ମୋଦିଙ୍କ ପ୍ରଶ୍ନ: ଓଡ଼ିଶାରେ ଚିଟଫଣ୍ଡ ଓ ପିସି କଲଚର ରୂପକ ଦାନବକୁ ଦାନା ଯୋଗାଉଛି କିଏ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 24, 2018

ମୋଦିଙ୍କ ପ୍ରଶ୍ନ: ଓଡ଼ିଶାରେ ଚିଟଫଣ୍ଡ ଓ ପିସି କଲଚର ରୂପକ ଦାନବକୁ ଦାନା ଯୋଗାଉଛି କିଏ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବରୁଣେଇ ପାହାଡ଼ ପାଦଦେଶରେ ଥିବା ନାଇଜର ଷ୍ଟାଡିୟମ ପଡ଼ିଆରେ ବିଜେପି ପକ୍ଷରୁ ଆୟୋଜିତ ବିଶାଳ ଜନସମାବେଶରେ ପ୍ରଧାନମନ୍ତ୍ରୀ ମୋଦି ୩୫ମିନିଟ୍ ଭାଷଣ ଦେଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ କିମ୍ବା ବିଜେଡି ସମ୍ପର୍କରେ ମୁହଁ ଖୋଲିନଥିଲେ। ବିଭିନ୍ନ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରକୁ ପରୋକ୍ଷରେ ସମାଲୋଚନା କରିଥିଲେ ମଧ୍ୟ ନିର୍ବାଚନୀ ବର୍ଷରେ ପ୍ରଧାନମନ୍ତ୍ରୀ ନିଜର ଚିରାଚରିତ ଶାଣିତ ଭାଷଣ ଦେଇନଥିଲେ।

ଦଳୀୟ ସଭାରେ କ’ଣ କହିଲେ ପ୍ରଧାନମନ୍ତ୍ରୀ

ଦେଶରେ ସ୍ୱଚ୍ଛତା ହାର ୯୭% ଥିବାବେଳେ ଓଡ଼ିଶା କାହିଁକି ପଛରେ ପଡ଼ିଛି। ଓଡ଼ିଶା ହଲିବାର ନାଁ ନେଉନି। ପଛୁଆ ରାଜ୍ୟଠୁ ବି ସ୍ୱଚ୍ଛତା ମାମଲାରେ ଓଡ଼ିଶା ପଛରେ ପଡ଼ିଛି । ସେହିପରି ଓଡ଼ିଶାର ଲୋକମାନେ ବୁନ୍ଦାଏ ପଇବା ପାଣି ପାଇଁ କାହିଁକି ଡହଳବିକଳ ହେଉଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ରାଜ୍ୟରେ ମହାନଦୀ, ବ୍ରାହ୍ମଣୀ,ବୈତରଣୀ, ସୁବର୍ଣ୍ଣରେଖା ଓ ଅନ୍ୟାନ୍ୟ ନଦୀ ଥିବାବେଳେ ତା’ ମାଧ୍ୟମରେ ଜଳ ସମସ୍ୟାର ସମାଧାନ ହୋଇପାରୁନି। ଆୟୁଷ ଯୋଜନାରେ ଗରିବ ଲୋକଙ୍କୁ ସ୍ୱାସ୍ଥ୍ୟସୁବିଧା କେନ୍ଦ୍ର ସରକାର ଦେଉଛନ୍ତି କିନ୍ତୁ ଏପର୍ଯ୍ୟନ୍ତ ଓଡ଼ିଶା ସାମିଲ ହେଲାନି। ଖୁବକମ ଦିନ ମଧ୍ୟରେ ୬ଲକ୍ଷ ଗରିବ ଲୋକ ଏହି ଯୋଜନାର ଫାଇଦା ନେଇଛନ୍ତି। କିନ୍ତୁ ଏଥିରେ ଓଡ଼ିଶାର ଜଣେ ବି ଲୋକ ନାହାନ୍ତି।

