
ମୁମ୍ବାଇ(ଓଡ଼ିଶା ରିପୋର୍ଟର): ଫୋର୍ବସ ୨୦୧୮ରେ ସବୁଠୁ ଅଧିକ ଧନୀ କଳାକାରଙ୍କ ନାଁ ଘୋଷଣା ହୋଇଛି। ଏଥିରେ ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡ୍ ସୁପରଷ୍ଟାର୍ ସଲମାନ ଖାନ୍। ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ୍ କୋହଲି ଓ ତୃତୀୟ ସ୍ଥାନରେ ଅଛନ୍ତି ଖିଲାଡ଼ି ଷ୍ଟାର୍ ଅକ୍ଷୟ କୁମାର୍।
ଖାଲି ଫିଲ୍ମ ନୁହେଁ ଏହି ତାଲିକାରେ ଟିଭି କଳାକାରମାନଙ୍କୁ ମଧ୍ୟ ସାମିଲ କରାଯାଇଛି। ଅନେକ ଲୋକପ୍ରିୟ ଟିଭି ଖଳାକାର ବି ଏହି ତାଲିକାରେ ସାମିଲ୍ ଅଛନ୍ତି। କିନ୍ତୁ ଗତ ୬ ବର୍ଷହେବ ଏହି ତାଲିକାରେ ସର୍ବାଗ୍ରେ ରହୁଥିବା କମେଡି କିଙ୍ଗ୍ କପିଲ ଶର୍ମାଙ୍କ ନାଁ ଏଥର ନାହିଁ।
ଚଳିତ ବର୍ଷ ଟିଭି ଦୁନିଆରୁ ପ୍ରଥମ ସ୍ଥାନରେ ଅଛନ୍ତି କମେଡିଆନ୍ ଭାର୍ତୀ ସିଂହ। ସେ ଏହି ବର୍ଷ ୧୩.୯୫ କୋଟି ଆୟ କରିଛନ୍ତି। ୧୦୦ ଜଣ ଧନୀଙ୍କ ମଧ୍ୟରେ ତାଙ୍କୁ ମିଳିଛି ୭୪ତମ ସ୍ଥାନ। ଭାରତୀ ଏବେ ରିଆଲିଟି ଶୋ’ ଇଣ୍ଡିଆଜ୍ ଗଟ୍ ଟ୍ୟାଲେଣ୍ଟ୍ରେ ୮ମ ସିଜିନ୍ ଶୁଟିଂରେ ବ୍ୟସ୍ତ ଅଛନ୍ତି।

ଟିଭି ଷ୍ଟାର୍ମାନଙ୍କ ମଧ୍ୟରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି କମେଡିଆନ୍ ଓ ଅଭିନେତା ସୁନୀଲ୍ ଗ୍ରୋଭର। ଚଳିତ ବର୍ଷ ସୁନୀଲ୍ ୧୧.୮୧ କୋଟି ଆୟ କରି ୮୨ ନମ୍ବରରେ ଅଛନ୍ତି।

ସେହିପରି ତୃତୀୟ ନମ୍ବରରେ ଅଛନ୍ତି ଅଭିନେତା କରଣ କୁନ୍ଦ୍ରା। ସେ ଏହି ବର୍ଷ ୧୧.୦ କୋଟି ଆୟ କରି ଧନୀ ତାଲିକାରେ ୮୪ତମ ସ୍ଥାନରେ ଅଛନ୍ତି।
କମେଡିଆନ୍ ଓ ଅଭିନେତା କୃଷ୍ଣା ଅଭିଷେକ ଚଳିତ ବର୍ଷ ୧୦.୯୭ କୋଟି ଆୟ କରି ୮୬ତମ ସ୍ଥାନରେ ଅଛନ୍ତି।
ଅନେକ ଫିଲ୍ମରେ ଅଭିନୟ କରିଥିବା ରାମ କପୁର ଏହି ବର୍ଷ ୮.୬୭ କୋଟି ଆୟ କରି ୯୧ ତମ ସ୍ଥାନରେ ଅଛନ୍ତି।
ଅଭିନେତା ଓ କମେଡିଆନ୍ ଅଲ୍ଲୀ ଅସଗର ବି ଏହି ତାଲିକାରେ ନିଜକୁ ସାମିଲ୍ କରିଛନ୍ତି । ସେ ୮.୨ କୋଟି ଟଙ୍କା ଆୟ କରି ୯୨ ସ୍ଥାନରେ ଅଛନ୍ତ। ଟିଭିର ଲୋକପ୍ରିୟ ଅଭିନେତ୍ରୀ ଦିବ୍ୟଙ୍କା ତ୍ରିପାଠୀ ୭.୮ କୋଟି ଟଙ୍କା ଆୟ କରି ରହିଛନ୍ତି ୯୪ତମ ସ୍ଥାନରେ ।

from Odisha Reporter https://ift.tt/2PlyXgp
No comments:
Post a Comment