ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଛୁଇଁଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 13, 2018

ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଛୁଇଁଲା

ସୁବର୍ଣ୍ଣପୁର(ରବୀନ୍ଦ୍ର ହୋତା): ସୁବର୍ଣ୍ଣପୁର ସହରରେ ୱାର୍ଡ଼କୁ ୱାର୍ଡ଼ ଡେଉଁଛି ଝାଡ଼ାବାନ୍ତି। ଗତ ଦୁଇ ଦିନ ହେଲା ବ୍ୟାପିଥିବା ଝାଡ଼ାବାନ୍ତି ଆଜି ୧୦୦ ଟପି ଗଲାଣି। ପୌରାଞ୍ଚଳର ୫ରୁ ୬ଟି ବସ୍ତିର ଲୋକେ ଏବେ ଝାଡ଼ାବାନ୍ତି ରୋଗରେ ଆକ୍ରାନ୍ତ ହୋଇଛନ୍ତି। ସମସ୍ତଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୂଷିତ ପାଣି ସେବନ ଯୋଗୁ ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ହେଉଛି।

ସୁବର୍ଣ୍ଣପୁର ପୌରାଞ୍ଚଳରେ ଝାଡ଼ାବାନ୍ତି କାୟା ବିସ୍ତାର କରୁଥିବା ଦେଖି ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଥାନାପତିପଡା, ଧୀବର ପଡା, କଳିଙ୍ଗ ନଗର, ପଟାଭାଡ଼ି, ମାଳିସାହି ଓ ବଡ଼ବଜାର ଅଞ୍ଚଳକୁ ଆଜି ସକାଳଠାରୁ ପାନୀୟ ଜଳ ଯୋଗାଣ ବନ୍ଦ ରଖାଯାଇଛି। ରାଉରକେଲା ଓ ସୁନାବେଡ଼ାରୁ ଜନସ୍ୱାସ୍ଥ୍ୟ ବିଭାଗର ୨ଟି ସ୍ୱତନ୍ତ୍ର ଟିମ୍‌ ଆସି ପାନୀୟ ଜଳର ନମୂନା ସଂଗ୍ରହ କରି ପରୀକ୍ଷା ପାଇଁ ଲ୍ୟାବକୁ ପଠାଇଛନ୍ତି।

ଅନ୍ୟପକ୍ଷରେ ପ୍ରଭାବିତ ଅଞ୍ଚଳରେ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଣ କରାଯାଉଛି। ସ୍ୱତନ୍ତ୍ର ଡାକ୍ତରୀଦଳ ପ୍ରଭାବିତ ପଡ଼ାଗୁଡ଼ିକରେ ଘରକୁ ଘର ବୁଲି ଆକ୍ରାନ୍ତଙ୍କୁ ଚିକିତ୍ସା କରୁଛନ୍ତି। ଅପରପକ୍ଷେ ଜିଲ୍ଲା ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ଫୁଟା ପାଣି, ବ୍ଲିଚିଂ ଓ ହେଲୋଜିନ୍‌ ବଟିକା ପକାଇ ପାଣି ବ୍ୟବହାର କରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।



from Odisha Reporter https://ift.tt/2LcudsM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages