ସଡନ୍ ଡେଥ୍‌ରେ ଡିଫେଣ୍ଡିଂ ଚାମ୍ପିୟନକୁ ହରାଇ ଫାଇନାଲ୍‌ରେ ନେଦରଲ୍ୟାଣ୍ଡସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 15, 2018

ସଡନ୍ ଡେଥ୍‌ରେ ଡିଫେଣ୍ଡିଂ ଚାମ୍ପିୟନକୁ ହରାଇ ଫାଇନାଲ୍‌ରେ ନେଦରଲ୍ୟାଣ୍ଡସ୍‌

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଦର୍ଶକେ ଆଜି ଏକ ରୋମାଞ୍ଚକର ଏବଂ ଉତ୍କଣ୍ଠାପୂର୍ଣ୍ଣ ହକି ମ୍ୟାଚ ଦେଖିଛନ୍ତି। ହକି ବିଶ୍ୱକପ୍‌ର ଦ୍ୱିତୀୟ ସେମି ଫାଇନାଲ୍‌ରେ ନେଦରଲ୍ୟାଣ୍ଡସ୍‌ ଡିଫେଣ୍ଡିଂ ଚାମ୍ପିୟନ ଅଷ୍ଟ୍ରେଲିଆକୁ ଶୁଟ୍‌ ଆଉଟ୍‌ ବେଳେ ସଡନ୍‌ ଡେଥରେ ମାତ୍‌ ଦେଇ ଫାଇନାଲ୍‌ରେ ପ୍ରବେଶ କରିଛି। ଦଳ ଆସନ୍ତାକାଲି ବିଶ୍ୱ ବିଜେତା ହେବା ପାଇଁ ପ୍ରଥମ ସେମିଫାଇନାଲ୍‌ରେ ବିଜୟୀ ବେଲଜିୟମକୁ ଭେଟିବ। ସେହିପରି ବ୍ରୋଞ୍ଜ ପଦକ ପାଇଁ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମୁହାଁମୁହିଁ ହେବେ।

ମ୍ୟାଚ୍‌ ଆରମ୍ଭରୁ ଅଷ୍ଟ୍ରେଲିଆ ଅପେକ୍ଷା ନେଦରଲ୍ୟାଣ୍ଡସ୍‌ ଅଧିକ ଦମଦାର ପ୍ରଦର୍ଶନ କରିଥିଲା। ନେଦରଲ୍ୟାଣ୍ଡସ୍‌କୁ ମ୍ୟାଚ୍‌ର ୪ର୍ଥ ମିନିଟ୍‌ରେ ପେନାଲ୍ଟି କର୍ଣ୍ଣର ମିଳିଥିଲେ ହେଁ ଦଳ ଏହାକୁ ଗୋଲରେ ପରିଣତ କରିପାରି ନଥିଲା। ତେବେ ମ୍ୟାଚର ୯ମ ମିନିଟ୍‌ରେ ଗ୍ଲେନ ସ୍କୁରମାନ ସ୍କୋର କରି ନେଦରଲ୍ୟାଣ୍ଡସ୍‌କୁ ୧-୦ରେ ଆଗୁଆ କରିଦେଇଥିଲେ। ଏହାପରେ ଦଳ ଅଷ୍ଟ୍ରେଲିଆକୁ କମ୍‌ବ୍ୟାକ୍‌ କରିବାକୁ ପ୍ରଥମ କ୍ୱାର୍ଟରରେ କୌଣସି ସୁଯୋଗ ଦେଇ ନଥିଲା।

ଦ୍ୱିତୀୟ କ୍ୱାର୍ଟର ଆରମ୍ଭରୁ ମଧ୍ୟ ନେଦରଲ୍ୟାଣ୍ଡସ୍‌ର ଦବଦବା ଦେଖିବାକୁ ମିଳିଥିଲା। ଦଳ ପକ୍ଷରୁ ୨୦ତମ ମିନିଟ୍‌ରେ ଭାନ୍‌ ଆଶ ଏକ ଫିଲ୍ଡ ଗୋଲ କରି ଡିଫେଣ୍ଡିଂ ଚାମ୍ପିୟନ୍‌ ଅଷ୍ଟ୍ରେଲିଆକୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଥିଲେ। ହାଫଟାଇମ୍‌ ପର୍ଯ୍ୟନ୍ତ ନେଦରଲ୍ୟାଣ୍ଡସ୍‌ ୨-୦ରେ ଆଗୁଆ ରହିଥିଲା।

ତୃତୀୟ କ୍ୱାର୍ଟର ଆରମ୍ଭ ହେବା କ୍ଷଣି ଅଷ୍ଟ୍ରେଲିଆ ଏକ ଚାମ୍ପିୟନ ଦଳ ଭଳି ଖେଳ ପ୍ରଦର୍ଶନ କରିଥିଲା। ତୃତୀୟ କ୍ୱାର୍ଟର ଶେଷ ମିନିଟ୍‌ ଅର୍ଥାତ ମ୍ୟାଚ୍‌ର ୪୫ତମ ମିନିଟ୍‌ରେ ଦଳକୁ ମିଳିଥିବା ଏକ ପେନାଲ୍ଟି କର୍ଣ୍ଣରକୁ ହୋୱାର୍ଡ ଗୋଲରେ ପରିଣତ କରି ସ୍ଥିତି ୨-୧କୁ ଆଣିଥିଲେ। ୫୧ ତମ ମିନିଟ୍‌ରେ ନେଦରଲ୍ୟାଣ୍ଡସ୍‌କୁ ପୁଣି ଏକ ପେନାଲଣ୍ଟି କର୍ଣ୍ଣର ମିଳିଥିଲା। ହେଲେ ଏହାକୁ ଦଳ ଗୋଲରେ ପରିଣତ କରିପାରି ନଥିଲା।

ମ୍ୟାଚ୍‌ ଶେଷ ହେବାକୁ ମାତ୍ର କେହି ସେକେଣ୍ଡ ବାକି ଥିବା ବେଳେ ଅଷ୍ଟ୍ରେଲିଆ ପକ୍ଷରୁ ଓସ୍କେଡେନ୍‌ ଗୋଲ ସ୍କୋର କରି ମ୍ୟାଚ୍‌ରେ ରୋମାଞ୍ଚ ଭରିଦେଇଥିଲେ। ୬୦ ମିନିଟ୍‌ ପରେ ସ୍ଥିତି ୨-୨ ରହିବାରୁ ମ୍ୟାଚ୍‌ଟି ପେନାଲ୍ଟି ଶୁଟ୍‌ ଆଉଟ୍‌କୁ ଯାଇଥିଲା। ପ୍ରଥମ ୫ଟି ଶୁଟ୍‌ ଆଉଟ୍‌ରୁ କୌଣସି ଫଳାଫଳ ବାହାରି ପାରି ନଥିଲା। କାରଣ ଅଷ୍ଟ୍ରେଲିଆ ୫ଟି ଶଟ୍‌ରୁ ୩ଟିରେ ଗୋଲ ସ୍କୋର କରିଥିବା ବେଳେ ନେଦରଲ୍ୟାଣ୍ଡସ୍‌ ମଧ୍ୟ ସମାନ ସଂଖ୍ୟକ ଗୋଲ ସ୍କୋର କରିଥିଲା।

ଫଳରେ ମ୍ୟାଚ୍‌ର ନିଷ୍ପତ୍ତି ସଡନ୍‌ ଡେଥରେ ହେବ ବୋଲି ସ୍ଥିର ହୋଇଥିଲା। ପ୍ରଥମେ ଶୁଟ୍ ଆଉଟ୍‌ର ସଡନ୍‌ ଡେଥ ନେଦରଲ୍ୟାଣ୍ଡସ୍‌ ମାରିଥିଲା। ଏହା ଗୋଲରେ ପରିଣତ ହୋଇଥିଲା। କିନ୍ତୁ ଅଷ୍ଟ୍ରେଲିଆ ସଡନ୍‌ ଡେଥରେ ଗୋଲ କରିବାରେ ବିଫଳ ହୋଇଥିଲା। ଫଳରେ ନେଦରଲ୍ୟାଣ୍ଡସ୍‌ ଏକ ଅତ୍ୟନ୍ତ ରୋମାଞ୍ଚକର ବିଜୟ ହାସଲ କରି ଫାଇନାଲ୍‌ରେ ପ୍ରବେଶ କରିଥିଲା।

ଏହାପୂର୍ବରୁ ପ୍ରଥମ ସେମିଫାଇନାଲ୍‌ରେ ବେଲଜିୟମ ଇଂଲଣ୍ଡକୁ ଏକ ପାଖିଆ ଭାବେ ୬-୦ ଗୋଲରେ ପରାସ୍ତ କରି ଫାଇନାଲ୍‌ରେ ନିଜ ସ୍ଥାନ ସୁରକ୍ଷିତ କରିଥିଲା।



from Odisha Reporter https://ift.tt/2CfoC23

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages