ସିରିଜ୍‌ ଦୁର୍ଘଟଣା: ପୁଲିସ୍ ଗାଡ଼ି ଚେପା, ଟ୍ରକ୍ ଚୂନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 7, 2018

ସିରିଜ୍‌ ଦୁର୍ଘଟଣା: ପୁଲିସ୍ ଗାଡ଼ି ଚେପା, ଟ୍ରକ୍ ଚୂନା

accident

ସୋର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ସୋରରେ ସିରିଜ୍‌ ଦୁର୍ଘଟଣା ହୋଇଛି। ଏଥିରେ ଦୁଇ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଗତକାଲି ରାତି ପ୍ରାୟ ୩ଟା ବେଳେ ସୋରର ୧୬ ନମ୍ବର ଜାତୀୟ ରାଜପଥର ଛପୋଲିଆ ନିକଟରେ ଏକ କାର୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଏଥିରେ ଦୁଇ ଜଣ ଆହତ ହୋଇଥିଲେ।

ପୁଲିସ୍‌ ସେମାନଙ୍କୁ ଉଦ୍ଧାର କରିବାକୁ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ୍ କର୍ମଚାରୀମାନେ ଗାଡ଼ିକୁ ରାସ୍ତା ପାର୍ଶ୍ୱରେ ପାର୍କିଂ କରି ଆହତମାନଙ୍କୁ ଉଦ୍ଧାର କରିବା ପାଇଁ ଓହ୍ଲାଇ ଥିଲେ। ଏହି ସମୟରେ ଏକ ଟ୍ରକ୍ ପୁଲିସ୍ ଗାଡ଼ିକୁ ପଛପଟୁ ଧକ୍କା ଦେଇଥିଲା। ଟ୍ରକ୍ ଧକ୍କାରେ ପୁଲିସ୍ ଗାଡ଼ିଟି ଭାଙ୍ଗିରୁଜି ଯାଇଛି।

ସେହିପରି ସୋର ଥାନା ସମ୍ମୁଖରେ ଛିଡ଼ା ହୋଇଥିବା ଗୋଟିଏ ଟ୍ରକ୍‌କୁ ଆଉ ଏକ ଟ୍ରକ୍‌ ଧକ୍କା ଦେଇ ଫେରାର ହୋଇଯାଇଛି। ଏଥିରେ କେହି ହତାହତ ହୋଇଥିବା ଖବର ନାହିଁ। ତେବେ ଛିଡ଼ା ହୋଇଥିବା ଟ୍ରକ୍‌ର ସମ୍ମୁଖ ଭାଗ ଚୂନା ହୋଇଯାଇଛି।



from Odisha Reporter https://ift.tt/2UqptEf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages