ପ୍ରାୟ ୧୦ ଘଣ୍ଟା ପରେ ଖୋଲିଲା ଶ୍ରୀମନ୍ଦିର ଭିତର କବାଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 28, 2018

ପ୍ରାୟ ୧୦ ଘଣ୍ଟା ପରେ ଖୋଲିଲା ଶ୍ରୀମନ୍ଦିର ଭିତର କବାଟ

puritemple

ପୁରୀ(ଓଡ଼ିଶା ରିପୋର୍ଟର): ଶେଷରେ ଖୋଲିଛି ଶ୍ରୀମନ୍ଦିରର ଭିତର କବାଟ। ଦିନ ସାରା ଚରମ ବିଶୃଙ୍ଖଳା ପରେ କିଛି ସମୟ ପୂର୍ବରୁ ବଡ଼ଦେଉଳ ଦ୍ୱାର ଫିଟାଯାଇଛି। ଏଥିସହ ପ୍ରାୟ ୧୦ ଘଣ୍ଟା ବିଳମ୍ବରେ ମହାପ୍ରଭୁଙ୍କ ମଙ୍ଗଳ ଆରତୀ ସହ ଅନ୍ୟ ନୀତିକାନ୍ତି ଆରମ୍ଭ ହୋଇଛି। ଏ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି।

ପୁଲିସ-ସେବାୟତ ମଧ୍ୟରେ ବିବାଦ ଯୋଗୁ ଆଜି ଭୋରରୁ ଖୋଲି ନ ଥିଲା ବଡ଼ଦେଉଳ ଦ୍ୱାର। ଏଥିଯୋଗୁ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସିଥିବା ଶ୍ରଦ୍ଧାଳୁ ନିରାଶ ହୋଇଥିଲେ। ସିଂହଦ୍ୱାର ଆଗରେ ଅପେକ୍ଷା କରି ରହିଥିଲେ। ହଜାର ହଜାର ଭକ୍ତ ଭିତର କବାଟ ନ ଖୋଲିବାରୁ ଆଜି ଦିନ ସାଢେ ୧୧ଟାରେ ଉତ୍ତ୍ୟକ୍ତ ହୋଇପଡ଼ିଥିଲେ। ପରେ ସେମାନେ ଲୁହା ବ୍ୟାରିକେଡ୍ ଭାଙ୍ଗି ଶ୍ରୀମନ୍ଦିର ଭିତରକୁ ପଶିଥିଲେ।

ଗତକାଲି ପୁଲିସ-ସେବାୟତଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ପୁଲିସ ମାଡ଼ରେ ସେବାୟତ ଆହତ ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଘଟଣାକୁ ନେଇ ଦେଖାଦେଇଥିଲା ବିବାଦ।

ଆଜି ବିଳମ୍ୱିତ ରାତି ଯାଏ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ଭକ୍ତ

ଆଜି ଶ୍ରୀଜିଉଙ୍କୁ ବିଳମ୍ବିତ ରାତି ଯାଏ ଦର୍ଶନ କରି ପାରିବେ ଭକ୍ତ। ଶୃଙ୍ଖଳିତ ଦର୍ଶନ ଲାଗି ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କାଯାଇଛି। ଆଜି କୌଣସି ଭକ୍ତ ଯେପରି ଦର୍ଶନରୁ ବଞ୍ଚିତ ନହୁଅନ୍ତି ବ୍ୟବସ୍ଥା ହୋଇଛି। ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର।



from Odisha Reporter http://bit.ly/2Q38Qet

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages