ଶ୍ରୀରାମଚନ୍ଦ୍ରଙ୍କର ଜନ୍ମସ୍ଥାନରେ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ପଚାଶ ହଜାର ଶ୍ରୀରାମ ଭକ୍ତଙ୍କ ସଂକଳ୍ପ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 9, 2018

ଶ୍ରୀରାମଚନ୍ଦ୍ରଙ୍କର ଜନ୍ମସ୍ଥାନରେ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ପଚାଶ ହଜାର ଶ୍ରୀରାମ ଭକ୍ତଙ୍କ ସଂକଳ୍ପ

vhp

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୂଣ୍ୟ କ୍ଷେତ୍ର ଅଯୋଧ୍ୟାରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କର ଜନ୍ମସ୍ଥାନରେ ଭବ୍ୟ ମନ୍ଦିର ନିର୍ମାଣ କରିବା ପାଇଁ ତନ ମନ ଧନ ପୂର୍ବକ କାର୍ଯ୍ୟରତ ହେବେ ବୋଲି ହଜାର ହଜାର ଶ୍ରୀରାମ ଭକ୍ତ ଆଜି ରାଜଧାନୀର ରାଜରାସ୍ତାରେ ସଂକଳ୍ପ ନେଇଛନ୍ତି। ଶ୍ରୀରାମଙ୍କ ଜନ୍ମସ୍ଥାନରେ ଏକ ଭବ୍ୟ ମନ୍ଦିର ନିର୍ମାଣ ପାଇଁ  ବିଶ୍ୱହିନ୍ଦୁ ପରିଷଦ ତରଫରୁ ଭୁବନେଶ୍ୱରର ଲୋଏର ପିଏମଜି ଠାରେ ଅନୁଷ୍ଠିତ ଏହି ସଂକଳ୍ପ ସମାବେଶରେ ମନ୍ଦିର ନିର୍ମାଣ ଦୃଷ୍ଟିରୁ କେନ୍ଦ୍ର ସରକାର ସଂସଦରେ ଆଇନ୍ ଆଣିବା ହିଁ ଏକମାତ୍ର ପନ୍ଥା ଓ ଆଜି ଭଗବାନ ଶ୍ରୀରାମଲଲା  ଯେଉଁଠାରେ ବିରାଜମାନ ହୋଇଛନ୍ତି ସେହି ସ୍ଥାନରେ ହିଁ ଭବ୍ୟ ମନ୍ଦିର ନିର୍ମାଣ ହେବା ଦରକାର ବୋଲି  ମଞ୍ଚରେ ଉପସ୍ଥିତ ସାଧୁସନ୍ଥ ତଥା ବକ୍ତାମାନେ ଦାବି କରିଛନ୍ତି।

ବିଶ୍ୱହିନ୍ଦୁ ପରିଷଦ, ଓଡିଶା ପୂର୍ବ ପ୍ରାନ୍ତର କାର୍ଯ୍ୟକାରୀ ଅଧ୍ୟକ୍ଷ ଡ.ନଗେନ କୁମାର ଦେବତାଙ୍କ ଅଧ୍ୟକ୍ଷତାରେ ଏବଂ ପୁରୀ ବିଭାଗ ସଂପାଦକ ଉମାଶଙ୍କର ଆଚାର୍ଯ୍ୟଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବିଶାଳ ସଂକଳ୍ପ ସମାବେଶରେ ବିଶ୍ୱହିନ୍ଦୁ ପରିଷଦର କେନ୍ଦ୍ରୀୟ ମାର୍ଗଦର୍ଶକ ମଣ୍ଡଳୀ ସଦସ୍ୟ ତଥା ଗୋସେବା ଆୟୋଗର ଅଧ୍ୟକ୍ଷ ମହାମଣ୍ଡଳେଶ୍ୱର ସ୍ୱାମୀ ଅଖିଳେଶ୍ୱରାନନ୍ଦ ମହାରାଜ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଆଶ୍ରିର୍ବଚନ ପ୍ରଦାନ କରି କହିଲେ ଯେ, ଜନସାଧାରଣଙ୍କ ସୁରକ୍ଷା ଦେବା ନିର୍ବାଚିତ ସରକାରଙ୍କର କର୍ତ୍ତବ୍ୟ। ତେଣୁ ଜନ ସଚେତନତା ମାଧ୍ୟମରେ କେନ୍ଦ୍ର ସରକାର ବିହିତ ପଦକ୍ଷେପ ନେଇ ରାମଲାଲାଙ୍କ ଭବ୍ୟ ମନ୍ଦିର ନିର୍ମାଣରେ ସହଯୋଗ କରନ୍ତୁ। କେନ୍ଦ୍ରର ମୋଦି ସରକାର ଦୀର୍ଘଦିନ ହେଲା ହିନ୍ଦୁ ସମାଜର ଏହି ଦାବିକୁ ଉପେକ୍ଷା କରି ଆସିଥିଲେ ମଧ୍ୟ ବର୍ତ୍ତମାନ ଜନମତକୁ ସମ୍ମାନ ଦେବାର ପ୍ରକୃଷ୍ଟ ସମୟ ଆସିଛି। ଯଦି ଜନଗଣଙ୍କର ମତକୁ ଠିକ୍ ଭାବରେ ପରିଚାଳିତ କରାନଯାଏ ଓ ରାମଲାଲାଙ୍କର ଭବ୍ୟ ମନ୍ଦିର କରା ନହୁଏ ତେବେ ଆଗାମୀ ଦିନରେ ଜନସାଧାରଣ ଏହାର ଉଚିତ୍ ଜବାବ ଦେବେ ବୋଲି ସେ ଚେତାଇ ଦେଇଥିଲେ।

vhpକ୍ରିୟାଯୋଗ ଆଶ୍ରମ, ଭୁବନେଶ୍ୱର ମୁଖ୍ୟ ପୂଜ୍ୟ ସ୍ୱାମୀ ଶଙ୍କରାନନ୍ଦ ଗିରି ଉଚ୍ଚାଧିକାରୀ ସମିତିର ନିର୍ଣ୍ଣୟ ବିଷୟରେ ପ୍ରକାଶ କରି କହିଲେ ଯେ, ଜନପ୍ରତିନିଧିମାନେ ଜନସାଧାରଣଙ୍କର ଦାବିକୁ ଉଚିତ୍ ମାନ୍ୟତା ଦେଇ ସଂସଦରେ ଆଇନ୍ ପ୍ରଣୟନ କରି ରାମଲାଲାଙ୍କ ଭବ୍ୟ ମନ୍ଦିର ନିର୍ମାଣ କରିବାରେ ସହଯୋଗ କରିବା ଉଚିତ।

ପରିଷଦର ପ୍ରାନ୍ତ ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ଶରତ ଚନ୍ଦ୍ର ଷଡ଼ଙ୍ଗୀ ରାମଜନ୍ମଭୂମି ଆନ୍ଦୋଳନର ଇତିହାସ ବିଷୟରେ ତଥ୍ୟ ଦେଇଥିବା ବେଳେ ଭାରତୀୟ କିଷାନ ସଂଘର ରାଷ୍ଟ୍ରୀୟ ସଂପାଦକ ମୋହିନୀ ମୋହନ ମିଶ୍ର ଭାରତୀୟ ଜୀବନ ଆଦର୍ଶରେ ପ୍ରଭୁ ଶ୍ରୀରାମଙ୍କ ମହତ୍ୱ ଓ ପରିଷଦର ପ୍ରାନ୍ତ ଉପାଧ୍ୟକ୍ଷା ଶ୍ରୀମତୀ ଟାଇଫନ ଦାଶ ଶ୍ରୀରାମ ଜନ୍ମଭୂମି ଆନ୍ଦୋଳନରେ ମହିଳାଙ୍କ ଭୂମିକା ସଂପର୍କରେ ଆଲୋକପାତ କରିଥିଲେ।

ବନବାସୀ କଲ୍ୟାଣ ଆଶ୍ରମ, ସାଧାରଣ ସଂପାଦକ, ଲକ୍ଷ୍ମୀକାନ୍ତ ଦାଶ ବନବାସୀ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ବିଷୟରେ ଆଲୋକପାତ କରିଥିବା ବେଳେ  ସମ୍ ହସ୍ପିଟାଲ,ଭୁବନେଶ୍ୱରର ଡାଇରେକ୍ଟର ଡ.ବସନ୍ତ ପତି ଶ୍ରୀ ଜଗନ୍ନାଥ ମନ୍ଦିର ସମସ୍ୟା ଓ ସମାଧାନର ମାର୍ଗ  ବିଷୟରେ ନିଜର ମତାମତ ପ୍ରକାଶ କରିଥିଲେ। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,ଓଡିଶା ପ୍ରାନ୍ତର ସହ-ପ୍ରାନ୍ତ ପ୍ରଚାର ପ୍ରମୁଖ ଶାରଦା ପ୍ରସାଦ ଶତପଥୀ ରାମ ଜନ୍ମଭୂମି ଆନ୍ଦୋଳନରେ ସଂଘର ଆଭିମୁଖ୍ୟ ବିଷୟରେ ପ୍ରକାଶ କରିଥିବା ବେଳେ ହିନ୍ଦୁ ଜାଗରଣ ସାମ୍ମୁଖ୍ୟ,ଓଡିଶା,ପୂର୍ବ ପ୍ରାନ୍ତର ଅଧ୍ୟକ୍ଷ ତଥା ଅଧିବକ୍ତା ପରିଷଦ ପୂର୍ବକ୍ଷେତ୍ର ସାଧାରଣ ସଂପାଦକ ଅଜିତ୍ ପଟ୍ଟନାୟକ ଶ୍ରୀରାମ ଜନ୍ମଭୂମିର ଆଇନଗତ ସ୍ଥିତି ବିଷୟରେ ଆଲୋକପାତ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଭାରତ ସ୍ୱାଭିମାନ ଟ୍ରଷ୍ଟ,ପତଞ୍ଜଳିର ପ୍ରାନ୍ତ ପ୍ରଭାରୀ ସୁଧାଂଶୁ ଅଧିକାରୀ, ତେରାପନ୍ଥ ଜୈନ ସମାଜ ଅଖିଳ ଭାରତୀୟ ସମିତି ସଦସ୍ୟ ପ୍ରକାଶ ବେତାଲା ପ୍ରମୁଖ ସେମାନଙ୍କ ବକ୍ତବ୍ୟ ପ୍ରଦାନ କରିଥିଲେ । ସତ୍ୟନାରାୟଣ ଦାଶ ପରିଚୟ ଓ ମାଲ୍ୟାର୍ପଣ: ପ୍ରଦାନ କରିଥିବା ବେଳେ ପରିଷଦର ରାଜ୍ୟ ପ୍ରବକ୍ତା ପ୍ରମୋଦ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ବୋଲି ଗୋଲଖ ଚନ୍ଦ୍ର ଦାସ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି।



from Odisha Reporter https://ift.tt/2PpHCOQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages