ସବୁ ରାଜସ୍ୱ ଅଧିକାରୀ ସମୂହ ଛୁଟିରେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 27, 2018

ସବୁ ରାଜସ୍ୱ ଅଧିକାରୀ ସମୂହ ଛୁଟିରେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ” ଆମକୁ ଆଜି ପର୍ଯ୍ୟନ୍ତ ସପ୍ତମ ବେତନ କମିଶନ ସୁପାରିସ୍ ଆଧାରରେ ବର୍ଦ୍ଧିତ ଦରମା ଦିଆଯାଇ ନାହିଁ। ଦୀର୍ଘ ବର୍ଷଧରି କାର୍ଯ୍ୟ କରିଆସୁଥିଲେ ମଧ୍ୟ ଏଯାଏଁ ପ୍ରଥମ ଶ୍ରେଣୀ ପାହ୍ୟାକୁ ପଦୋନ୍ନତି ମିଳୁନାହିଁ।” ଓଡ଼ିଶା ରାଜସ୍ୱ ସେବା ସଂଘ ଏଭଳି ଅଭିଯୋଗ କରିଛି।

ପୂର୍ବରୁ ରାଜସ୍ୱ ମନ୍ତ୍ରୀଙ୍କ ସହ ଏ ସମ୍ପର୍କରେ ବହୁବାର ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ତେଣୁ ବାଧ୍ୟ ହୋଇ ଡିସେମ୍ବର ୨୬ରୁ ସାରା ରାଜ୍ୟରେ ୮୯୨ ଜଣ ରାଜସ୍ୱ ଅଧିକାରୀ ସମୂହ ଛୁଟିରେ ରହିଛୁ ବୋଲି ସଂଘ ସଫା ସଫା ଜଣାଇ ଦେଇଛି।

ଏଭଳି ପଦକ୍ଷେପ ନେବା ପୂର୍ବରୁ ପ୍ରମୁଖ ସଚିବ ଚନ୍ଦ୍ରଶେଖର କୁମାରଙ୍କୁ ଜଣାଇଥିଲେ ମଧ୍ୟ ସେ କିଛି ପଦକ୍ଷେପ ନେଇ ନଥିଲେ ବୋଲି ସଂଘର ସମ୍ପାଦକ ହିତାଂଶୁ ଶେଖର ସୂଚନା ଦେଇଛନ୍ତି।

ଖାଲି ସେତିକି ନୁହେଁ ଏହି ଅସନ୍ତୋଷ କାରଣରୁ କର୍ମଚାରୀମାନେ ପୂର୍ବରୁ କଳାବ୍ୟାଜ ପରିଧାନ କରିଛନ୍ତି। ସରକାରଙ୍କ ବହୁ ଭିଡିଓ କନଫରେନ୍ସକୁ ମଧ୍ୟ ବର୍ଜନ କରିଛନ୍ତି ବୋଲି ସଂଘର ସଭାପତି ପୁରନ୍ଦର ନନ୍ଦ ଜଣାଇଛନ୍ତି।

ସୂଚନାଯୋଗ୍ୟ, ଏହି ରାଜସ୍ୱ ସେବା ଅଧିକାରୀଗଣ କେତେକ ସ୍ଥାନରେ ଅତିରିକ୍ତ ତହସିଲଦାର, ସହକାରୀ ଜିଲ୍ଲାପାଳ, ଉପନିବନ୍ଧକ, ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଦାୟିତ୍ୱ ତୁଲାଉଛନ୍ତି। ଫଳରେ ଏମାନଙ୍କ ଏଭଳି ସମୂହ ଛୁଟି ଯୋଗୁ  ବହୁ ଜରୁରୀ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି।



from Odisha Reporter http://bit.ly/2V9kHLI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages