ଯେବେ ବାଜପେୟୀଙ୍କ ସରକାରଙ୍କଠାରୁ ଶାସନ କ୍ଷମତାକୁ ଛଡ଼ାଇ ଆଣିଥିଲେ ସୋନିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 9, 2018

ଯେବେ ବାଜପେୟୀଙ୍କ ସରକାରଙ୍କଠାରୁ ଶାସନ କ୍ଷମତାକୁ ଛଡ଼ାଇ ଆଣିଥିଲେ ସୋନିଆ

ନୂଆଦିଲ୍ଲୀ: ଆଜି ହେଉଛି କଂଗ୍ରେସ ନେତ୍ରୀ ତଥା ୟୁପିଏର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ଜନ୍ମ ଦିନ। ୧୯୪୬ ଡିସେମ୍ବର ୯ ତାରିଖରେ ଇଟାଲୀର ଭିସେଞ୍ଜା ନିକଟସ୍ଥ ଏକ ଗାଁରେ ଜନ୍ମଗ୍ରହଣ କରିଥିବା ସୋନିଆଙ୍କ ରାଜନୀତିକ ଯାତ୍ରା କୌଣସି ଫିଲ୍ମର କାହାଣୀଠାରୁ କମ୍‌ ନୁହେଁ। ୨୦୧୪ରେ ସାଧାରଣ ନିର୍ବାଚନ ପୂର୍ବରୁ ସୋନିଆ ଗାନ୍ଧିଙ୍କ ନେତୃତ୍ୱରେ କଂଗ୍ରେସ ପାର୍ଟିର ସରକାର ବେଶ ସଫଳତାର ସହ ଚାଲିଥିଲା। ପ୍ରାୟ ୧୪ ବର୍ଷ ପୂର୍ବରୁ ସୋନିଆ ଗାନ୍ଧିଙ୍କ ରାଜନୀତିକ ଗୋଟିଚାଳନା କଂଗ୍ରେସ ଦଳ ପାଇଁ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ ଥିଲା। ସଫଳ ଗୋଟିଚାଳନା କରି ୨୦୦୪ରେ ଅଟଳ ବିହାରୀ ସରକାରଙ୍କୁ ଧରାଶାୟୀ କରି ଶାସନ ଗାଦିକୁ ଛଡ଼ାଇ ଆଣିଥିଲେ। ଆଉ ପୁଣି ଥରେ କଂଗ୍ରେସ ତାଙ୍କ ନେତୃତ୍ୱରେ କେନ୍ଦ୍ରରେ ଶାସନ କରିଥିଲା। ଏହା ପରେ ସୋନିଆ ପ୍ରଧାନମନ୍ତ୍ରୀ ହେବା ନେଇ ଖୁବ୍‌ ଚର୍ଚ୍ଚା ହୋଇଥିଲା।

କିନ୍ତୁ ହାତରେ କ୍ଷମତା ଥାଇ ମଧ୍ୟ ସେ ଏହି ପଦକୁ ଆଡ଼େଇ ଦେଇଥିଲେ। ଏହା ପରେ ବିଶିଷ୍ଟ ଅର୍ଥନୀତିଜ୍ଞ ମନମୋହନ ସିଂହଙ୍କୁ ପ୍ରଧାନମନ୍ତ୍ରୀ କରାଯାଇଥିଲା। ରାଜୀବ ଗାନ୍ଧିଙ୍କୁ ବିବାହ ପରେ ସୋନିଆ ଭାରତକୁ ଆସିଥିଲେ। ତେବେ ଏଠିକାର ପରିବେଶ, ପରମ୍ପରା, ଭାଷା ଓ ସଂସ୍କୃତି ତାଙ୍କୁ ଅଜଣା ଥିଲେ ମଧ୍ୟ ନିଜକୁ ସବୁ ପରିସ୍ଥିତିରେ ଖାପଖୁଆଇ ନେଇଥିଲେ।

୧୯୯୧ରେ ରାଜୀବ ଗାନ୍ଧିଙ୍କୁ ହତ୍ୟା କରାଗଲା। ସ୍ୱାମୀ ରାଜୀବ ଏବଂ ଶାଶୂ ଇନ୍ଦିରା ଗାନ୍ଧିଙ୍କ ମୃତ୍ୟୁକୁ ଅତି ନିକଟରେ ଦେଖିଥିବା ସୋନିଆ କ୍ଷମତା ରାଜନୀତିଠାରୁ ନିଜକୁ ଦୂରେଇ ରଖିବା ପାଇଁ ଚେଷ୍ଟା କରିଥିଲେ। ଏମିତିକି ରାଜନୀତିଠାରୁ ନିଜ ପିଲାମାନଙ୍କୁ ଦୂରେଇ ରଖିବା ପାଇଁ ସୋନିଆ ଚାହିଁଥିଲେ। କିନ୍ତୁ ସେତେବେଳର ରାଜନୀତିକ ମୋଡ଼ ଏବଂ ସମୟର ଆହ୍ୱାନ ତାଙ୍କୁ ରାଜନୀତିରେ ସାମିଲ କରିବା ପାଇଁ ବାଧ୍ୟ କରିଥିଲା।

୧୯୯୮ରେ ଏକ କଠିନ୍‌ ସମୟରେ କଂଗ୍ରେସ ପାର୍ଟିର ନେତୃତ୍ୱ ନେଇ ସୋନିଆ ଆଗକୁ ବଢ଼ିଥିଲେ। ଏହା ପରେ ସେ ୧୯ ବର୍ଷ ଧରି କଂଗ୍ରେସ ଦଳର ଅଧ୍ୟକ୍ଷ ରହିଥିଲେ। ୨୦୦୪ ନିର୍ବାଚନ କଂଗ୍ରେସ୍‌ ପାଇଁ ବଡ଼ ଚ୍ୟାଲେଞ୍ଜ ଥିଲା। ତେବେ ସୋନିଆଙ୍କ ରଣନୀତି ଏନଡିଏ ସରକାରଙ୍କୁ ମାତ୍‌ ଦେଇଥିଲା। ବିଭିନ୍ନ ଦଳ ସହ ଗଠବନ୍ଧନ କରି ସୋନିଆଙ୍କ ନେତୃତ୍ୱରେ କଂଗ୍ରେସ କ୍ଷମତା ରାଜନୀତିକୁ ଫେରିଥିଲା। ଆଉ ବାଜପେୟୀଙ୍କ ବିଜେପି ସରକାର ଧରାଶାୟୀ ହୋଇଥିଲା। ହେଲେ ଯେତେବେଳେ ପ୍ରଧାନମନ୍ତ୍ରୀ ପଦକୁ ନେଇ ତାଙ୍କ ନାମ ଉଠିଲା ସୋନିଆ ଏହି ପ୍ରସ୍ତାବକୁ ଅଗ୍ରାହ୍ୟ କରି ମନମୋହନ ସିଂହଙ୍କ ନାମ ଉଲ୍ଲେଖ କରିଥିଲେ।

୨୦୦୯ରେ ମଧ୍ୟ ପୁଣି ଥରେ ସୋନିଆଙ୍କ ନେତୃତ୍ୱରେ କଂଗ୍ରେସ ସରକାର ଗଠନ କରିଥିଲା। ସୋନିଆ ଗାନ୍ଧି ୧୯୯୯ରେ ପ୍ରଥମ ଥର ପାଇଁ ଆମେଠି ଲୋକସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରି ବିଜୟୀ ହୋଇଥିଲେ। ଏହା ପରେ ସେ ରାୟବରେଲି ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢ଼ି ଜିତି ଆସୁଛନ୍ତି। ମୋଦି ଲହର ସତ୍ତ୍ୱେ ୨୦୧୪ ନିର୍ବାଚନରେ ସେ ନିଜ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ୩ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟ୍‌ରେ ଜିତିଥିଲେ। ସୋନିଆଙ୍କ ପ୍ରଚାର ଦାୟିତ୍ୱ ତାଙ୍କ ଝିଅ ପ୍ରିୟଙ୍କା ଗାନ୍ଧି ସମ୍ଭାଳିଥିଲେ।



from Odisha Reporter https://ift.tt/2L4cJyM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages