
ଭୁବନେଶ୍ୱର: ଶୀତ ଦିନେ ସକାଳୁ ଉଠି ଟିକେ ଖରାକୁ ଚାଲି ଗଲେ ଶାନ୍ତି ମିଳେ। କିଛି ଲୋକ ଅଛନ୍ତି ଯେଉଁମାନେ ନିୟମିତ ସକାଳୁ ଉଠି ଖରାରେ ଠିଆ ହବାକୁ ପସନ୍ଦ କରନ୍ତି।
ତେବେ ଗବେଷକଙ୍କ କହିବା ଅନୁୟାୟୀ ଶୀତ ଦିନେ ଖରାରେ ଠିଆ ହେବା ଦ୍ୱାରା କେବଳ ଯେ ଉଷ୍ମତା ମିଳେ ତାହା ନୁହେଁ। ସକାଳୁ ଉଠିବା ପରେ ୫ ମିନିଟ୍ ଖରାରେ ଠିଆ ହେବା ଦ୍ୱାରା ଶରୀରରୁ ଟିବି ବ୍ୟାକ୍ଟେରିଆ ମରିଯାଏ ଏବଂ ମଣିଷ ନିରୋଗ ରୁହେ।
ଲକ୍ଷ୍ନୌରେ ଅନୁଷ୍ଠିତ ହୋଇଥିବା ଇଣ୍ଡିଆ ଇଣ୍ଟରନ୍ୟାସନାଲ୍ ସାଇନ୍ସ ଫେଷ୍ଟିଭାଲ(ଆଇଆଇଏସଏଫ)ରେ ହେଲଥ୍ କନକ୍ଲେଭରେ କିଙ୍ଗସ ଜର୍ଜ ମେଡିକାଲ୍ ୟୁନିଭର୍ସ ୟୁନିଭର୍ସିଟିର ରେସ୍ପିରେଟୋରି ମେଡିସିନର ମୁଖ୍ୟ ଡାକ୍ତର ସୂର୍ଯ୍ୟକାନ୍ତ ଏମିତି ସୂଚନା ଦେଇଛନ୍ତି।
ଏକ ତଥ୍ୟରୁ ଜଣାଯାଇଛି ଯେ ଭାରତରେ ଏବେ ପ୍ରାୟ ୩୨ ଲକ୍ଷ ଟିବି ରୋଗୀ ଅଛନ୍ତି। ପ୍ରତି ତିନି ମାସରେ ରକ୍ତଦାନ କରିବା ଉଚିତ। ଏହା ଫଳରେ ରକ୍ତର ଚଳପ୍ରଚଳ ବଢ଼ିଥାଏ ଓ ହୃଦଘାତର ଆଶଙ୍କା ମଧ୍ୟ ପାଞ୍ଚ ପ୍ରତିଶତ ହ୍ରାସ ପାଇଥାଏ। ଏଣୁ ଉପରୋକ୍ତ ଦିଗପ୍ରତି ଧ୍ୟାନ ଦେଲେ ଟିବି ସଂକ୍ରମଣର ଆଶଙ୍କା ସମ୍ପୂର୍ଣ୍ଣ ଭାବେ କମିଯାଇଥାଏ।
from Odisha Reporter http://bit.ly/2AmREf5
No comments:
Post a Comment