ସୁରଟ ଗସ୍ତ ପୂର୍ବରୁ ଚାଲ୍ ଖେଳିଲେ ନବୀନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 15, 2018

ସୁରଟ ଗସ୍ତ ପୂର୍ବରୁ ଚାଲ୍ ଖେଳିଲେ ନବୀନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୁଜୁରାଟର ସୁରଟରେ ଥିବା ବିଶାଳ ଭୋଟବ୍ୟାଙ୍କକୁ ଆକୃଷ୍ଟ କରିବା ପାଇଁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜନୀତିକ ଚାଲ୍ ଖେଳିଛନ୍ତି।ସେଠାରେ ଥିବା ପ୍ରବାସୀ ଓଡ଼ିଆ ଭୋଟରଙ୍କୁ ବିଜେଡି ପ୍ରତି ଆକୃଷ୍ଟ କରିବା ପାଇଁ ସୁରଟ ଗସ୍ତରେ ଯିବାର ମାତ୍ର ୪୮ ଘଣ୍ଟା ପୂର୍ବରୁ ଆଜି ନବୀନ ଏକାଧିକ ଦାବି କେନ୍ଦ୍ର ଓ ଗୁଜରାଟ ସରକାରଙ୍କ ପାଖରେ ରଖିଛନ୍ତି। ତେବେ ସୁରଟରେ ରହୁଥିବା ପ୍ରାୟ ୭ଲକ୍ଷ ଓଡ଼ିଆଙ୍କ ବିକାଶ ଓ ସୁଖସୁବିଧା ପାଇଁ ଦୀର୍ଘ ୧୯ବର୍ଷର ଶାସନ କାଳରେ ସାମାନ୍ୟତମ ପଦକ୍ଷେପ ନେଇନଥିବା ନବୀନ ଏବେ ଅଚାନକ ସୁରଟ-ପ୍ରୀତି ଦେଖାଇବାକୁ ନେଇ ଚର୍ଚ୍ଚା।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି କେନ୍ଦ୍ର ରେଳ ମନ୍ତ୍ରୀ ପୀୟୁଷ ଗୋଏଲ, ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ ଓ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କୁ ଭିନ୍ନ ଭିନ୍ନ ଚିଠି ଲେଖି ସୁରଟରେ ରହୁଥିବା ଓଡ଼ିଆଙ୍କ ସୁଖସୁବିଧା ନିମନ୍ତେ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି। ରେଳମନ୍ତ୍ରୀ ଶ୍ରୀ ଗୋଏଲଙ୍କୁ ଚିଠି ଲେଖି ବ୍ରହ୍ମପୁର-ସୁରଟଙ୍କ ମଧ୍ୟରେ ଦୈନିକ ୨ଟି ଟ୍ରେନ ଯାତାୟାତ ପାଇଁ ଏବଂ ସୁରଟ ଓ ଭୁବନେଶ୍ୱର ମଧ୍ୟରେ ବିମାନ ଚଳାଚଳ ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଭୁଙ୍କୁ ଅନୁରୋଧ କରିଛନ୍ତି। ସେହିପରି ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଗୋଟିଏ କମ୍ୟୁନିଟି ସେଣ୍ଟର ସ୍ଥାପନ ନିମନ୍ତେ ସୁରଟ ସହରରେ ୧ଏକର ଜମି ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି। ଏହି କମ୍ୟୁନିଟି ସେଣ୍ଟର ସ୍ଥାପନ ଦ୍ୱାରା ଗୁଜରାଟ ଓ ଓଡ଼ିଶା ମଧ୍ୟରେ ସାଂସ୍କୃତିକ ଆଦାନପ୍ରଦାନ ହୋଇପାରିବ ବୋଲି ଶ୍ରୀ ପଟ୍ଟନାୟକ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି।

୧୭ତାରିଖରେ ପ୍ରସ୍ତାବିତ ସୁରଟ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସୁରଟରେ ଥିବା ପ୍ରବାସୀ ଓଡ଼ିଆଙ୍କୁ ଆକୃଷ୍ଟ କରିବା ପାଇଁ କେତେକ ଆକର୍ଷଣୀୟ ଘୋଷଣା କରିବାର ସମ୍ଭାବନା ରହିଛି। ତା’ପୂର୍ବରୁ କେନ୍ଦ୍ର ସରକାର ଓ ଗୁଜୁରାଟ ସରକାର ପାଖରେ ଏକାଧିକ ଦାବି ଉପସ୍ଥାପନ କରି ନବୀନ ଗୋଟିଏ ଗୁଳିରେ ଦୁଇଟି ଶିକାର କରିବାକୁ ଚାହିଁଛନ୍ତି। ସେଠାରେ ପ୍ରବାସୀ ଓଡ଼ିଆ ମହୋତ୍ସବରେ ଯୋଗ ଦେବା ଅବସରରେ ପ୍ରବାସୀ ଓଡ଼ିଆ(ଅଧିକାଂଶ ଗଞ୍ଜାମ ଜିଲ୍ଲାର) ଭୋଟରଙ୍କୁ ଆକୃଷ୍ଟ କରିବା ନିମନ୍ତେ କେଉଁସବୁ ଘୋଷଣା କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି।ଗଞ୍ଜାମ ଜିଲ୍ଲାର ବିଜେଡି ବିଧାୟକମାନେ ଆସନ୍ତାକାଲି ସୁରଟ ଗସ୍ତରେ ଆଗୁଆ ଯାଇ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ସଫଳ କରିବା ପାଇଁ ଉଦ୍ୟମ କରିବେ ବୋଲି ଜଣାପଡ଼ିଛି।



from Odisha Reporter https://ift.tt/2Cghym5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages