‘ତତଲାଗଡ଼’ ଭାବେ ପରିଚିତ ଟିଟିଲାଗଡ଼ରେ ହାଡ଼ଭଙ୍ଗା ଶୀତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 29, 2018

‘ତତଲାଗଡ଼’ ଭାବେ ପରିଚିତ ଟିଟିଲାଗଡ଼ରେ ହାଡ଼ଭଙ୍ଗା ଶୀତ

titilagarh

ଟିଟିଲାଗଡ଼/ଭୁବନେଶ୍ୱର (ମାନସ ରଞ୍ଜନ ମହାନ୍ତି): ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ଭାବେ ପରିଚିତ ଟିଟିଲାଗଡ଼ ଏବେ ଶୀତରେ ଥରୁଛି।

ଗତକିଛି ଦିନ ହେବ ଏଠାକାର ତାପମାତ୍ରା କମିବାରେ ଲାଗିଛି। ବର୍ତ୍ତମାନ ଏଠାରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ସେଲସିଅସ୍‌ ରହିଛି। ସକାଳେ ଘନ କୁହୁଡ଼ି ମଧ୍ୟ ପଡୁଛି। ଫଳରେ ଜୀବନ ଯାତ୍ରା ପ୍ରଭାବିତ ହେଉଛି।

ଦିନ ତମାମ ଶୀତ ଅନୁଭୂତ ହେଉଥିବାରୁ ଲୋକେ ଗରମ ପୋଷାକ ବ୍ୟବହାର କରୁଛନ୍ତି। ସକାଳେ ଓ ସନ୍ଧ୍ୟାରେ ଲୋକେ ନିଆଁ ପାଖରେ ବସି ରହୁଛନ୍ତି।

ଅନ୍ୟ ପକ୍ଷରେ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ିରେ ଆଜି ବର୍ଷର ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି। ଏଠାରେ ତାପମାତ୍ରା ୩ ଡିଗ୍ରୀକୁ ଖସି ଆସିଛି। ଏଠାରେ ଅନେକ ସ୍ଥାନରେ ଆଜି ତୁଷାରପାତ ହୋଇଥିବା ଦେଖିବାକୁ ମିଳିଥିଲା। ସେହିପରି ଫୁଲବାଣୀରେ ତାପମାତ୍ରା ୪.୫ ଡିଗ୍ରୀକୁ ଖସି ଯାଇଛି।

ଏହା ସହିତ ଭବାନୀପାଟଣା, ତାଳଚେରଳ ଅନୁଗୋଳ ଓ କେନ୍ଦୁଝରରେ ପ୍ରବଳ ଶୀତ ହେଉଛି। ଜାନୁଆରୀ ୪ ତାରିଖ ପର୍ଯ୍ୟନ୍ତ ହାଡ଼ଭଙ୍ଗା ଶୀତ ଜାରି ରହିବ ବୋଲି ସୂଚନା ମିଳିଛି।



from Odisha Reporter http://bit.ly/2GJMmjf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages