ଟ୍ରସଚିବ ହିଲାରୀ କ୍ଲିଣ୍ଟନ୍ ଏବଂ ମନମୋହନଙ୍କ ମଧ୍ୟରେ ହୋଇଥିବା ବୈଠକ ବାବଦରେ ମଧ୍ୟ ସେ ଭଲ ଭାବେ ଜାଣିଥିଲେ।
ସେ ଚିଠିରେ ଲେଖିଛି, ୨୦୦୯ ମସିହା ୧୯ ଜୁଲାଇରୁ ୨୩ ଜୁଲାଇ ଯାଏ ଭାରତ ଗସ୍ତରେ ଥିବା ହିଲାରୀ ଏକାଧିକ ବୈଠକରେ ମନମୋହନଙ୍କୁ ଭେଟିଥିଲେ ଏବଂ ଏଜେଣ୍ଡା ବାହାରେ ଏକ ପ୍ରସଙ୍ଗ ଉଠାଇଥିଲେ। ସେ କହିଥିଲେ, ଭାରତ ଏ-୧୦୧ ହେଲିକପ୍ଟର କାହିଁକି କିଣୁଛି? ଏହା ବ୍ୟୟବହୁଳ ହୋଇଥିବାରୁ ଆମେରିକା ଅଗୁସ୍ତା ସହ ଚୁକ୍ତିକୁ ବାତିଲ କରିଦେଇଥିଲା।
ମିଶେଲ୍ ଲେଖିଛନ୍ତି, ଜଣାନାହିଁ କେଉଁ କାରଣରୁ, କିନ୍ତୁ ମନମୋହନ ସିଂହ ଆମେରିକା ସହିତ ଭଲ ସମ୍ପର୍କ ରଖିବାକୁ ଚାହୁଁଥିଲେ। ଏପରିକି ହିଲାରୀଙ୍କ ପ୍ରସ୍ତାବକୁ ସରକାର ବିଚାର କରିବେ ବୋଲି କହିଥିଲେ। ଏହାପରେ ଆମେ ପ୍ରତିରକ୍ଷା କ୍ୟାବିନେଟ୍ କମିଟି ଜରିଆରେ ଚାପ ପକାଇଥିଲୁ ଯେ ୩୦ ଜୁଲାଇରେ ଏହାକୁ ପାରିତ କରାଇବାକୁ ହେବ। ୬ ଦିନ ତଳେ ହିଲାରୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପରେ ହଠାତ ଏମିତି ମତ ପରିବର୍ତ୍ତନ କରିବା ଆନ୍ତର୍ଜାତିକ ସ୍ତରରେ ତାଙ୍କ ଖ୍ୟାତି ଉପରେ ଆଞ୍ଚ ଆଣିବାର ସମ୍ଭାବନା ଥିଲା।
କିନ୍ତୁ କ୍ୟାବିନେଟ୍ ନୋଟ୍ରେ ସମସ୍ୟା ଥିଲା। ଏହା ସେତେ ଦୃଢ଼ ନଥିଲା ଯାହା ଏଭଳି ଗୁରୁତ୍ୱପୂର୍ଣ୍ଣ ଡିଲ୍ ପାଇଁ ଆବଶ୍ୟକ।
ଅଗୁସ୍ତା ଏକ ଦୁଃସ୍ୱପ୍ନ
ଏହା ପରେ ସେ ଏକ ଦୁଃସ୍ୱପ୍ନ ବାବଦରେ ମଧ୍ୟ କହିଛନ୍ତି, “୩୦ ଜୁଲାଇ ରେ ଏହି ବୈଠକ ହେବାର ଥିଲା। ଆମେ ଏବଂ ଟିମ୍ (ପ୍ରଶାସନିକ ଅଧିକାରୀ ଏବଂ ଶୀର୍ଷ ରାଜନୀତିକ ବ୍ୟକ୍ତି) ଭାବିଥିଲୁ ସବୁକିଛି ଆରାମରେ ପାରିତ ହୋଇଯିବ। କିନ୍ତୁ ଘଟଣା କିଛି ଅଲଗା ଘଟିଥିଲା। ହଠାତ ପ୍ରଧାନମନ୍ତ୍ରୀ କହିଥିଲେ, ସବୁ ଠିକ୍ ଅଛି। କିନ୍ତୁ ପ୍ରଥମେ ଉପସ୍ଥିତ ସମସ୍ତ ମନ୍ତ୍ରୀଙ୍କ ମନରେ ଉଠୁଥିବା ପ୍ରଶ୍ନ ଉପସ୍ଥାପନ କରନ୍ତୁ। ପ୍ରଥମେ ସେସବୁର ଉତ୍ତର ରଖାଯାଉ ଏବଂ ଏହାପରେ ଯାଇ କ୍ୟାବିନେଟ୍କୁ ଫାଇଲ୍ ଆସିବ। ଏହାପରେ ଉପସ୍ଥିତ ସବୁ ମନ୍ତ୍ରୀ, ଦାବି କରୁଥିବା ଗୋଷ୍ଠୀ, ରୁଷ୍, ଆମେରିକା ଏବଂ ଫ୍ରାନ୍ସରୁ ଆସିଥିବା ସମସ୍ତେ ଅବାକ୍ ହୋଇଯାଇଥିଲେ।
ଉପସ୍ଥିତ କିଛି ମନ୍ତ୍ରୀ ପ୍ରଶ୍ନ ଉଠାଇବାକୁ ଆରମ୍ଭ କରିଥିଲେ। ଏହା ପରେ ଡିଲ୍କୁ ନେଇ ସମସ୍ତେ ସନ୍ଦିହାନ୍ ହୋଇଯାଇଥିଲେ।
ପ୍ରଧାନମନ୍ତ୍ରୀଙ୍କ ଉପରେ ଚାପ
ମିଶେଲ୍ ଏଥିରେ ମନମୋହନଙ୍କ ଉପରେ ଚାପ କଥା ମଧ୍ୟ ଲେଖିଛନ୍ତି। ୨୦୦୯ ମସିହା ଅଗଷ୍ଟ ମାସ ଯୋଜନା ବନାଇବାରେ, ତଥ୍ୟ ସଜାଡ଼ିବାରେ ଏବଂ ଗୋଷ୍ଠୀ ବନାଇବାରେ ବିତିଯାଇଥିଲା। ପ୍ରତିରକ୍ଷା ସଚିବଙ୍କୁ ବୁଝାଇଥିଲୁ ଏବଂ ପ୍ରଧାନମନ୍ତ୍ରୀଙ୍କୁ ଦଳର ଶୀର୍ଷ ଅଧିକାରୀଙ୍କ ଜରିଆରେ ଚାପ ପକାଇଥିଲୁ। ଅଗଷ୍ଟ ୨୪ରେ କ୍ୟାବିନେଟ୍ ନୋଟ୍ ଆଗତ ହେଲା। ପ୍ରତିରକ୍ଷା ମନ୍ତ୍ରୀ ଆମ ସାଙ୍ଗରେ ୧୦୦ ପ୍ରତିଶତ ଥିଲେ। ଡିଲ୍ରେ ରାଜିଥିବା ମନ୍ତ୍ରୀମାନଙ୍କୁ ଏହି ତଥ୍ୟ ବଣ୍ଟାଯାଇଥିଲା।
ଆମେ ଶେଷ ପାହାଚରେ
ଏହି ଚିଠିର ଆରମ୍ଭରେ ମିଶେଲ୍ ଅଗୁସ୍ତା ୱେଷ୍ଟଲ୍ୟାଣ୍ଡ ମୁଖ୍ୟଙ୍କୁ ଆଶ୍ୱସ୍ତି ଦେଇଛନ୍ତି ଖୁବ୍ଶୀଘ୍ର ଏହି ଚୁକ୍ତି ହୋଇଯିବ। ସେ ଏଥିରେ ଲେଖିଛନ୍ତି, ଆମେ ଜାଣୁଛୁ ଏଥିରେ ଚାପ ରହିବ। ଆଗାମୀ କ୍ୟାବିନେଟ୍ ବୈଠକ ୩ ଅକ୍ଟୋବରରେ ହେବ।
ସେ ଆହୁରି ମଧ୍ୟ ଲେଖିଛନ୍ତି, “ବୈଠକର ୩ ଦିନରେ ପରେ ଆପଣଙ୍କୁ ଗୋଟିଏ ତାରିଖ ଦିଆଯିବ, ଆପଣ ଆସିବେ ଆଉ ଚୁକ୍ତି ସ୍ୱାକ୍ଷର କରିବେ। ଆମେ ଯେତେବେଳେ ଶେଷଥର କଥା ହେଉଥିଲେ ଆପଣ ପଚାରିଥିଲେ, କେଉଁ ବର୍ଷ ଆପଣ ସ୍ୱାକ୍ଷର କରିବେ। ମୁଁ ଆପଣଙ୍କ ହତାଶା ଭାବ ବୁଝିପାରୁଛି,କିନ୍ତୁ ଏହା ଖୁବ୍ ଶୀଘ୍ର ସରିଯିବ।”
from Odisha Reporter http://bit.ly/2Rq8cMY
No comments:
Post a Comment