ଶପଥ ନେଲେ ବିକ୍ରମସିଂଘେ, ସ୍ୱାଗତ ଜଣାଇଲା ଭାରତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 16, 2018

ଶପଥ ନେଲେ ବିକ୍ରମସିଂଘେ, ସ୍ୱାଗତ ଜଣାଇଲା ଭାରତ

କଲୋମ୍ବୋ: ୫୧ ଦିନର ରାଜନୀତିକ ଛକାପଞ୍ଝା ପରେ ରାନିଲ୍‌ ବିକ୍ରମସିଂଘେ ଆଜି ପୁଣିଥରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଗତ ପ୍ରାୟ ୨ ମାସ ଧରି ଅସ୍ଥିରତା ଲାଗିରହିବାପରେ ଶେଷରେ ଏହାର ସମାଧାନ ହୋଇଛି। ଉଲ୍ଲେଖନୀୟ ବିଷୟ ହେଉଛି, ରାଷ୍ଟ୍ରପତି ମୈଥ୍ରୀପାଲ୍‌ ଶିରିସେନା ତାଙ୍କୁ ଶପଥପାଠ କରାଇଛନ୍ତି, ଯେ କି ତାଙ୍କୁ ବିଦା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ଗତ ଅକ୍ଟୋବର ମାସ ଶେଷବେଳକୁ ୱିକ୍ରମସିଂଘେଙ୍କ ବଦଳରେ ମହିନ୍ଦ୍ରା ରାଜପାକ୍ସେଙ୍କୁ ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତି ଦିଆଯାଇଥିବେଳେ ମଧ୍ୟ ସେ ପଦ ଛାଡ଼ିବାକୁ ରାଜି ହୋଇନଥିଲେ।

ବର୍ତ୍ତମାନ ମଧ୍ୟ ସ୍ଥିତି ସମ୍ପୂର୍ଣ୍ଣ ସୁଧୁରିଥିବା କୁହାଯାଇପାରିବନି। କାରଣ ଆଜି ଶପଥଗ୍ରହଣ ପୂର୍ବରୁ ସାମ୍ବାଦିକମାନଙ୍କୁ ଶପଥଗ୍ରହଣର ଖବର ସଂଗ୍ରହ ପାଇଁ ଛଡ଼ାଯାଇନଥିଲା। ୱିକ୍ରମ୍‌ସିଂଘେଙ୍କ ବିଧାୟକମାନେ ହିଁ ତାଙ୍କ ନିଯୁକ୍ତି ବାବଦରେ ସୂଚନା ଦେଇଥିଲେ।

ୟୁନାଇଟେଡ୍‌ ନ୍ୟାସନାଲ ପାର୍ଟି ପକ୍ଷରୁ ଟ୍ୱିଟର୍‌ରେ କୁହାଯାଇଥିଲା, “କ୍ଷମତାର ବେଆଇନ କବ୍‌ଜା ବିରୋଧରେ ଏବଂ ଗଣତନ୍ତ୍ରର ପୁନଃପ୍ରତିଷ୍ଠା ପାଇଁ ଲଢ଼ିଥିବା ପ୍ରତ୍ୟେକ ନାଗରିକଙ୍କୁ ଧନ୍ୟବାଦ ଜଣାଉଛୁ।”

ଶିରିସେନାଙ୍କ ସମର୍ଥିତ ରାଜପାକ୍ଷେ ସଂସଦ ଗୃହରେ ସଂଖ୍ୟା ଗରିଷ୍ଠତା ଦେଖାଇବାରେ ବିଫଳ ହୋଇଆସୁଥିଲେ। ୬ଥର ଏପରି ସ୍ଥିତିର ସାମନା କରିବା ପରେ ଶନିବାର ପଦବୀରୁ ବିତାଡ଼ିତ ହୋଇଥିଲେ।

ଏହି ପରିବର୍ତ୍ତନକୁ ଭାରତ ସ୍ୱାଗତ ଜଣାଇଛି। ଭାରତ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରବୀଶ କୁମାର କହିଛନ୍ତି, “ନିକଟତମ ପଡ଼ୋଶୀ ଏବଂ ପ୍ରକୃତ ବନ୍ଧୁ ହିସାବରେ ଭାରତ ଶ୍ରୀଲଙ୍କା ରାଜନୀତିକ ସଙ୍କଟର ସମାଧାନକୁ ସ୍ୱାଗତ ଜଣାଉଛି।”



from Odisha Reporter https://ift.tt/2Bk5sGw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages