ବିଜେପି ରାଲିସ୍ଥଳକୁ ଗଙ୍ଗାଜଳ ଏବଂ ଗୋବରପାଣି ଛିଞ୍ଚି ଶୁଦ୍ଧି କଲେ ଟିଏମ୍‌ସି କର୍ମୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 9, 2018

ବିଜେପି ରାଲିସ୍ଥଳକୁ ଗଙ୍ଗାଜଳ ଏବଂ ଗୋବରପାଣି ଛିଞ୍ଚି ଶୁଦ୍ଧି କଲେ ଟିଏମ୍‌ସି କର୍ମୀ

କୁଚ୍‌ବେହାର୍‌: ଶନିବାର କୁଚ୍‌ବେହାରଠାରେ ବିଜେପି ଯେଉଁସ୍ଥାନରେ ରାଲି ଆୟୋଜନ କରିଥିଲା, ସେହି ସ୍ଥାନକୁ ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର କର୍ମୀମାନେ ଗଙ୍ଗାଜଳ ଏବଂ ଗୋବରପାଣି ଛିଞ୍ଚି ଶୁଦ୍ଧି କରିଥିବା ଜଣାଯାଇଛି। ଏହି ଘଟଣା ବାବଦରେ ସ୍ଥାନୀୟ ସାଂସଦ ପଙ୍କଜ ଘୋଷ କହିଛନ୍ତି, ଏହି ସ୍ଥାନର ଶୁଦ୍ଧି କରାଯିବା ଆବଶ୍ୟକ କାରଣ ବିଜେପି ଏଠାକୁ ଆସି ସାମ୍ପ୍ରଦାୟିକ ବାର୍ତ୍ତା ଦେଇ ଯାଇଛି।

ସ୍ଥାନୀୟ ଲୋକଙ୍କ ଆରାଧ୍ୟ ଦେବତା ମଦନମୋହନଙ୍କ ଉଦାହରଣ ଦେଇ ସେ କହିଥିଲେ, ଏହା ମଦନମୋହନଙ୍କ ଭୂମି। ତେଣୁ ହିନ୍ଦୁ ପରମ୍ପରା ଅନୁଯାୟୀ ଆମେ ଶୁଦ୍ଧିକରଣ କଲୁ। ଏଥିସହିତ ଟିଏମ୍‌ସି କର୍ମୀମାନେ ଦାବି କରିଛନ୍ତି ପ୍ରଭୁ ମଦନମୋହନଙ୍କ ବ୍ୟତୀତ ଅନ୍ୟ କାହାର ରଥ ଏଠାରେ ଗଡ଼ିପାରିବ ନାହିଁ।

ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହଙ୍କ ଦ୍ୱାରା ପଶ୍ଚିମବଙ୍ଗରେ ଚଳିତ ମାସର ୭,୯ ଏବଂ ୧୪ ତାରିଖରେ ୩ଟି ରଥଯାତ୍ରାର ଶୁଭାରମ୍ଭ ହେବାର ଥିଲା। ଏଥିରେ ୪୨ଟି ଲୋକସଭା କ୍ଷେତ୍ର ବୁଲିବାର ଥିଲା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ଥିଲା।

ଶୁକ୍ରବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପିର ରଥଯାତ୍ରାକୁ ରାବଣଯାତ୍ରା ବୋଲି କହି ସମାଲୋଚନା କରିଥିଲେ। ଏଥିସହିତ ମମତା ତାଙ୍କ କର୍ମୀମାନଙ୍କୁ ଏହି ସ୍ଥାନର ଶୁଦ୍ଧିକରଣ ପାଇଁ ନିର୍ଦ୍ଦେଶ ଦେଇଥିବା କଥା କହିଥିଲେ।

ଅନ୍ୟପକ୍ଷରେ ବିଜେପି ନେତାମାନେ ଏହାକୁ ସମାଲୋଚନା କରି କହିଛନ୍ତି, ଟିଏମ୍‌ସିକୁ ଭୟ ଘାରିଛି। ରାଜ୍ୟରେ ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ରଥଯାତ୍ରା ଟିଏମ୍‌ସି ଏବଂ ମମତାଙ୍କ ଚିନ୍ତା ବଢ଼ାଇଦେଇଛି ବୋଲି ସେମାନେ ମତ ଦେଇଛନ୍ତି।



from Odisha Reporter https://ift.tt/2QMWUlg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages