ଭିନ୍ନ ମୋଡ଼ରେ ଭିମ୍‌ସାର ନିର୍ଦ୍ଦେଶକଙ୍କ ‘ଲୁଣ ଚିକିତ୍ସା’, ରୋଗୀ ବଖାଣିଲେ ଚିକିତ୍ସାର ସଫଳ କାହାଣୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 14, 2018

ଭିନ୍ନ ମୋଡ଼ରେ ଭିମ୍‌ସାର ନିର୍ଦ୍ଦେଶକଙ୍କ ‘ଲୁଣ ଚିକିତ୍ସା’, ରୋଗୀ ବଖାଣିଲେ ଚିକିତ୍ସାର ସଫଳ କାହାଣୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିବାଦୀୟ ଭିମ୍‌ସାର ନିର୍ଦ୍ଦେଶକ ପ୍ରଫେସର ଅଶ୍ୱିନୀ ପୂଜାହାରୀଙ୍କ ‘ଲୁଣ ଚିକିତ୍ସା’ ପଦ୍ଧତିରେ ଏବେ ଆସିଛି ନୂଆ ମୋଡ଼। ଏବେ ଏଭଳି କିଛି ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ନିଜେ ରୋଗୀ ଏଭଳି ଚିକିତ୍ସାରେ ସୁସ୍ଥ ଅଛନ୍ତି ବୋଲି ଦର୍ଶାଇଛନ୍ତି। ଅନୁଗୁଳ ଏବଂ ବରଗଡ଼ ଜିଲ୍ଲାରୁ ଏଭଳି ଚିକିତ୍ସାରେ ଏବେ ସୁସ୍ଥ ଜୀବନ ବିତାଉଥିବା ଦୁଇଜଣ ରୋଗୀ ବର୍ତ୍ତମାନ ମତ ରଖିବାପରେ ‘ଲୁଣ ଚିକିତ୍ସା’ର ଭିନ୍ନ ଏକ ଦିଗ ବାବଦରେ ମଧ୍ୟ ଗବେଷଣା ହେବାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ସୂଚନାଯୋଗ୍ୟ ଯେ, ଜଣେ କ୍ୟାନସର୍‌ ପୀଡ଼ିତଙ୍କ ଅନ୍ତଃନଳୀରେ ଖାଇବା ଲୁଣ ଢଳାଯାଉଥିବାର ଏକ ଭିଡିଓ ଭାଇରାଲ ହେବାପରେ ତାଙ୍କ ବିରୋଧରେ ବିଭିନ୍ନ ମହଲରେ ବିବାଦ ସୃଷ୍ଟିହେବାରୁ ସ୍ୱାସ୍ଥ୍ୟ ବିଭାଗ ୩ ଦିନ ମଧ୍ୟରେ ଉତ୍ତର ରଖିବାକୁ ତାଗିଦ୍‌ କରି କାରଣ ଦର୍ଶାଅ ନୋଟିସ୍‌ ଜାରି କରିଥିଲା।

ଅପରେସନ୍‌ କରାଯାଉଥିବା ସ୍ଥାନରେ ଏକ ଲୁଣ ପ୍ୟାକେଟ୍‌ ଥିବାର ଏକ ଫଟୋ ମଧ୍ୟ ଆନ୍ଦୋଳନକୁ ଇନ୍ଧନ ଯୋଗାଇଥିଲା। ବର୍ତ୍ତମାନ ପ୍ରଫେସର ଅଶ୍ୱିନୀ ପୂଜାହାରୀଙ୍କୁ ବାଧ୍ୟତାମୂଳକ ଭାବେ ଛୁଟିରେ ଯିବାକୁ କୁହାଯାଇଥିଲାବେଳେ ସେ ତଥ୍ୟ ପ୍ରମାଣ ସହିତ ଉତ୍ତର ରଖିବେ ବୋଲି ମଧ୍ୟ କହିସାରିଛନ୍ତି।

ତେବେ ଆଜି ଆମ ହସ୍ତଗତ ହୋଇଥିବା ଏକ ଭିଡିଓରେ ପ୍ୟାନ୍‌କ୍ରିଆଟିକ୍‌ ରୋଗରେ ପୀଡ଼ିତ ଜଣେ ବ୍ୟକ୍ତି ବସନ୍ତ ବିଶ୍ୱାଳ ମତ ରଖିଛନ୍ତି, “ମୁଁ ଅନୁଗୁଳରୁ ଆସିଛି। ମୋର ପ୍ୟାନ୍‌କ୍ରିଆଟିକ୍‌ ସମସ୍ୟା ଥିଲା। ଦିଲ୍ଲୀ ଏବଂ ଭୁବନେଶ୍ୱର ଏମ୍ସ ଯାଇଥିଲି, କିନ୍ତୁ ସେଠାରେ ସେମାନେ କିଛି ସ୍ପଷ୍ଟ ହୋଇପାରିଲେନି। ପରେ ମୋର ଜଣେ ସଢ଼ୁଙ୍କଠାରୁ ସାର୍‌ଙ୍କ ବିଷୟରେ ଜାଣିବାକୁ ପାଇଲି ଏବଂ ସାର୍‌ ଏଇଠି ବୁର୍ଲାରେ ଅଛନ୍ତି ଜାଣିବାରୁ ଭେଟିବାକୁ ଆସିଥିଲି।”

‘ଲୁଣ ଚିକିତ୍ସା’ର ଭିନ୍ନ ଏକ ଦିଗ

ସୁସ୍ଥ ଜୀବନ ବିତାଉଥିବା ଦୁଇଜଣ ରୋଗୀ ମୁହଁ ଖୋଲିବାପରେ ବୁର୍ଲା ଭିମ୍‌ସାର ନିର୍ଦ୍ଦେଶକ ପ୍ରଫେସର ଅଶ୍ୱିନୀ ପୂଜାହାରୀଙ୍କ ‘ଲୁଣ ଚିକିତ୍ସା’ର ଭିନ୍ନ ଏକ ଦିଗ ବାବଦରେ ମଧ୍ୟ ଗବେଷଣା ହେବାକୁ ନେଇ ଚର୍ଚ୍ଚା ଜୋର ଧରିଛି।

Odisha Reporter यांनी वर पोस्ट केले शुक्रवार, १४ डिसेंबर, २०१८

ଏହାପରେ ପ୍ରଫେସର ଅଶ୍ୱିନୀ ପୂଜାହାରୀ ତାଙ୍କୁ ପରୀକ୍ଷା କରାଇନେବାକୁ ପରାମର୍ଶ ଦେଇଥିଲେ ଏବଂ ଦୁଇରୁ ଚାରିଦିନ ସମୟ ଲାଗିବ କହିଥିଲେ। ଏହାପରେ ଅପରେସନ୍‌ କରିବେ ବୋଲି କହିଥିଲେ। ଏପରିକି ତାଙ୍କ ଚିକିତ୍ସା ପଦ୍ଧତି ବାବଦରେ କହିଥିଲେ ଯେ, ସେ ଲୁଣ ଦେଇ ଚିକିତ୍ସା କରିବେ। ପ୍ରଫେସର ଅଶ୍ୱିନୀ ପୂଜାହାରୀଙ୍କ ଉପରେ ବିଶ୍ୱାସ କରି ଶ୍ରୀ ବିଶ୍ୱାଳ ଅପରେସନ୍‌ ପାଇଁ ରାଜି ହୋଇଥିଲେ ବୋଲି କହିଛନ୍ତି।

୧୮.୭.୨୦୧୮ ତାରିଖରେ ତାଙ୍କର ଅପରେସନ୍‌ କରାଯାଇଥିଲା। ଏହି ଅପରେସନ୍‌ର ପ୍ରାୟ ୫ ମାସ ବିତିଗଲାଣି। ଅପରେସନ୍‌ ପରେ ସ୍ୱାଭାବିକଭାବେ ଶରୀର ସାମାନ୍ୟ ଦୁର୍ବଳ ହୋଇଯାଇଥିଲେ ମଧ୍ୟ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଦର୍ଶାଇଛନ୍ତି।

ପ୍ରଫେସର ଅଶ୍ୱିନୀ ପୂଜାହାରୀଙ୍କ ବ୍ୟବହାର ସମ୍ପର୍କରେକ ଶ୍ରୀ ବିଶ୍ୱାଳ କୁହନ୍ତି, “ତାଙ୍କ ବ୍ୟବହାର ଭଲ ହୋଇନଥିଲେ ମୁଁ ସେଇଠି ଅପରେସନ୍ ହେଇନଥାଆନ୍ତି। ମୋ ସ୍ତ୍ରୀ କେବେ କେଉଁ ହସ୍ପିଟାଲ୍‌ରେ ରହିବାକୁ ପସନ୍ଦ କରନ୍ତିନି, ହସ୍ପିଟାଲ୍‌ର ସ୍ୱଚ୍ଛତା ପାଇଁ ସେ ମଧ୍ୟ ମୋ ଚିକିତ୍ସା ସମୟରେ ସେଠାରେ ଥିଲା। ଅପରେସନ୍‌ ପରେ ଫଲୋ ଅପ୍‌ ଚାଲୁ ରହିଛି, ଯେତେବେଳେ ବି ଯାଇପାରିବି ବୋଲି ସାର୍‌ କହିଛନ୍ତି ଏବଂ ଫୋନ୍‌ କରି କେତେଥର କଥା ମଧ୍ୟ ହୋଇଛି।”

ବସନ୍ତ ଜଣେ ନୁହେଁ, ଏଭଳି ଅନେକ ରୋଗୀ ସଫଳ ଭାବରେ ଚିକିତ୍ସିତ ହୋଇ ଫେରିଥିବାର ନଜିର ଥିବାବେଳେ ଚିକିତ୍ସା ବିଜ୍ଞାନରେ ଏପରି କୌଣସି ପଦ୍ଧତି ନଥିବାରୁ ଏହାକୁ ନେଇ ବିବାଦ ହେଉଛି। ଆଜି ପର୍ଯ୍ୟନ୍ତ କାହାକ୍ଷେତ୍ରରେ ନକାରାତ୍ମକ ପ୍ରଭାବ ପଡ଼ିନଥିବାରୁ ପ୍ରଫେସରଙ୍କ କ’ଣ ପାଇଁ ଦଣ୍ଡିତ କରାଯିବ ସେନେଇ ମଧ୍ୟ କିଛି ଲୋକ ଯୁକ୍ତି ଦର୍ଶାଉଛନ୍ତି।

ଏଭଳି ଏକ ବିରଳ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବରଗଡ଼ର ଜଣେ ରୋଗୀ ନିତ୍ୟାନନ୍ଦ ସାହୁ କୁହନ୍ତି, “୩ ବର୍ଷ ହେଲାଣି ଏହି ରୋଗ ଭୋଗୁଛି। କେହି ଏହି ରୋଗ ଭଲ କରିପାରୁନଥିଲେ, ମୋତେ ବ୍ରଜମୋହନ ମିଶ୍ର ନାମକ ଜଣେ ବ୍ୟକ୍ତି ପ୍ରଫେସର ଅଶ୍ୱିନୀଙ୍କ କଥା କହିଥିଲେ। ୧୨.୧୧.୨୦୧୮ରୁ ମୁଁ ଏଠାକୁ ଆସିଲିଣି। କିଛି ମଧ୍ୟ ଅସୁବିଧା ନାହିଁ। ଅପରେସନ୍‌ ପରେ ସୁସ୍ଥ ଅନୁଭବ କରୁଛି। ୩ ମାସ ପରେ ସିଲାଇ ଖୋଲାଯିବ। ଏଥିପାଇଁ ଟଙ୍କା ମଧ୍ୟ କିଛି ଖର୍ଚ୍ଚ ହୋଇନି”

ବାପାଙ୍କ ଚିକିତ୍ସା ବାବଦରେ ନିତ୍ୟାନନ୍ଦଙ୍କ ପୁଅ କୁହନ୍ତି, “ବାପାଙ୍କ ଅପରେସନ୍‌ ପରେ ଆମେ ଖୁସି ଅଛୁ। ନହେଲେ କଟକ ଯିବାକୁ ପଡ଼ିଥାନ୍ତା, କଟକ ଯିବାପାଇଁ ଆମେ ପାଖରେ ଏତେ ଟଙ୍କା ନାହିଁ। ଅଶ୍ୱିନୀ ସାର୍‌ ଛୁଟିରେ ଯିବାପରେ ରୋଗୀମାନେ ଦୁଃଖିତ ଅଛନ୍ତି, ବେଡ୍‌ ଖାଲି ହେବାରେ ଲାଗିଛି।”

ପୂର୍ବରୁ ଲୁଣ ଚିକିତ୍ସା ସପକ୍ଷରେ କିନ୍ତୁ ଯୁକ୍ତି ବାଢ଼ିଥିଲେ ନିର୍ଦ୍ଦେଶକ ପ୍ରଫେସର ଡା ଅଶ୍ୱିନୀ ପୂଜାହାରୀ। ସେ କହିଥିଲେ, ଅପରେସନ ସମୟରେ କର୍କଟ ରୋଗୀଙ୍କ ସଂକ୍ରମିତ ସ୍ଥାନରେ ଥିବା ଜୀବାଣୁକୁ ବିନାଶ କରିବାରେ ସହାୟକ ହୋଇଥାଏ ଲୁଣ। ଅପରେସନ୍ ସରିବା ପୂର୍ବରୁ ସମସ୍ତ ଲୁଣକୁ ସଫା କରି ଷ୍ଟିଚ୍‌ କରିଦିଆଯାଏ। ଲୁଣ ପ୍ୟାକେଟ୍‌ ସହିତ ଭାଇରାଲ୍‌ ହୋଇଥିବା ଭିଡ଼ିଓରେ ଥିବା ରୋଗୀ ଛତିଶଗଡ଼ ଅଞ୍ଚଳର ବୋଲି ପ୍ରଫେସର ପୂଜାହାରୀ କହିଛନ୍ତି। ସେ ବର୍ତ୍ତମାନ ସୁସ୍ଥ ଅଛନ୍ତି। ଭାଇରାଲ୍‌ ଭିଡ଼ିଓ ସ୍ୱଳ୍ପ ଅବଧିର ଏବଂ ଏହାକୁ ଜାଣିଶୁଣି ପ୍ରସ୍ତୁତ କରି ମୋ ବିପକ୍ଷରେ ଭାଇରାଲ୍ କରାଯାଉଛି ବୋଲି ଡା ପୂଜାହାରୀ କହିଥିଲେ।



from Odisha Reporter https://ift.tt/2rDbQEl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages