ଏନ୍‌ଆଇଏ ହେପାଜତକୁ ଗଲେ ୧୦ ଆଇଏସ୍‌ ସ୍ଲିପର ସେଲ୍‌ ସଦସ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 27, 2018

ଏନ୍‌ଆଇଏ ହେପାଜତକୁ ଗଲେ ୧୦ ଆଇଏସ୍‌ ସ୍ଲିପର ସେଲ୍‌ ସଦସ୍ୟ

ନୂଆଦିଲ୍ଲୀ: କୁଖ୍ୟାତ ଆତଙ୍କବାଦୀ ଆଇଏସ୍‌ର ସ୍ଲିପର ସେଲ୍‌ର ସଦସ୍ୟ ଭାବେ ଭାରତରେ କାର୍ଯ୍ୟ କରୁଥିବା ୧୦ ଜଣଙ୍କୁ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ୧୨ ଦିନ ପାଇଁ ନିଜ ହେପାଜତକୁ ନେଇଛି। ଏହି ସମୟରେ ଏନ୍‌ଆଇଏ ଏହି ୧୦ ସଦସ୍ୟଙ୍କୁ ସେମାନଙ୍କ ପ୍ରକୃତ ଯୋଜନା କ ’ଣ ଥିଲା ଏବଂ ସେମାନେ କାହା ନିର୍ଦ୍ଦେଶରେ କାର୍ଯ୍ୟ କରୁଥିଲେ, ସେ ସମ୍ପର୍କରେ ତଥ୍ୟ ହାସଲ କରିବାକୁ ଚେଷ୍ଟା କରିବ।

ଏହି ୧୦ ଜଣ ସନ୍ଦିଗ୍ଧ ଆଇଏସ୍‌ ସଦସ୍ୟ ଦିଲ୍ଲୀ ଏବଂ ଉତ୍ତର ଭାରତର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ହମ୍‌ଲା କରିବାକୁ ଯୋଜନା କରୁଥିବା ବେଳେ ଗତକାଲି ଏନ୍‌ଆଇଏ ଏମାନଙ୍କୁ ଗିରଫ କରିଥିଲା। ଏମାନଙ୍କୁ ଠାରୁ ରକେଟ୍‌ ଲଞ୍ଚର ଠାରୁ ଆରମ୍ଭ କରି ମୋବାଇଲ ଫୋନ୍‌, ନଗଦ ଟଙ୍କା ଏବଂ ଅନ୍ୟାନ୍ୟ ଆପତ୍ତିଜନକ ସାମଗ୍ରୀ ଜବତ ହୋଇଥିଲା।

ଏହି ୧୦ ଜଣ ସଦସ୍ୟଙ୍କୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଆଜି ଏନ୍‌ଆଇଏ ଅତିରିକ୍ତ ବିଚାରପତି ଅଜୟ ପାଣ୍ଡେଙ୍କ କୋର୍ଟରେ ହାଜର କରିଥିଲା। କୋର୍ଟ ଏମାନଙ୍କୁ ୧୨ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେବା ସହ କ୍ୟାମେରା ଆଗରେ ତଦନ୍ତ କରିବାକୁ କହିଛନ୍ତି।

ଏହି ଘଟଣାରେ ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ମୁଫତି ମହମ୍ମଦ ସୁହାଲି, ଅନସ ୟୁନୁସ, ରଶିଦ ଜାଫର ରକ୍‌, ସୟିଦ, ସୟିଦର ଭାଇ ରୟିସ ଅହମ୍ମଦ, ଜୁବେର ମାଲିକ, ଜୁବେରର ଭାଇ ଜୟିଦ, ସକିବ୍‌ ଇଫତେକର, ମହମ୍ମଦ ଇରଶାଦ ଓ ମହମ୍ମଦ ଆଜମ।

ଏନ୍‌ଆଇଏ ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ସେଲ ଏବଂ ଉତ୍ତର ପ୍ରଦେଶର ଆତଙ୍କବାଦ ନିରୋଧ ସ୍କ୍ୱାଡ୍‌ ସହ ମିଶି ଏମାନଙ୍କୁ ୧୭ଟି ସ୍ଥାନରେ ଚଢ଼ଉ କରି ଗିରଫ କରିଥିଲା। ଏମାନେ ବିଭିନ୍ନ ଭିଆଇପିଙ୍କ ଘର ଏବଂ ଆର୍‌ଏସ୍‌ଏସ୍‌ ମୁଖ୍ୟାଳୟରେ ହମ୍‌ଲା କରିବାକୁ ଯୋଜନା କରୁଥିବା ଜଣାପଡ଼ିଛି। ଏମାନଙ୍କ ଠାରୁ ବୋମା ନିର୍ମାଣ ସମ୍ପର୍କିତ ଏକ ଭିଡିଓ ମିଳିଛି।

ଅନ୍ୟପଟେ ଏମାନଙ୍କ ଗିରଫଦାରୀକୁ ସେମାନଙ୍କ ପରିବାର ଲୋକ ବିରୋଧ କରୁଛନ୍ତି। ସରକାର ମିଛ ମାମଲାରେ ଏମାନଙ୍କୁ ଫସାଉଥିବା ପରିବାର ଲୋକେ କହିଛନ୍ତି।



from Odisha Reporter http://bit.ly/2QUxrHq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages