କଳିଙ୍ଗ ଷ୍ଟାଡିୟମ୍‌ରେ ସଚିନ୍‌ଙ୍କ ସହ କିଏ ଏହି ସୁନ୍ଦରୀ ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 16, 2018

କଳିଙ୍ଗ ଷ୍ଟାଡିୟମ୍‌ରେ ସଚିନ୍‌ଙ୍କ ସହ କିଏ ଏହି ସୁନ୍ଦରୀ ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ହକି ଆଉ କ୍ରିକେଟର ଅଦ୍ଭୁତ ସଂଯୋଗ। କଳିଙ୍ଗ ଷ୍ଟାଡିୟମ୍‌ରେ ପହଞ୍ଚି ହକି ଖେଳର ମଜା ନେଉଛନ୍ତି କ୍ରିକେଟ ତାରକା ସଚିନ୍‌ ତେନ୍ଦୁଲକର। ଖାଲି ଖେଳ ନୁହେଁ ଦର୍ଶକଙ୍କ ସହ ସେଲଫି ଉଠାଇ ମଧ୍ୟ ମଜା ନେଇଛନ୍ତି କ୍ରିକେଟ ଜଗତର ଗଡ୍‌। ହକି ପାଇଁ ଯେତିକି ନୁହେଁ ତେନ୍ଦୁଲକରଙ୍କ ପାଇଁ ଉଛୁଳି ଉଠିଥିଲା ଷ୍ଟାଡିୟମ୍‌। ଅସମ୍ଭବ ଭିଡ଼ ଓ ଅଦ୍ଭୁତ ପରିବେଶ ମଧ୍ୟରେ ଷ୍ଟାଡିୟମ୍‌ ସାରା ସଚିନ୍‌ ସଚିନ୍‌ କମ୍ପୁଥିଲା। ତାଙ୍କର ଟିକେ ଝଲକ ପାଇବା ପାଇଁ ପ୍ରଶଂସକଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଥିଲା। ହେଲେ ସଚିନ୍ ଆସିବା ପରେ ଷ୍ଟାଡିୟମ ଭିତରେ ଜଣେ ବିଦେଶିନୀ ସୁନ୍ଦରୀ ତାଙ୍କର ଇଣ୍ଟରଭ୍ୟୁ ନେଇଛନ୍ତି। ସଚିନଙ୍କର ପରିଚୟ ତ’ ସାରା ବିଶ୍ୱ ଜାଣିଛି। ହେଲେ ଏହି ମହାନ ବ୍ୟକ୍ତିଙ୍କ ସହ ଇଣ୍ଟରଭ୍ୟୁ ନେଇଥିବା ଏହି ଅପୂର୍ବ ସୁନ୍ଦରୀ ଜଣକ କିଏ? ଯାହାଙ୍କୁ ନେଇ ଏତେ ଚର୍ଚ୍ଚା। ଆଉ ଏତେ ଆଲୋଚନା।

ସେ ହେଉଛନ୍ତି ସମାନ୍ଥ ଆନ୍ନ କୁଏକ୍‌। ସାମ୍‌ କୁଏକ୍‌ ନାମରେ ପରିଚିତ ଏହି ମହିଳା ଜଣକ ହେଉଛନ୍ତି ବ୍ରିଟେନର ମହିଳା ହକି ଖେଳାଳି। ୨୦୧୩ ସମର୍‌ ଅଲମ୍ପିକସ୍‌ର ସ୍ୱର୍ଣ୍ଣ ପଦକ ବିଜେତା ସଦସ୍ୟ ଥିଲେ ସମାନ୍ଥ । ଫାଇନାଲରେ ପେନାଲଟି ଶୁଟ୍‌ ଆଉଟରେ ନେଦରଲାଣ୍ଡକୁ ଗୋଲ୍‌ ଦେଇ ବ୍ରିଟେନ୍‌କୁ ବିଜୟର ମୁକୁଟ ପିନ୍ଧାଇଥିଲେ ସମାନ୍ଥ। ୨୦୦୮ରେ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଥିବା ବେଳେ ସମାନ୍ଥ ପ୍ରଥମ ଅନ୍ତର୍ଜାତୀୟ କପ୍‌ ଜିତିଥିଲେ।

ସେ ଏକାଧାରରେ ଜଣେ ବାଗ୍ମୀ ଏବଂ ସ୍ତମ୍ବକାର ମଧ୍ୟ। ଇଂଲଣ୍ଡରେ ଜନ୍ମିତ ସମାନ୍ଥ ହକି ଖେଳ ଦେଖିବାକୁ ଭୁବନେଶ୍ୱର ଆସିଛନ୍ତି। ତେବେ ସଚିନ୍‌ଙ୍କ ସହ ଇଣ୍ଟରଭ୍ୟୁ କରି ଏହାର କିଛି ଫଟୋ ସମାନ୍ଥ ନିଜ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ସେଥିରେ ସେ ଲେଖିଛନ୍ତି ‘ହ୍ୱେନ୍‌ ହକି ମେଟ୍‌ କ୍ରିକେଟ୍‌। ଲିଭିଂ ଲେଜେଣ୍ଡ ସଚିନଙ୍କ ସହ ଇଣ୍ଟରଭ୍ୟୁ କରି ମୁଁ ଅତ୍ୟନ୍ତ ଆନନ୍ତିତ। ସଚିନ ଜଣେ ‘ଭେରୀ ଫନ୍ନି’ ଏବଂ ଜ୍ଞାନୀ ବ୍ୟକ୍ତିବୋଲି ସମାନ୍ଥ ଲେଖିଛନ୍ତି।



from Odisha Reporter https://ift.tt/2Cg4Eo1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages