ସରକାରଙ୍କ ସହ ପଦ୍ମଶ୍ରୀଙ୍କ ଅହେତୁକ ପୀରତିରୁ କୋଟି କୋଟିର ଫାଇଦା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 7, 2018

ସରକାରଙ୍କ ସହ ପଦ୍ମଶ୍ରୀଙ୍କ ଅହେତୁକ ପୀରତିରୁ କୋଟି କୋଟିର ଫାଇଦା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦେଶର ଗୌରବଜନକ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଜଣେ ବ୍ୟକ୍ତିଙ୍କର ଏବେ ରାଜ୍ୟ ସରକାରଙ୍କ ସହ ବ୍ୟବସାୟିକ କାରବାରକୁ ନେଇ ପାୱାର କରିଡରରେ ଚର୍ଚ୍ଚା।

ଶୁଣିବାକୁ ମିଳୁଛି, ଏହି ବ୍ୟକ୍ତିଜଣକ କୁଆଡ଼େ ଗତ କିଛିବର୍ଷ ହେଲା ରାଜ୍ୟ ରାଜକୋଷକୁ ଲୁଟିବା ପାଇଁ ଗ୍ରୀନ୍ ସିଗନାଲ ପାଇଛନ୍ତି। ବିଧିବ୍ୟବସ୍ଥାକୁ ଅଣଦେଖା କରି ଏହି ବ୍ୟକ୍ତିଙ୍କ କମ୍ପାନୀକୁ କୁଆଡ଼େ କୋଟିକୋଟି ଟଙ୍କାର କାମ ଟେକି ଦିଆଯାଉଛି। ଏବେ କୁଆଡ଼େ ସମ୍ପୃକ୍ତ ବ୍ୟକ୍ତିଙ୍କର ପ୍ରାୟ ସାଢ଼େ ୭କୋଟି ଟଙ୍କାର ବିଲ୍ ସରକାରଙ୍କ ଉପରେ ବାକି ପଡ଼ିଛି।

ଚର୍ଚ୍ଚା ହେଉଛି, ଏହି ବ୍ୟକ୍ତିଙ୍କ କମ୍ପାନୀକୁ ସୁହାଇବା ଭଳି କୋଟିକୋଟି ଟଙ୍କାର କାର୍ଯ୍ୟ କରିବା ପାଇଁ କୁଆଡ଼େ ବିଭିନ୍ନ ବିଭାଗ ହାତକାଟି ଲେଖି ଦେଉଛନ୍ତି। ଆଉ ସେ ଯେଉଁ ବିଲ୍ ଦେଉଛନ୍ତି ତାକୁ କୌଣସି ସ୍ତରରେ ଯାଞ୍ଚ କରିବାର କିମ୍ବା ଆପତ୍ତି ଉଠାଇବାର ଜୁ କୁଆଡ଼େ କାହାର ନାହିଁ। ସରକାରଙ୍କ ବିଭିନ୍ନ ଯୋଜନା ଓ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ କୁଆଡ଼େ ଏହି ବ୍ୟକ୍ତିଙ୍କ କମ୍ପାନୀକୁ ଦିଆଯାଇଥାଏ।

ରାଜ୍ୟରେ ଅନେକ ନାମୀଦାମୀ କମ୍ପାନୀ ଥିଲେ ମଧ୍ୟ ସେହି ବ୍ୟକ୍ତିଙ୍କ କମ୍ପାନୀକୁ ସବୁ ସରକାରୀ କାମ ଦେବା କୁଆଡ଼େ ଅଲିଖିତ ନିର୍ଦ୍ଦେଶ ରହିଛି।

ଚର୍ଚ୍ଚା ହେଉଛି, ଏହି ବ୍ୟକ୍ତିଜଣକ ଓଡ଼ିଶା ଆସିଲେ ରାତିରେ ଯେଉଁଠି ଖଟି କରନ୍ତି ସେଠାରେ ହିଁ ବ୍ୟବସାୟିକ କାରବାର ବୃଦ୍ଧି ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଥାଏ। ଏହି ଖଟିରେ କିଛି ଆଇଏଏସ, ଆଇପିଏସ ଓ ବ୍ୟବସାୟୀ ରହୁଥିବାରୁ ସମସ୍ତେ ମିଶି ବ୍ୟବସାୟିକ କାରବାରରେ ଲିପ୍ତ ଥିବା ଜଣାପଡ଼ିଛି। ସମ୍ପୃକ୍ତ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ବ୍ୟକ୍ତିଙ୍କ ପେସା ବ୍ୟବସାୟ ନହେଲେ ମଧ୍ୟ ଓଡ଼ିଶା ସରକାରଙ୍କ ଅହେତୁକ ଦୟା ଯୋଗୁ ଏବେ ସେ ଅରବପତି ପାଲଟି ଗଲେଣି।

ଓଡ଼ିଶା ସରକାରଙ୍କ ପ୍ରୋତ୍ସାହନରେ ବିଭିନ୍ନ କ୍ଷେତ୍ରରେ କୁଆଡ଼େ ତାଙ୍କର ବହୁମୁଖୀ ବ୍ୟବସାୟିକ କାରବାର ଚାଲିଛି। ଆଉ ବାବୁଙ୍କର ସେହି ସମସ୍ତ ବ୍ୟବସାୟରେ କୁଆଡ଼େ କିଛି ନିର୍ଦ୍ଦିଷ୍ଟ ଆଇଏଏସ୍ ଓ ଆଇପିଏସ ଅଫିସର ପୁଞ୍ଜିନିବେଶ କରିଛନ୍ତି ବୋଲି ଚର୍ଚ୍ଚା।

ଗଣମାଧ୍ୟମର ତୀକ୍ଷ୍ଣ ନଜର ଯୋଗୁ ଜଣେ ରାଜନେତା ଓ ଜଣେ ଆଇପିଏସଙ୍କ ସହ ମିଶି ଉପକୂଳ ଓଡ଼ିଶାର ଗୋଟିଏ ଜିଲ୍ଲାରେ ବହୁକୋଟି ଟଙ୍କାର ଏକ ବ୍ୟବସାୟିକ ପ୍ରକଳ୍ପ ସଫଳ ରୂପ ନେଇ ପାରିନଥିଲା। କିଛିଦିନର ବ୍ୟବଧାନ ପରେ ସେହି ପଡ଼ି ରହିଥିବା ପ୍ରକଳ୍ପକୁ ସାନି ଆରମ୍ଭ ପାଇଁ ଏବେ କୁଆଡ଼େ ସମ୍ପୃକ୍ତ ବ୍ୟକ୍ତିଜଣକ ପ୍ରୟାସ ଆରମ୍ଭ କରିଥିବା ଶୁଣିବାକୁ ମିଳୁଛି।



from Odisha Reporter https://ift.tt/2roAXdZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages