ପରାଜୟ ଦୁଃଖ ସହି ନପାରି ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ଏହି ଦୁଇ ନେତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 12, 2018

ପରାଜୟ ଦୁଃଖ ସହି ନପାରି ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ଏହି ଦୁଇ ନେତା

ହାଇଦ୍ରାବାଦ: ରାଜନୀତିରେ ହାର ଜିତ ଲାଗି ରହିଛି। ହେଲେ ନିର୍ବାଚନରେ ପରାସ୍ତ ହେବା ପରେ ନେତା ଦୁଃଖ ସହି ନ ପାରି ଅସୁସ୍ଥ ହେବା ଘଟଣା କ୍ଵଚିତ ଘଟିଥାଏ। ମଙ୍ଗଳବାର ତେଲେଙ୍ଗାନା ନିର୍ବାଚନରେ ପରାଜୟ ବରଣ କରିଥିବା ୨ ଜଣ ନେତା ଦୁଃଖ ସହି ନପାରି ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ନାଲଗୋଣ୍ଡାରୁ ନିର୍ବାଚନ ଲଢ଼ୁଥିବା କଂଗ୍ରେସର କୋମାତରେଡ୍ଡୀ ଭେଙ୍କଟ ରେଡ୍ଡୀ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ହେଲେ ସେ ଶୋଚନୀୟ ଭାବେ ପରାସ୍ତ ହୋଇଛନ୍ତି। ଏହି ଖବର ଶୁଣିବା ପରେ ସେ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ତୁରନ୍ତ ସମର୍ଥକମାନେ ହସ୍ପିଟାଲ୍‌ରେ ଭର୍ତ୍ତି କରିଛନ୍ତି।

ସେହିପରି ଟିଆର୍‌ଏସ୍‌ର ତୁମାଲା ନାଗେଶ୍ୱର ରାଓ ପଲାଇର ଆସନରୁ ଛିଡ଼ା ହୋଇଥିଲେ। ସେ କଂଗ୍ରେସ ପ୍ରାର୍ଥୀଙ୍କଠାରୁ ହାରିଛନ୍ତି। ଏହି ଖବର ଶୁଣିବା ପରେ ସେ ଅଚେତ ହୋଇ ତଳେ ପଡ଼ିଯାଇଥିଲେ। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ପୂର୍ବତନ ମନ୍ତ୍ରୀ ନାଗେଶ୍ୱର ମାତ୍ର ୭୬୬୯ ଖଣ୍ଡ ଭୋଟରେ ପରାସ୍ତ ହୋଇଛନ୍ତି। କୋମାତରେଡ୍ଡୀ ଟିଆରଏସ୍‌ ପ୍ରାର୍ଥୀଙ୍କଠାରୁ ୮,୬୩୩ ଖଣ୍ଡ ଭୋଟରେ ହାରିଥିଲେ।



from Odisha Reporter https://ift.tt/2PyHj4q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages