ଜାଣନ୍ତୁ, କେମିତି ପ୍ରସ୍ତୁତ ହୁଏ ‘ମକା ପରଟା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 31, 2018

ଜାଣନ୍ତୁ, କେମିତି ପ୍ରସ୍ତୁତ ହୁଏ ‘ମକା ପରଟା’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଆପଣ ‘ମକା ପରଟା’ ଖାଇଛନ୍ତି କି ? ଆଜି ଆମେ ଆପଣଙ୍କୁ ଏହି ‘ମକା ପରଟା’ର ପ୍ରସ୍ତୁତି ପ୍ରଣାଳୀ କହିବୁ।

ଆବଶ୍ୟକ ସାମଗ୍ରୀ: ଅଟା, ସିଝା ମକା, କଟା ପିଆଜ, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ, ହେଙ୍ଗୁ, ଲୁଣ ଓ ତେଲ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମକାକୁ ଅଳ୍ପ ଲୁଣ ଦେଇ ସିଝାଇ ଦିଅନ୍ତୁ। ଏବେ ଏକ ପାତ୍ରରେ ଅଟା, ଲୁଣ, ସାମାନ୍ୟ ତେଲ ଓ ଆବଶ୍ୟକ ପରିମାଣର ପାଣି ଦେଇ ଏହାକୁ ଭଲ ଭାବେ ଚକଟି ଦିଅନ୍ତୁ। ଚକଟି ସାରିବା ପରେ ଏହାକୁ ଗୋଳା କରି ରଖନ୍ତୁ। ଏବେ ଏକ କଡ଼େଇରେ ତେଲ ଗରମ କରି କଟା ପିଆଜ ପକାନ୍ତୁ। ପିଆଜ ଲାଲ୍‌ ହୋଇଗଲେ, ସେଥିରେ ଲଙ୍କା ଗୁଣ୍ଡ, ହେଙ୍ଗୁ, ଲୁଣ ଓ ସିଝା ମକାକୁ ଭଲ ଭାବେ ଚକଟି ଏଥିରେ ପକାଇ କଷନ୍ତୁ। ମସଲା କଷି ହୋଇଗଲା ପରେ ଅଟା ଗୋଳାକୁ ସାମାନ୍ୟ ଚେପଟା କରି ତା’ ମଧ୍ୟରେ ଏହି କଷା ହୋଇଥିବା ମସଲାକୁ ପୂର ଭଳି ଭର୍ତ୍ତି କରି ଚାରିପଟୁ ଚାପି ବନ୍ଦ କରିଦିଅନ୍ତୁ । ଏବେ ଏହାକୁ ପରଟା ବା ରୁଟି ପରି ବେଲି ଦିଅନ୍ତୁ। ଏବେ ଏକ ତାୱା ଗରମ କରି ସେଥିରେ ତେଲ ଦେବା ପରେ ପରଟାକୁ ସେକନ୍ତୁ। ଦୁଇ ପାଖ ପୂରା ଗୋଲ୍‌ଡେନ୍‌ କଲର୍‌ ହୋଇଗଲେ ପରଟା କାଢ଼ି ଦିଅନ୍ତୁ।

ଏବେ ପ୍ରସ୍ତୁତ ହୋଇଯାଇଛି ‘ମକା ପରଟା’। ଏହାକୁ ଦହି, ସସ୍‌ କିମ୍ବା ଚଟଣୀ ସହ ଖାଆନ୍ତୁ।



from Odisha Reporter http://bit.ly/2GOAywf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages