
ହାଇଦ୍ରାବାଦ୍: ତେଲେଙ୍ଗାନା ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୀତିକ ଦଳଗୁଡ଼ିକର ନେତାଙ୍କ ମଧ୍ୟରେ ବାକ୍ଯୁଦ୍ଧ ସେତିକି ତୀବ୍ର ହେବାରେ ଲାଗିଛି। ତେବେ ଆଜି ତେଲେଙ୍ଗାନାର କାମଚଳା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ର ଶେଖର ରାଓ(କେସିଆର୍) କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ସିଧାସଳଖ ଜୋକର କହି ପରିହାସ କରିଛନ୍ତି।
ଇଲେନ୍ଦୁଠାରେ ଏକ ରାଜନୀତିକ ଜନସମାବେଶରେ ଯୋଗଦେଇ ଟିଆର୍ଏସ୍ ମୁଖ୍ୟ କେସିଆର୍ କଂଗ୍ରେସ ଓ ରାହୁଲ ଗାନ୍ଧିଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, “ ରାହୁଲ ଗାନ୍ଧି ସର୍ବଦା ଜୋକରଙ୍କ ଭଳି କଥା କହୁଛନ୍ତି। ରାହୁଲ ଗାନ୍ଧିଙ୍କ ମୁଣ୍ଡରେ କିଛି ବୁଦ୍ଧି ଅଛି କି ନାହିଁ କିମ୍ବା ଭଗବାନ ତାଙ୍କୁ ବୁଦ୍ଧି ଦେଇଛନ୍ତି କି ନାହିଁ, ତାହା ଜଣାପଡ଼ୁନି। ସେ ସର୍ବଦା ଜୋକରଙ୍କ ଭଳି କଥା କହୁଛନ୍ତି।
ସେ କହୁଛନ୍ତି ଆମେ ଜନସେଚନ ପ୍ରକଳ୍ପ ପାଇଁ କମିସନ୍ ନେଇଛୁ। ରାହୁଲ ଗାନ୍ଧିଙ୍କୁ ମୁଁ ଚ୍ୟାଲେଞ୍ଜ କରୁଛି, ସେ ଏହା ପ୍ରମାଣ କରି ଦେଖାନ୍ତୁ। ମୁଁ ସର୍ବଦା ସଂଘର୍ଷ କରିବା ଶିଖିଛି। ରାହୁଲ ଗାନ୍ଧିଙ୍କ ଭଳି ଭୋଗବିଳାସରେ ଜୀବନ ଅତିବାହିତ କରିନି।
ଆମେ ପ୍ରକଳ୍ପ ଚାହୁଁଥିଲୁ ବୋଲି ପ୍ରକଳ୍ପ କରିଛୁ। ଆପଣ କ’ଣ କମିସନ୍ ଚାହାନ୍ତି? ଯଦି ଆପଣ ଚାହିଁବେ ମୁଁ କମିସନ ଦେବାକୁ ପ୍ରସ୍ତୁତ। ଆପଣଙ୍କ ଭଳି କମିସନ ନେବାର ଅଭ୍ୟାସ ଆମର ନାହିଁ।”
ଗୁରୁବାର ରାହୁଲ ଗାନ୍ଧି କେସିଆରଙ୍କୁ “ ଖାଓ କମିସନ ରାଓ” ବୋଲି ସମ୍ବୋଧନ କରି ତୀବ୍ର ସମାଲଚୋନା କରିଥିଲେ।
from Odisha Reporter https://ift.tt/2DV3jnC
No comments:
Post a Comment