
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗାଧୋଇବା ବେଳେ ଆମେ ସାଧାରଣତଃ ସାବୁନ୍ ବ୍ୟବହାର କରିଥାଉ। କିନ୍ତୁ ଆପଣ ଜାଣିଛନ୍ତି କି, ଗାଧୋଇବା ବେଳେ ସାବୁନ୍ର ବ୍ୟବହାର ସମ୍ପର୍କରେ ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ନିର୍ଦ୍ଦିଷ୍ଟ ପରାମର୍ଶ ଦିଆଯାଇଛି। କେଉଁ ସାବୁନ୍ ବ୍ୟବହାର ଦ୍ୱାରା କ’ଣ ହୋଇଥାଏ, କେଉଁ ସାବୁନ୍ ବ୍ୟବହାର କଲେ ଲାଭ ମିଳିଥାଏ, ସେ ନେଇ ଜ୍ୟୋତିଷ ଶାସ୍ତ୍ରରେ ୫ଟି ନିୟମ ଉଲ୍ଲେଖ କରାଯାଇଛି।
ଆସନ୍ତୁ ଜାଣିବା ସେହି ୫ଟି ନିୟମ।
୧. ଯେଉଁମାନଙ୍କ ଜାତକରେ ସୂର୍ଯ୍ୟଙ୍କ ସ୍ଥିତି ଖରାପ ଥାଏ, ତାଙ୍କର ନିଜ ବାପାଙ୍କ ସହ ସମ୍ପର୍କ ଖରାପ ହୋଇଯାଏ। ଏହା ସହ କୌଣସି ସରକାରୀ କାର୍ଯ୍ୟରେ ସଫଳତା ମିଳିପାରେ ନାହିଁ। ଜ୍ୟୋତିଷଙ୍କ ମତରେ ଏପରି ବ୍ୟକ୍ତି ମହୁ, ଚନ୍ଦନ ଏବଂ ଗୋଲାପର ସାବୁନ୍ ବ୍ୟବହାର କରିବା ଉଚିତ୍।
୨. ଯେଉଁମାନଙ୍କ ଜାତକରେ ମଙ୍ଗଳ ଦୋଷ ଥାଏ, ସେହି ବ୍ୟକ୍ତିମାନେ ଅତ୍ୟନ୍ତ କ୍ରୋଧୀ ସ୍ୱଭାବର ହୋଇ ଥାଆନ୍ତି। ଏପରି ବ୍ୟକ୍ତିଙ୍କ ବିବାହ ବିଳମ୍ବରେ ହୋଇଥାଏ। ଏପରି ବ୍ୟକ୍ତିମାନେ ଲାଲ ଚନ୍ଦନ, କେଶର କିମ୍ବା ଗୋଲାପ ଫୁଲରୁ ପ୍ରସ୍ତୁତ ସାବୁନ୍ ବ୍ୟବହାର କରିବା ଭଲ।
୩. ଶାସ୍ତ୍ର ଅନୁଯାୟୀ, ଗୁରୁବାର ସାବୁନ୍ ଲଗାଇବା ଅନୁଚିତ। ଜ୍ୟୋତିଷ ଶାସ୍ତ୍ରରେ ଗୁରୁ ବା ବୃହସ୍ପତି ଗ୍ରହ ଜୀବନରେ ସୁଖଶାନ୍ତିର କାରକ ହୋଇଥା’ନ୍ତି। ତାଙ୍କ ସ୍ଥିତିକୁ ଆପଣଙ୍କ ଜାତକରେ ସୁଦୃଢ କରିବା ପାଇଁ ଗାଧୋଇବା ବେଳେ ପାଣିରେ ମଲ୍ଲି ଫୁଲ, ହଳଦୀ କିମ୍ବା କେଶର ମିଶାଇ ଗାଧୁଆନ୍ତୁ।
୪. ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ର ଗ୍ରହ ଯୋଗୁ ବୈବାହିକ ଜୀବନ ସୁଖଭରା ହୋଇଥାଏ। ଜାତକରେ ଶୁକ୍ର ଗ୍ରହଙ୍କ ସ୍ଥିତି ମଜବୁତ କରିବା ପାଇଁ ଚନ୍ଦନ, କର୍ପୂର, ଅଁଳାଯୁକ୍ତ ସାବୁନ୍ ଲଗାନ୍ତୁ।
୫. ଜନ୍ମ ଜାତକରେ ଶନି, ରାହୁ ଓ କେତୁ ଖରାପ ସ୍ଥିତିରେ ଥିବା ହେତୁ ଜୀବନରେ ଅନେକ ଅସୁବିଧା ସୃଷ୍ଟି ହୁଏ। ଜ୍ୟୋତିଷ ଶାସ୍ତ୍ରରେ ଏହି ଗ୍ରହମାନଙ୍କ ସ୍ଥିତି ଦୃଢ଼ ପାଇଁ ଶନିବାର ଓ ବୁଧବାର ଚନ୍ଦନଯୁକ୍ତ ସାବୁନ୍ ବ୍ୟବହାର କରିବା ଉଚିତ୍ ।
from Odisha Reporter http://bit.ly/2RvkMdw
No comments:
Post a Comment