ଓଡ଼ିଶାରେ ଗରିବ ଲୋକଙ୍କୁ ବାସଘର ଦେବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧୨ଲକ୍ଷ ଘର ଆବଣ୍ଟିତ ହୋଇଛି। ରାଜ୍ୟର ୧୮ଲକ୍ଷ ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ୧୭୦୦କୋଟି ଟଙ୍କାର କ୍ଷତିପୂରଣ ଦିଆଯାଇଛି। ଚାଷୀଙ୍କୁ କାହଁକି ଉତ୍ପାଦନ ମୂଲ୍ୟ ମିଳିପାରୁନି। ଚାଷୀଙ୍କ ପାଇଁ କେନ୍ଦ୍ର ସରକାର ଅନେକ ପଦକ୍ଷେପ ନେଉଛନ୍ତି। ଯାହାର ପ୍ରଭାବ ଖୁବଶୀଘ୍ର ଦେଖିବାକୁ ମିଳିବ। ଅନୁମୋଦିତ ଡାକ୍ତର ପଦବୀର ଅଧା ପୂରଣ ନହୋଇ ଖାଲି ପଡ଼ିଛି। କୁପୋଷଣରେ ମହିଳା ଓ ଶିଶୁ ପୀଡ଼ିତ ହେଉଛନ୍ତି। ରାଜ୍ୟରେ ଶିକ୍ଷକ ଆନ୍ଦୋଳନ ହେଉଛି। ଶିକ୍ଷକମାନେ ଉଚିତ ପରିମାଣର ଦରମା ପାଉନାହାନ୍ତି ଓ ସେଥିପାଇଁ ବାରମ୍ବାର ଆନ୍ଦୋଳନ କରୁଛନ୍ତି।

ଚିଟଫଣ୍ଡ ଓ ପିସି କଲଚର ଏବେ ରାଜ୍ୟରେ ପ୍ରଭାବ ବିସ୍ତାର କରୁଛି। ଏହି ଚିଟଫଣ୍ଡ ଓ ପିସି କଲଚର ରୂପକ ଦାନବକୁ କିଏ ଦାନା ଯୋଗାଉଛି ? ସେ କିଏ ଯାହା ପାଇଁ ଦୁର୍ନୀତି ଏଠି ଏତେ ବଳବାନ ବୋଲି ମୋଦି ପ୍ରଶ୍ନ କରିଥିଲେ। ସେହିପରି ବିଜେଡି ସରକାରର ନିର୍ବାଚନୀ ଇସ୍ତାହାରରେ ୧୦ଲକ୍ଷ ହେକ୍ଟର ଜମିକୁ ଜଳସେଚନ ସୁବିଧା ଦେବା କଥା କହିଥିଲେ ମଧ୍ୟ ମାତ୍ର ୨୨ହଜାର ହେକ୍ଟର ଜମିକୁ ଜଳସେଚନ ସୁବିଧା ହୋଇପାରିଛି।୧୧୩ଟି ବ୍ଲକରେ ୭୦ପ୍ରତିଶତ ଜମିକୁ ଜଳସେଚନ ମିଳିପାରିନି। କାହିଁକି ଜଳସେଚନରେ ଓଡ଼ିଶା ପଛୁଆ ବୋଲି ସେ ପ୍ରଶ୍ନ କରିଥିଲେ।

କଂଗ୍ରେସ ସରକାର ସ୍ୱାମୀନାଥନ ରିପୋର୍ଟକୁ ଚାପି ରଖିଥିଲେ। ଏନଡିଏ ସରକାର କ୍ଷମତାକୁ ଆସିବାପରେ ଏହି ରିପୋର୍ଟକୁ ସ୍ୱୀକାର କରିଛନ୍ତି। କିନ୍ତୁ ଓଡ଼ିଶାରେ ଚାଷୀଙ୍କୁ ଫସଲର ଉପଯୁକ୍ତ ଦାମ ମିଳୁନି। ବ୍ୟବସ୍ଥାର ଅଭାବ, ଚାଷୀଙ୍କ ପ୍ରତି ସମ୍ବେଦନଶୀଳତାର ଅଭାବ ଓ ସ୍ଥାନୀୟ ସରକାରର ବିଫଳତା ଯୋଗୁ ଫାଇଦା ଅନ୍ୟମାନେ ପାଉଛନ୍ତି। କାହା ପାଖରେ ଏହି ଫାଇଦା ପହଞ୍ଚୁଛି ବୋଲି ମୋଦି ପ୍ରଶ୍ନ କରିଥିଲେ।

ତାଙ୍କ ସରକାର ମତ୍ସ୍ୟପାଳନ ପାଇଁ ସବସିଡିରେ ସହାୟତା ଦେବା ପାଇଁ ୭୫୦୦କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଥିବା ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦି କହିବା ସହ ବିହନଠୁ ବଜାର ପର୍ଯ୍ୟନ୍ତ ସମସ୍ତ ସୁବିଧା ଚାଷୀଙ୍କୁ ବୈଜ୍ଞାନିକ ଓ ବୈଷୟିକ ଭାବେ ଉପଲବ୍ଧ କରାଇବା ଦିଗରେ ତାଙ୍କ ସରକାର କାମ କରୁଥିବା କହିଛନ୍ତି।

ସଭାରେ ଉପସ୍ଥିତ ବିଶାଳ ଜନସମାବେଶକୁ ମୋଦି ପ୍ରଶଂସା କରିବା ସହ ଏଥିରୁ ସେମାନେ ଓଡ଼ିଶାକୁ କିଭଳି ଦେଖିବାକୁ ଚାହାଁନ୍ତି, ନୂଆ ଓଡ଼ିଶାର ସ୍ୱପ୍ନ କ’ଣ ତା’ର ସନ୍ଦେଶ ମିଳୁଛି ବୋଲି କହିଥିଲେ। ସେମାନଙ୍କ ମଧ୍ୟରେ ଥିବା ସାମର୍ଥ୍ୟ ହିଁ ଏହି ସ୍ୱପ୍ନକୁ ସାକାର କରିବ। ଏହି ଜନସମାଗମରୁ ଓଡ଼ିଶାର ଭବିଷ୍ୟତ କ’ଣ ତାହା ବୁଝିବା ସହଜ ବୋଲି ସେ କହିଛନ୍ତି। ନବଭାରତ ଗଠନର ସଂକଳ୍ପ ନେଇ ସିଦ୍ଧି ହାସଲ ପାଇଁ ବିଜେପି କାମ କରୁଛି। ଓଡ଼ିଶାର ଚାରିଆଡ଼ୁ ବିକାଶ ହେବା ଜରୁରୀ। ବିକାଶର ବାର୍ତ୍ତା ଗାଁ ଗାଁରେ ପହଞ୍ଚାଇବାକୁ ସେ କର୍ମୀଙ୍କୁ ଆହ୍ୱାନ ଦେଇଥିଲେ। ସବୁ ବର୍ଗ ଓ ଗୋଷ୍ଠୀର ବିକାଶ ବିଜେପିର ଲକ୍ଷ୍ୟ ବୋଲି ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଭାଷଣରେ କହିଥିଲେ। ଅବଶ୍ୟ ମୋଦିଙ୍କ ଉପସ୍ଥିତିରେ ବିଜେପିର ବରିଷ୍ଠ ନେତାମାନେ ରାଜ୍ୟର ନବୀନ ପଟ୍ଟନାୟକ ସରକାର ବିରୋଧରେ କଡ଼ା ଭାଷାରେ ବର୍ଷିଥିଲେ।



from Odisha Reporter http://bit.ly/2T9FHjt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages