ଶୁଣିବାକୁ ମିଳିଲା ମଙ୍ଗଳଗ୍ରହର ଶବ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 9, 2018

ଶୁଣିବାକୁ ମିଳିଲା ମଙ୍ଗଳଗ୍ରହର ଶବ୍ଦ

ନୂଆଦିଲ୍ଲୀ: ଆମେରିକା ଅନ୍ତରୀକ୍ଷ ଏଜେନ୍ସି ‘ନାସା’ ‘ମାର୍ସ ଲ୍ୟାଣ୍ଡର’ ଜରିଆରେ ମଙ୍ଗଳଗ୍ରହର ହାଲ୍‌କା ଶବ୍ଦ ଶୁଣିବାକୁ ପାଇଛି। ପ୍ରଥମ ଥର ସାଧାରଣ ଲୋକମାନେ ମଙ୍ଗଳ ଗ୍ରହରେ ବହୁଥିବା ହାଲ୍‌କା ପବନକୁ ଶୁଣିବାର  ଅନୁଭୂତି ପାଇଛନ୍ତି। ଏସମ୍ପର୍କରେ ‘ନାସା’ ଗତ ଶୁକ୍ରବାର ଦିନ ସୂଚନା ଦେଇଛି।

ନିକଟରେ ମଙ୍ଗଳଗ୍ରହକୁ ‘ମାର୍ସ ଲ୍ୟାଣ୍ଡର’ ନାମକ ଏକ କୃତ୍ରିମ ଉପଗ୍ରହ ପଠାଯାଇଥିଲା। ଏହା ଘଣ୍ଟାପ୍ରତି ୧୦ରୁ ୧୫ କିମି ବେଗରେ ବହୁଥିବା ପବନକୁ ରେକର୍ଡ କରିଛି। ନଭେମ୍ବର ୬ତାରିଖ ଦିନ ନାସାର ଏହି ଲ୍ୟାଣ୍ଡର ମଙ୍ଗଳଗ୍ରହରେ ଅବତରଣ କରିଥିଲା।

ସେଠାରୁ ମିଳିଥିବା ପବନର ଏହି ଶବ୍ଦକୁ www.nasa.gov/insightmarswind  ରେ ଶୁଣାଯାଇଥିଲା। ନାସାର କହିବା ଅନୁଯାୟୀ, ଏକ ପତାକାକୁ ହଲାଇଲେ ଯେପରି ଶବ୍ଦ ଆସେ ଏହା ବିଲ୍‌କୁଲ୍‌ ସେମିତି ଶୁଭୁଥିଲା। ଏଇ ଶବ୍ଦ କୌଣସି ଭିନ୍ନ ଗ୍ରହର ପରି ଲାଗୁଥିଲା।

ଇନ୍‌ସାଇଟ୍‌ ଲ୍ୟାଣ୍ଡରକୁ ମଙ୍ଗଳଗ୍ରହ ଭିତର ପରିସ୍ଥିତିକୁ ଅନୁଧ୍ୟାନ କରିବା ସହ ସେଠାରେ ଭୂକମ୍ପ ସୃଷ୍ଟି ହେଉଛି କି ନାହିଁ, ତାହା ଜାଣିବାକୁ ଏବଂ ଗ୍ରହର ଉପରିଭାଗର ତାପମାତ୍ରାକୁ ଅଧ୍ୟୟନ କରିବା ପାଇଁ ପଠାଯାଇଥିଲା।



from Odisha Reporter https://ift.tt/2QB077J

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages