ତାପସୀ ପନ୍ନୁଙ୍କୁ ତତାଇ ଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 18, 2018

ତାପସୀ ପନ୍ନୁଙ୍କୁ ତତାଇ ଦେଲେ

ମୁମ୍ୱାଇ: ବଲିଉଡ୍‌ ଅଭିନେତ୍ରୀ ତାପସୀ ପନ୍ନୁ ଅନେକ ଫିଲ୍ମରେ ନିଜର ଚମତ୍କାର ଅଭିନୟ ଦେଖାଇ ଦର୍ଶକଙ୍କ ମନ ଜିତି ପାରିଛନ୍ତି। ତାପସୀଙ୍କର ଫ୍ୟାନ୍‌ ଫଲୋୟର୍ସ ଅଧିକ ମଧ୍ୟ। ତେବେ ନିକଟରେ ସୋଶାଲ ମିଡିଆରେ ଗୋଟିଏ କମେଣ୍ଟ୍‌ ଉପରେ ତାପସୀଙ୍କ ପ୍ରତିକ୍ରିୟାକୁ ନେଇ ସୋଶାଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ତାପସୀଙ୍କର ଏହି ପ୍ରତିକ୍ରିୟା ଟ୍ୱିଟର୍‌ରେ ଟ୍ରୋଲ୍‌ ହେଉଛି।

ଟ୍ୱିଟର୍‌ରେ ଜଣେ ୟୁଜର୍‌ ତାପସୀଙ୍କର ଫଟୋକୁ ଦେଖି ଲେଖିଥିଲେ, “ମୋତେ ତୁମ ଶରୀରର ଅଙ୍ଗ ବହୁତ ପସନ୍ଦ”। ବାସ୍‌ ଏହି କମେଣ୍ଟ୍‌ ଦେଖିବା ପରେ ତାପସୀ ରାଗି ଯାଇ ପାଲଟା ଜବାବ ରଖିଥିଲେ।

ତାପସୀ ଏହାର ଜବାବରେ ଲେଖିଥିଲେ, “ଆରେ ବାଃ, ମୋତେ ବି ମୋ ଶରୀରର ଅଙ୍ଗ ବହୁତ ପସନ୍ଦ। ତୁମେ ମୋର କେଉଁ ଅଙ୍ଗକୁ ଅଧିକ ପସନ୍ଦ କରୁଛ କୁହ? ମୋତେ ତ ମୋର ମସ୍ତିଷ୍କ ଖୁବ୍‌  ପସନ୍ଦ।“

ତାପସୀଙ୍କର ଏହି ଜବାବକୁ ଫ୍ୟାନ୍‌ମାନେ ବହୁତ ପସନ୍ଦ କରିଛନ୍ତି। ତେବେ ତାପସୀ ଏଠାରେ ‘ମସ୍ତିଷ୍କ’ ନ ଲେଖି, ଏହାର ସାଇଣ୍ଟିଫିକ୍‌ ନାମ ‘ସେରେବମ୍‌’ (cerebrum) ବୋଲି ଲେଖିଛନ୍ତି।

ଏହି କମେଣ୍ଟ୍‌ ପଢ଼ିବା ପରେ ଜଣେ ସହଜରେ ଏହାକୁ ମସ୍ତିଷ୍କ କୁହନ୍ତି ବୋଲି ଜାଣିପାରିବ ନାହିଁ। ଏହାକୁ ଜାଣିବା ପାଇଁ ଜଣକୁ ଗୁଗୁଲ୍‌ ସର୍ଚ୍ଚ କରିବାକୁ ପଡ଼ିଥିବ। କେହି କେହି ତାପସୀଙ୍କର ଏହି କମେଣ୍ଟରେ ରିଟ୍ୱିଟ୍‌ କରିଛନ୍ତି। ତାପସୀଙ୍କର ଏହି କମେଣ୍ଟ୍ ସୋଶାଲ ମିଡିଆରେ ବହୁଳ ମାତ୍ରାରେ ଭାଇରାଲ୍ ହେବାର ଦେଖାଯାଇଛି।

ତାପସୀ ସର୍ବଦା ସୋଶାଲ ମିଡିଆରେ ସକ୍ରିୟ ରହିଥାନ୍ତି ଏବଂ ନିଜର ଫଟୋ ଓ ଭିଡିଓ ଫ୍ୟାନ୍‌ମାନଙ୍କୁ ସେୟାର୍‌ କରିଥାନ୍ତି। ଟ୍ୱିଟର୍‌ରେ ତାଙ୍କର ୩୦ ଲକ୍ଷ ୬୫ ହଜାର ଫଲୋୟର୍ସ ଓ ଇନ୍‌ଷ୍ଟାଗ୍ରାମ୍‌ରେ ୮୦ ଲକ୍ଷ ଫଲୋୟର୍ସ ରହିଛନ୍ତି।

 



from Odisha Reporter https://ift.tt/2A5RYPb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages