
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜଣାଶୁଣା ଓଲିଉଡ୍ କଣ୍ଠଶିଳ୍ପୀ ତପୁ ମିଶ୍ର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ବୁଧବାର ଅଭିନେତା ଦୀପକ ପୂଜାହାରୀଙ୍କ ସହ ତପୁଙ୍କ ବିବାହ ସମ୍ପୂର୍ଣ୍ଣ ବୌଦିକ ରୀତି ସମ୍ପନ୍ନ ହୋଇଛି। ଭୁବନେଶ୍ୱରର ଏକ ହୋଟେଲ୍ରେ ଏହି ବାହାଘର ହୋଇଥିଲା।
ତପୁଙ୍କ ପତିଦେବ ଦୀପକ ବହୁ ବିଜ୍ଞାପନ, ଟେଲି ଧାରାବାହିକ ଏବଂ ସମ୍ବଲପୁରୀ ଭିଡିଓରେ ଅଭିନୟ କରିଛନ୍ତି। ଓଡ଼ିଆ ଫିଲ୍ମ ‘ଆସିଲୁ ତୁ ଯେବେ ଜୀବନେ’ ରେ ମଧ୍ୟ ସେ ଅଭିନୟ କରିଛନ୍ତି।
ତପୁଙ୍କ ବିବାହ ଉତ୍ସବରେ ଓଲିଉଡ୍ର ଅନେକ କଳାକର ସାମିଲ୍ ହୋଇଥିଲେ। ବିବାହ ପାଇଁ ସୋଶାଲ୍ ମିଡିଆରେ ତପୁଙ୍କୁ ଏବେ ଶୁଭେଚ୍ଛାର ସୁଅ ଛୁଟିଛି।



from Odisha Reporter https://ift.tt/2C91OBd
No comments:
Post a Comment