ବିମାନରେ ଉଲଗ୍ନ ହୋଇ ଚାଲିଲେ ଯାତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 29, 2018

ବିମାନରେ ଉଲଗ୍ନ ହୋଇ ଚାଲିଲେ ଯାତ୍ରୀ

plane

ଲକ୍ଷ୍ନୌ: ମଝି ଆକାଶରେ ଉଡୁଥିଲା ବିମାନ। ହଠାତ୍ ଜଣେ ଯାତ୍ରୀ ଉଲଗ୍ନ ହୋଇ ବିମାନରେ ଚାଲିବାକୁ ଲାଗିଲେ। ଏହା ଦେଖି ଅନ୍ୟ ଯାତ୍ରୀମାନେ ଆଶ୍ଚର୍ଯ୍ୟ ହୋଇଗଲେ।

ବିମାନ କର୍ମଚାରୀମାନେ ସଙ୍ଗେ ସଙ୍ଗେ ଏକ କମ୍ବଳ ଆଣି ସେହି ଯାତ୍ରୀ ଜଣଙ୍କୁ ଘୋଡ଼ାଇ ଦେଲେ ଓ ସିଟ୍‌ରେ ନେଇ ବସାଇଲେ। ବିମାନ ଅବତରଣ କରିବା ପର୍ଯ୍ୟନ୍ତ ବିମାନ କର୍ମଚାରୀମାନେ ସେହି ଯାତ୍ରୀଙ୍କୁ ସେମିତି ଧରି ରଖିଥିଲେ ବୋଲି ସୂଚନା ମିଳିଛି।

ଶନିବାର ଏମିତି ଏକ ଘଟଣା ଦେଖିବାକୁ ମିଳିଥିଲା ଦୁବାଇରୁ ଲକ୍ଷ୍ନୌ ଆସୁଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ର ବିମାନ(ଆଇଏକ୍ସ-୧୯୪)ରେ।

ଯାତ୍ରୀ ଜଣଙ୍କ କାହିଁକି ଏମିତି କଲେ, ତାହା ସ୍ପଷ୍ଟ ହୋଇପାରିନି। ସେତେବେଳେ ବିମାନରେ ୧୫୦ରୁ ଅଧିକ ଯାତ୍ରୀ ବସିଥିଲେ।

ଲକ୍ଷ୍ମୌରେ ବିମାନ ଅବତରଣ କରିବା ପରେ ଉକ୍ତ ଯାତ୍ରୀଙ୍କୁ ସୁରକ୍ଷାକର୍ମୀଙ୍କୁ ହସ୍ତାନ୍ତର କରାଯାଇଥିଲା। ଘଟଣାର ତଦନ୍ତ ଚାଲିଛି ବୋଲି ଏୟାର ଇଣ୍ଡିଆ ଏକ୍ସପ୍ରେସର ମୁଖପାତ୍ର ନ୍ୟୁଜ୍ ଏଜେନ୍ସୀ ଏଏନ୍‌ଆଇକୁ ସୂଚନା ଦେଇଛନ୍ତି।



from Odisha Reporter http://bit.ly/2EX3Uqy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages