୫୩୨ତମ ଟେଷ୍ଟ୍ ମ୍ୟାଚ୍‌ରେ ୧୫୦ତମ ବିଜୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 30, 2018

୫୩୨ତମ ଟେଷ୍ଟ୍ ମ୍ୟାଚ୍‌ରେ ୧୫୦ତମ ବିଜୟ

cricket

ମେଲବର୍ଣ୍ଣ: ଅଷ୍ଟ୍ରେଲିଆକୁ ୧୩୭ ରନ୍‌ରେ ହରାଇ ଭାରତ ମେଲବର୍ଣ୍ଣ ଟେଷ୍ଟ୍‌ ଜିତି ଯାଇଛି। ଏହି ବିଜୟ ସହିତ ଭାରତ ଟେଷ୍ଟ ମ୍ୟାଚ୍ ଇତିହାସରେ ପଞ୍ଚମ ଦେଶ ଭାବେ ଏହି ଫର୍ମାଟ୍‌ରେ ୧୫୦ତମ ବିଜୟ ହାସଲ କରିଛି। ଏହା ସହିତ ଦଳ ଅଷ୍ଟ୍ରେଲିଆ, ଇଂଲଣ୍ଡ, ୱେଷ୍ଟଇଣ୍ଡିଜ୍ ଓ ଦକ୍ଷିଣ ଆଫ୍ରିକା ରହିଥିବା କ୍ଲବ୍‌ରେ ସାମିଲ ହୋଇପାରିଛି। ଭାରତ ପୂର୍ବରୁ ଏହି ସବୁ ଦେଶ ଏହି ମାଇଲଖୁଣ୍ଟ ପାର କରି ସାରିଛନ୍ତି।

ଭାରତ ତା’ର ୫୩୨ତମ ଟେଷ୍ଟ୍ ମ୍ୟାଚ୍‌ରେ ଏହି ସଫଳତା ପାଇଛି। ଅଷ୍ଟ୍ରେଲିଆ ୩୮୪ ଟେଷ୍ଟ୍ ମ୍ୟାଚ୍ ଜିତି ସାରିଥିବା ବେଳେ ଇଂଲଣ୍ଡ ୩୬୪, ୱେଷ୍ଟଇଣ୍ଡିଜ୍ ୧୭୧ ଓ ଦକ୍ଷିଣ ଆଫ୍ରିକା ୧୬୨ଟି ମ୍ୟାଚ୍ ଜିତିଛନ୍ତି।

ଅଷ୍ଟ୍ରେଲିଆ ଏଯାବତ ୨୨୨ଟି ଟେଷ୍ଟ୍ ମ୍ୟାଚ୍ ହାରିଛି। ସେହିଭଳି ଇଂଲଣ୍ଡ ୨୯୮ଟି ମ୍ୟାଚ୍ ହାରିଛି।

ମେଲବର୍ଣ୍ଣରେ ଭାରତ ଆଜିକୁ ମିଶାଇ ମୋଟ ୩ଟି ଟେଷ୍ଟ୍ ମ୍ୟାଚ୍ ଜିତିଛି। ଏହା ପୂର୍ବରୁ ୩୭ ବର୍ଷ ତଳେ ଦଳକୁ ଏଠାରେ ବିଜୟ ମିଳିଥିଲା। ସେହିପରି ମେଲବର୍ଣ୍ଣ ବିଜୟକୁ ମିଶାଇ ଅଷ୍ଟ୍ରେଲିଆରେ ଭାରତ ମୋଟ ୭ ଥର ଟେଷ୍ଟ୍ ମ୍ୟାଚ୍ ଜିତିଛି। ଚଳିତ ସିରିଜ୍‌ରେ ଭାରତ ଦୁଇଟି ମ୍ୟାଚ୍ ଜିତିବାକୁ ସକ୍ଷମ ହୋଇଥିଲା ବେଳେ ୧୯୭୭-୭୮ରେ ବିଶନ ସିଂହ ବେଦୀଙ୍କ ନେତୃତ୍ୱରେ ବି ଦଳ ଗୋଟିଏ ସିରିଜ୍‌ରେ ଦୁଇଟି ମ୍ୟାଚ୍ ଜିତିଥିଲା।



from Odisha Reporter http://bit.ly/2EX2N9Z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages