ଖାଇବାକୁ ନ ମିଳିବାରୁ ହଷ୍ଟେଲ୍ ଛାଡ଼ିଲେ ଛାତ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 14, 2018

ଖାଇବାକୁ ନ ମିଳିବାରୁ ହଷ୍ଟେଲ୍ ଛାଡ଼ିଲେ ଛାତ୍ର

hostel

ବାରିପଦା (ମାଣିକ ଲାଲ ପାଣି): ଖାଇବାକୁ ନ ମିଳିବାରୁ ହଷ୍ଟେଲ୍ ଛାଡ଼ିଲେ ୧୦ ସ୍କୁଲ୍ ଛାତ୍ର। ଏଭଳି ଏକ ଅଭାବନୀୟ ସ୍ଥିତି ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ଯଶୀପୁର ବ୍ଲକ୍ର କେଝରା ପ୍ରାଥମିକ ବିଦ୍ୟାଳୟରେ।

ଆଜି ସକାଳେ ୧୦ ଜଣ ପିଲା ହଷ୍ଟେଲ୍ ଛାଡ଼ି ଚାଲି ଯାଉଥିବା ବେଳେ ସ୍କୁଲ୍‌ ଠାରୁ ପ୍ରାୟ ୫ କିଲୋମିଟର ଦୂରରେ ଟଙ୍ଗାବିଲା ଛକରେ କିଛି ଯୁବକ ସେମାନଙ୍କୁ ଅଟକାଇ ଥିଲେ। ସେମାନେ ପିଲାଙ୍କୁ ଅଟକାଇ ପଚରାଉଚରା କରିବା ପରେ ଘଟଣା ସାମ୍ନାକୁ ଆସିଥିଲା।

ପିଲାମାନେ କହିଥିଲେ, ଶିକ୍ଷକ ୫ ଦିନ ହେଲା ସ୍କୁଲ୍‌କୁ ଆସି ନାହାନ୍ତି। ତେଣୁ ରୋଷେଇ ହୋଇପାରୁନି। ପାଖରେ ଥିବା ମୁଢ଼ି ଖାଇବା ସହିତ ନିଜେ ନିଜେ ରୋଷେଇ କରି ସେମାନେ ଗତକାଲି ପର୍ଯ୍ୟନ୍ତ ଖାଇଥିଲେ। କିନ୍ତୁ ଗତକାଲି ଚାଉଳ ସରି ଯିବାରୁ ପିଲାମାନେ ଖାଇବାକୁ ପାଇ ନଥିଲେ। ତେଣୁ ସେମାନେ ସ୍କୁଲ୍ ଛାଡ଼ି ଘରକୁ ପଳାଉଛନ୍ତି ବୋଲି କହିଥିଲେ।

ଟଙ୍ଗାବିଲାରେ ସେହି ପିଲାମାନଙ୍କୁ ଖାଇବାକୁ ଦିଆଯାଇଥିଲା।

ପରେ ଏମାନଙ୍କୁ ମିଶାଇ ହଷ୍ଟେଲ୍‌ରେ ରହୁଥିବା ୨୦ ଜଣ ପିଲାଙ୍କ ମଧ୍ୟରୁ ୧୫ ଜଣଙ୍କୁ ନିକଟତମ କୋହଲି ସ୍କୁଲ୍‌କୁ ସ୍ଥାନାନ୍ତର କରାଯାଇଥିବା ବେଳେ ଆଉ ୫ ଜଣଙ୍କୁ ଘାଟକିଆ ସ୍କୁଲ୍‌ରେ ରଖାଯାଇଛି। ଏ ପିଲାମାନଙ୍କ ବୟସ ୫ରୁ ୧୦ ବର୍ଷ ମଧ୍ୟରେ ହେବ।

ଶିମିଳିପାଳ କୋର୍ ଅଞ୍ଚଳର ଏହି ୨୦ ପିଲାଙ୍କୁ କୋଝରା ପ୍ରାଥମିକ ବିଦ୍ୟାଳୟରେ ରଖି ପାଠପଢ଼ା ଯାଉଥିଲେ।

ଏ ଘଟଣା ସଂପର୍କରେ ଜଣାପଡ଼ିବା ପରେ ହଷ୍ଟେଲ୍‌ ଦାୟିତ୍ୱରେ ଥିବା ଶିକ୍ଷକଙ୍କୁ ନିଲମ୍ବନ କରାଯାଇଛି।



from Odisha Reporter https://ift.tt/2Ghqyer

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages