ମି-ଟୁରେ ଫସିଥିବା ସାଜିଦ୍‌ ଖାନ୍‌ଙ୍କ ବିରୋଧରେ ଆକ୍ସନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 12, 2018

ମି-ଟୁରେ ଫସିଥିବା ସାଜିଦ୍‌ ଖାନ୍‌ଙ୍କ ବିରୋଧରେ ଆକ୍ସନ

ମୁମ୍ୱାଇ: #metoo ଅଭିଯାନରେ ଫିଲ୍ମ ନିର୍ଦ୍ଦେଶକ ସାଜିଦ୍‌ ଖାନ୍‌ଙ୍କ ବିରୋଧରେ ଅନେକ ମହିଳା ଯୌନ ଶୋଷଣର ଅଭିଯୋଗ ଆଣିଥିଲେ। ଏହି ସମସ୍ତ ଆରୋପକୁ ଆଧାର କରି ସାଜିଦ୍‌ ଖାନ୍‌ଙ୍କ ଉପରେ IFTDA (Indian film and television association) କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆଇଏଫ୍‌ଟିଡିଏ ପକ୍ଷରୁ ସାଜିଦ୍‌ ଖାନ୍‌ଙ୍କୁ ୧ ବର୍ଷ ପାଇଁ ନିଲମ୍ୱିତ କରାଯାଇଛି। ସାଜିଦ୍‌ ଖାନ୍‌ଙ୍କ ବିରୋଧରେ ପ୍ରଥମେ ମହିଳା ସାମ୍ୱାଦିକା ସନ୍‌ସନିଖେଜ୍‌ ଅଭିଯୋଗ ଆଣିଥିଲେ।

ଏହାପରେ ଜଣକ ପରେ ଜଣେ ଅଭିନେତ୍ରୀ ତଥା ସଲୋନୀ ଚୋପ୍‌ଡା, ରସେଲ୍‌ ୱାଇଟ୍‌, ସିମ୍‌ରନ୍‌ ସୁରୀ ତାଙ୍କ ବିରୋଧରେ ଯୌନ ଶୋଷଣର ମାମଲା ଦାୟର୍ କରିଥିଲେ।ସମସ୍ତ ଅଭିଯୋଗକୁ ଗମ୍ଭୀରତାର ସହିତ ବିଚାର କରି ଆଇଏଫ୍‌ଟିଡିଏ ସାଜିଦ୍‌ଙ୍କୁ ୧ ବର୍ଷ ପାଇଁ ନିଲମ୍ୱିତ କରିଛି। ଆଇଏଫ୍‌ଟିଡିଏର ଏହି ନିଷ୍ପତିକୁ ନେଇ ସାଜିଦ୍‌ ଖାନ୍‌ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି।

କେବଳ ସାଜିଦ୍‌ ଖାନ୍ ନୁହଁନ୍ତି, ଅଭିନେତା ଆଲୋକ ନାଥଙ୍କ ଉପରେ ମଧ୍ୟ #metooର ଅଭିଯୋଗ ଲାଗିଥିଲା। ଏଥିଯୋଗୁ CINTAA (Cine And TV Artistes’ Association) ପକ୍ଷରୁ ଆଲୋକ ନାଥଙ୍କୁ ବହିଷ୍କାର କରାଯିବା ସହିତ ମାମଲା ମଧ୍ୟ ରୁଜୁ ହୋଇଥିଲା।ସାଜିଦ୍‌ ଖାନ୍‌ଙ୍କ ଉପରେ ଅଭିଯୋଗ ଆସିବା ପରେ ତାଙ୍କ ଭଭଣୀ ଫରାହ୍‌ ଖାନ୍‌ ଟ୍ୱିଟ୍‌ କରି ଲେଖିଥିଲେ, “ଏହା ମୋ ପରିବାର ପାଇଁ ଏକ ସଙ୍କଟର ସମୟ”। ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆମକୁ କାମ କରିବାକୁ ଅଛି। ଯଦି ମୋର ଭାଇ ଏପରି କାମ କରିଛନ୍ତି, ତେବେ ତାଙ୍କୁ ଏହାର ଦଣ୍ଡ ଭୋଗିବାକୁ ପଡ଼ିବ। ମୁଁ କୌଣସି ମତେ ଏହି କାର୍ଯ୍ୟ ପାଇଁ ମୋ ଭାଇଙ୍କୁ ସମର୍ଥନ କରିବି ନାହିଁ ଏବଂ ଅନ୍ୟାୟ ହୋଇଥିବା ମହିଳାଙ୍କ ସାଙ୍ଗରେ ମୁଁ ଅଛି।”



from Odisha Reporter https://ift.tt/2GoZqun

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages